କହୁକହୁ କହିଦେଲେ ଟ୍ରମ୍ପ, ‘ମୁଁ ନର୍କକୁ ଯିବାକୁ ଚାହେଁନି, ସ୍ୱର୍ଗକୁ ଯିବି’

ଓ୍ବାଶିଂଟନ,୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍‌ ଡାଉଥାଟ୍‌ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ ନେଇ ଟ୍ରମ୍ପ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସେ ଜଣେ ଧାର୍ମିକ ବ୍ୟକ୍ତି ଏବଂ ତାଙ୍କର ଆଶା ଯେ ମୃତ୍ୟୁ ପରେ ସେ ସ୍ୱର୍ଗକୁ ଯିବେ। ସେ ନର୍କକୁ ଯିବାକୁ ଚାହାନ୍ତି ନାହିଁ।

ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଆମେରିକାରେ ତାଙ୍କ ଦଳ ରିପବ୍ଲିକାନ୍‌ ପାର୍ଟିର ଅନେକ ନେତାଙ୍କ ଉପରେ ଜୀବନଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରୁ ସେମାନେ ସୁରକ୍ଷିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ, ଏଭଳି ଆକ୍ରମଣରୁ ବର୍ତ୍ତିବା ପରେ ମୃତ୍ୟୁକୁ ନେଇ ତାଙ୍କ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସିଛି କି? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ମୃତ୍ୟୁ ପରେ ଲୋକେ ତାଙ୍କୁ ମନେ ରଖିବେ ବୋଲି ସେ ଆଶା କରନ୍ତି । ସେ ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ନିଜ ବିଶ୍ୱାସ ଅନୁସାରେ ସ୍ୱର୍ଗକୁ ଯିବେ ବୋଲି ଆଶା ରଖିଛନ୍ତି । ନର୍କକୁ ଯିବାକୁ ସେ ଚାହାନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।

ସାକ୍ଷାତକାରରେ ସାମ୍ବାଦିକ ଟ୍ରମ୍ପଙ୍କୁ ଆଉ ଏକ ପ୍ରଶ୍ନ ପଚାରିଥିଲେ। ଯଦି ସେ ସ୍ୱର୍ଗକୁ ଯାଆନ୍ତି, ତେବେ ନିଜର ରାଜନୈତିକ ବିରୋଧୀଙ୍କୁ କ୍ଷମା କରିପାରିବେ କି? ବିଶେଷ କରି ଜେମ୍ସ କୋମି, ନାନ୍ସି ପେଲୋସିଙ୍କ ସମେତ ଯେଉଁମାନଙ୍କୁ ସେ ଗତ କିଛି ବର୍ଷ ଧରି ଘୃଣା କରିଆସିଛନ୍ତି, ସେମାନଙ୍କ ପ୍ରତି ମନରେ ପ୍ରେମ ଓ କ୍ଷମାଭାବ ରଖିପାରିବେ କି ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ ସ୍ପଷ୍ଟ ଭାବେ ‘ନା’ କହିଥିଲେ। ସେ କହିଥିଲେ, “ମୁଁ ସତ କହୁଛି, ବୋଧହୁଏ ତାହା କରିପାରିବି ନାହିଁ । କାରଣ ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି।”

ସାକ୍ଷାତକାରରେ ଟ୍ରମ୍ପ UFO (ଅଜଣା ଉଡ଼ନ୍ତା ବସ୍ତୁ) ସମ୍ପର୍କରେ ମଧ୍ୟ କଥା ହୋଇଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କୁ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ ମଧ୍ୟରେ UFO ସମ୍ପର୍କିତ ପ୍ରଶ୍ନ ରହିଛି। ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କର ଅନେକ ଅଭିଜ୍ଞ ବାୟୁସେନା ପାଇଲଟ୍‌ଙ୍କ ସହ ସାକ୍ଷାତ ହୋଇଥିଲା। ସେମାନେ UFOକୁ ନେଇ କିଛି ଅଜବ ଅନୁଭୂତି ଓ କାହାଣୀ ତାଙ୍କୁ କହିଥିଲେ । ଟ୍ରମ୍ପଙ୍କ କହିବା ଅନୁସାରେ, ସେହି ପାଇଲଟ୍‌ମାନେ ଅତ୍ୟନ୍ତ ଅଭିଜ୍ଞ ଓ ବିଶ୍ୱସନୀୟ ଥିଲେ। ବିନା ପ୍ରମାଣରେ ଷଡ଼ଯନ୍ତ୍ର ତତ୍ତ୍ୱକୁ ବିଶ୍ୱାସ କରୁଥିବା ଲୋକ ନଥିଲେ। ସେମାନଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିବା ଟ୍ରମ୍ପ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ କୋଚ୍, ତାଙ୍କୁ ଡରନ୍ତି….

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଆସିଷ୍ଟାଣ୍ଟ କୋଚ୍‌ ରାୟନ…

ଦେବଗଡ଼ରେ ଚାଞ୍ଚଲ୍ୟ; ଘରେ ଏକୁଟିଆ ଥିବା ବେଳେ ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର

ଦେବଗଡ,୯।୧୧(ଶଶାଙ୍କ ଶେଖର ଝାଙ୍କର୍): ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦେବଗଡ ସହର…

ଇତିହାସରେ ଲିପିବଦ୍ଧ ହୋଇଛି ମୁଶଫିକର ରହିମଙ୍କ ନାମ; ଟେଷ୍ଟ କ୍ରିକେଟରେ ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୯।୧୧: ମୁଶଫିକର ରହିମ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି; ସେ ଟେଷ୍ଟ ଫର୍ମାଟରେ ୭,୦୦୦ ରନ ପୂରଣ କରିବାରେ ପ୍ରଥମ ବାଂଲାଦେଶୀ ବ୍ୟାଟର ହୋଇପାରିଛନ୍ତି। ୱେଷ୍ଟଇଣ୍ଡିଜ…

କେବଳ ଅଧିନାୟକ ନୁହେଁ, କୋଚ ମଧ୍ୟ ବଦଳିବେ କି? ତୃତୀୟ ଦିନିକିଆ ପରେ ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ନଭେମ୍ବର ୧୦ ମଙ୍ଗଳବାର ଦିନ ଖେଳାଯିବ। ଏହି ମ୍ୟାଚ ପରେ ଭାରତୀୟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?