ପୁରୀ ପୋଲିସର ଡବଲ ଏନ୍‌କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ

ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରାଧୀ କ୍ଲିନ୍‌ ଡ୍ରାଇଭ୍‌। ହାର୍ଡକୋର ଅପରାଧୀଙ୍କୁ ଦମନ କରିବା ଲାଗି ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ପୋଲିସ। ପୂର୍ବରୁ ୧୦ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଥିବାବେଳେ ସୋମବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ପୃଥକ ସ୍ଥାନରେ ଡବଲ ଏନ୍‌କାଉଣ୍ଟର କରାଯାଇଛି। ପୋଲିସ ଗୁଳିରେ ଦୁଇ ମୋଷ୍ଟଓ୍ବାଣ୍ଟେଡ୍‌ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୁମ୍ଭାରପଡା ଥାନା ଅଧୀନ ରାମଚଣ୍ଡୀ ବାଲିକୁଦ ବସ୍ତିର ବାଲି ମାଫିଆ ଟିକି ଓରଫ ସୟାମତ ଖାନ ଏବଂ ଟାଉନ ଥାନା ଅଧୀନ ହାଡଗୋଡିଆ ସାହିର ବ୍ରାଉନ ସୁଗାର ଓ କୋରେକ୍ସ ମାଫିଆ ବିଷ୍ଣୁ ଓରଫ ବିଶ୍ୱରଞ୍ଜନ ସାହୁ। ସେମାନଙ୍କଠାରୁ ଗୋଟିଏ ଲେଖାଏ ପିସ୍ତଲ, ଗୁଳି ଓ ବାଇକ ଜବତ କରାଯାଇଛି। ଆହତ ଦ୍ୱୟଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ମଙ୍ଗଳବାର ଏସ୍‌ପି ଉମାକାନ୍ତ ଦାଶ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ କୁମ୍ଭାରପଡା ଥାନା ଅଧିକାରୀ କେ.ଏମ୍‌. ସେଠୀଙ୍କ ଅଭିଯୋଗ କ୍ରମେ ତାଳବଣିଆ ଥାନାରେ ୬୩/୧୯ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ବାସେଳୀସାହି ଥାନାଧିକାରୀ ଜେ.ଏନ୍‌. ଜେନାଙ୍କ ଅଭିଯୋଗକ୍ରମେ ସେହି ଥାନାରେ ନଂ. ୮୨/୧୯ରେ ମାମଲା ରୁଜୁ ହୋଇଛି।
ଏକାଧିକ ମାମଲାରେ ସମ୍ପୃକ୍ତ ମୋଷ୍ଟ ୱାଣ୍ଟେଡ ଟିକି ଖାଁ ବିଳମ୍ବିତ ରାତିରେ ତାଳବଣିଆ ଥାନା ଅଧୀନ ଭୂଦାନ ଛକ ଦେଇ ବାଇକରେ ଯାଉଥିବା ଖବରପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଟିକି ପ୍ରଥମେ ଗୁଳି ଚଳାଇଥିଲେ। ପୋଲିସର ପାଲାଟା ଗୁଳି ଟିକିଙ୍କ ଡାହାଣ ଗୋଡ ତଳକୁ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଗୁଳି, ୨ ମୋବାଇଲ ଫୋନ ଏବଂ ନଗଦ ୧୦୫୦ ଟଙ୍କା ପୋଲିସ ଜବତ କରିଥିଲା। ସେହିପରି ବିଳମ୍ବିତ ରାତିରେ ଅଭିଯୁକ୍ତ ବିଶ୍ୱରଞ୍ଜନ ଅନ୍ୟଜଣେ ସାଥୀ ସହ ବାଇକରେ ମଙ୍ଗଳାଘାଟ ବାଇପାସ ଦେଇ ଭୁବନେଶ୍ୱର ଆଡକୁ ଯାଉଥିବା ଖବରପାଇ ପୋଲିସ ଟିମ୍‌ ସେଠାରେ ପହଞ୍ଚତ୍ଥିଲା। ପୋଲିସକୁ ଦେଖି ବିଶ୍ୱରଞ୍ଜନ ଗୁଳି ଚଳାଇଥିବାବେଳେ ପୋଲିସର ପାଲାଟା ତାଙ୍କ ଡାହାଣ ଗୋଡ ତଳକୁ ବାଜିଥିଲା। ପୋଲିସ ଘଟଣା ସ୍ଥଳରୁ ଏକ ପିସ୍ତଲ, ଗୋଟିଏ ଗୁଳି, ଏକ କଳାରଙ୍ଗର ପଲସର ଜବତ କରିଥିଲା। ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ମିଳିଥିବା ସୂଚନା ପ୍ରକାରେ ଟିକି ଖାଁଙ୍କ ନାମରେ ବିଭିନ୍ନ ଥାନାରେ ୨୩ ମାମଲା ରହିଛି। ସେଥି ମଧ୍ୟରୁ ସଦର ଥାନାରେ ୫, କୁମ୍ଭାରପଡାରେ ୮, ଚନ୍ଦନପୁର, ବାସେଳି ସାହି, ପିପିଲି, ଭୁବନେଶ୍ୱର ସହିଦ ନଗର, ଖାରବେଳ ନଗର, ନୟାପଲ୍ଲୀ ଥାନା, ଗଞ୍ଜାମ ପୁରୁଷୋତ୍ତମପୁର ଥାନାରେ ଗୋଟିଏ ଲେଖାଏ ଏବଂ କଟକ ମଙ୍ଗଳାବାଗରେ ୨ କେଶ ରହିଛି। ସେହିପରି ବିଶ୍ୱରଞ୍ଜନଙ୍କ ନାମରେ ୫ କେସ୍‌ ରହିଛି। ସେଥିରୁ ସଦର, ଟାଉନ, ତାଳବଣିଆ ଥାନାରେ ଗୋଟିଏ ଲେଖାଏ ଏବଂ ବାସେଳିସାହି ଥାନାରେ ୨ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri