Posted inଖେଳ

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ ବଳରେ ମୁମ୍ୱାଇ ପ୍ରତିପକ୍ଷ ପଞ୍ଜାବ ସମ୍ମୁଖରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ ଜରିଆରେ ମୟଙ୍କ ରାଓ୍ୱତ ଆଇପିଏଲ୍‌ ପଦାର୍ପଣ କରିଥିବା ବେଳେ ଅର୍ଶଦୀପ ସିଂ ଆଇପିଏଲ୍‌ରେ ୧୦୦ ଉଇକେଟ ପୂରଣ କରିଛନ୍ତି।

ଟସ୍‌ ଜିତି ପଞ୍ଜାବ ଅଧିନାୟକ ଶ୍ରେୟସ ଆୟାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ପେସର ଅର୍ଶଦୀପ ସିଂ ଠିକ ସାବ୍ୟସ୍ତ କରିଥିଲେ। ସେ ପ୍ରଥମ ଓଭରରେ ମାତ୍ର ୧ ରନ ବ୍ୟୟ କରିଥିବା ବେଳେ ତୃତୀୟ ଓଭରରେ କ୍ରମାଗତ ବଲରେ ରିଆନ ରିକଲଟନ (୨) ଓ ସୂର୍ଯ୍ୟକୁମାର ଯାଦବ(୦)ଙ୍କୁ ଆଉଟ୍‌ କରିଥିଲେ। ଫଳରେ ମୁମ୍ୱାଇ ୧୨ ରନ ମଧ୍ୟରେ ୨ ଉଇକେଟ ହରାଇଥିଲା।

ଏଭଳି ପରିସ୍ଥିତିରେ ଉପର ଅର୍ଡରରେ ବ୍ୟାଟିଂ ଆସିଥିବା ନମନ ଧୀର, ଅନ୍ୟତମ ଓପନର ଡି’ କକ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟରଙ୍କୁ ଆରମ୍ଭରୁ ପଞ୍ଜାବର ଫିଲ୍ଡରମାନେ ଥରେ ଲେଖାଏ ଜୀବନଦାନ ଦେଇଥିଲେ। ଏହାର ଫାଇଦା ଉଠାଇ ଦୁହେଁ ୧୧.୨ ଓଭରରେ ତୃତୀୟ ଉଇକେଟରେ ୧୨୨ ରନ କରିଥିଲେ। ନମନ ଅର୍ଦ୍ଧଶତକ ପୂରଣ କରିବା ପରେ ୧୪ତମ ଓଭରରେ ପାଭିଲିଅନ ଫେରିବାରୁ ଯୋଡ଼ି ଭାଙ୍ଗିଥିଲା।

ସେ ଆଉଟ୍‌ ହେବା ପୂର୍ୱରୁ ୩୧ ବଲରେ ୫୦ (୩ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ ଶେର୍ଫାନେ ରଥରଫୋର୍ଡ (୧) ଫେଲ୍‌ ମାରିଥିଲେ। ହେଲେ ଡି’ କକ୍‌ ଶତକ ପୂରଣ କରିବା ସହ ଦଳୀୟ ସ୍କୋରକୁ ୧୯୦ ପାର କରାଇଥିଲେ। ଫଳରେ ମୁମ୍ୱାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୯୫ ରନ କରିଥିଲା। ଡି’ କକ୍‌ ୬୦ ବଲରେ ୮ ଚୌକା ଓ ୭ ଛକା ସହିତ ୧୧୨ ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri