ସ୍କୋର୍ପିଓ ଗାଡ଼ିରେ ବୌଦ୍ଧରୁ ଛତିଶଗଡ଼କୁ ହେଉଥିଲା ଗଞ୍ଜେଇ ଚାଲାଣ; ଅଧାବାଟରେ ମାଡ଼ିବସିଲା ପୋଲିସ, ତାପରେ…

ବଲାଙ୍ଗୀର,୧୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର –ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଭର୍ତ୍ତି ଏକ ସ୍କୋର୍ପିଓ (ନଂ ସିଜି ୦୪ କ୍ୟୁଡି ୪୩୮୫)କୁ ପୁଇଁନ୍ତଲା ଥାନା ପୋଲିସ ବୁଧବାର ଜବତ କରିଛି । ଉକ୍ତ ଗାଡିରୁ ୩.୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।

ବୌଦ୍ଧ –ସୋନପୁର ଅଞ୍ଚଳରୁ ଛତିଶଗଡ ଚାଲାଣ ହେଉଥିବା ଏହି ଗାଡିକୁ ତରଭା ପୋଲିସ ପିଛା କରୁଥିଲା। ତେବେ ତରଭା ପୋଲିସକୁ ଚକମା ଦେଇ ଏହା ବଲାଙ୍ଗୀର ସହର ଅଭିମୁଖେ ଆସୁଥିଲା। ଖବର ପାଇ ପୁଇଁନ୍ତଲା ଥାନା ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥର ପୁଇଁନ୍ତଲା ଗିରିଗୋବର୍ଦ୍ଧନ ମନ୍ଦିର ବାଇପାସ୍‌ ନିକଟ ରାସ୍ତା କଡରେ ଗଞ୍ଜାଇ ଭର୍ତି ଗାଡ଼ିକୁ ଛାଡ଼ି ଗଂଜେଇ ଚୋରାଚାଲାଣକାରୀ ମାଫିଆମାନେ ଫେରାର ମାରିଥିଲେ। ଉକ୍ତ ଗାଡିରେ ଦୁଇଜଣ ବ୍ୟକ୍ତି ଥିଲେ । ସେମାନେ ଗାଡି ଛାଡି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ଗୁରୁବାର ବଲାଙ୍ଗୀର ସଦର ଏସ୍ ଡିପି ଓ ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗୀର ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ହର୍ମୁଜରେ ହାଇ-ଭୋଲଟେଜ ଡ୍ରାମା: ଯଦି ଆମେରିକା-ଚାଇନା ମୁହାଁମୁହିଁ ହୁଅନ୍ତି, ଜାଣନ୍ତୁ କେଉଁ ଦେଶକୁ ହେବ ଅଧିକ କ୍ଷତି

ତେହରାନ,୧୬।୪: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ବିଶେଷକରି, ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଅବରୋଧ ସତ୍ତ୍ୱେ ଚାଇନା ତୈଳ ଟ୍ୟାଙ୍କର୍‌ ରିଚ ଷ୍ଟୋରି ଏହି ରାସ୍ତା…

‘ହର୍ମୁଜ ଗେଟ’ରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଯୁଦ୍ଧଜାହାଜ, ଦୂରତା ଥିଲା ମାତ୍ର ଏତିକି କିଲୋମିଟର, ଜାଣନ୍ତୁ କ’ଣ ଘଟିଲା

ତେହରାନ/ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ନୌସେନାର ହର୍ମୁଜ ପ୍ରଣାଳୀ ଅବରୋଧ ସହିତ ମିଳିତ ହୋଇ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି…

ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା

ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ…

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର

ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ…

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ, ସିସିଟିଭି ନଜରରେ ଯଜ୍ଞସ୍ଥଳ ଓ ମିନା ବଜାର

ଗଞ୍ଜାମ,୧୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତି ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ…

ଆଜିଠୁ ଆରମ୍ଭ ହେଲା ଘରକୁ ଘର ବୁଲି ଜନଗଣନା, ବୁଲିବୁଲି ଘର ନଂ ପ୍ରକାଇଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା…

ଫୁଟବଲ୍ ପଡିଆରେ ଚାଲିଥିଲା କଫ ସିରପ କାରବାର, ମାଡି ବସିଲା ବରଗଡ଼ ପୋଲିସ୍

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ ସଫଳତା । କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri