ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌ ଓ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ପରିବେଶଗତ ସଙ୍କଟର ସଙ୍କେତ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାକୁ ନେଇ କଲିକତା ହାଇକୋର୍ଟ ଆଇନଜୀବୀ ଆକାଶ ଶର୍ମା ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏକ ଲେଟର ପିଟିଶନ ପଠାଇ ତୁରନ୍ତ ଗଛକଟା ବନ୍ଦ କରିବାକୁ ଦାବି କରିଛନ୍ତି। ଏହାସହିତ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପ୍ରଧାନ ମୁଖ୍ୟ ବନସଂରକ୍ଷକ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ମୟୂରଭଞ୍ଜ ଜିଲାପାଳ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି।
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୫ ଏକର ଜମି ଚିହ୍ନଟ କରାଯାଇ ବନ ବିଭାଗ ଅନୁମତିକ୍ରମେ ଗଛକଟା ଆରମ୍ଭ ହୋଇଛି। ରିପୋର୍ଟରେ ୧,୭୮୯ ଗଛ ଦର୍ଶାଯାଇଥିବା ବେଳେ ପାଖାପାଖି ୫ ହଜାର ଗଛକଟା ହେବା ଚିନ୍ତାଜନକ ହୋଇଛି। ଅବାଧ ଭାବେ ଗଛକଟାକୁ ନେଇ ଆଇନଜୀବୀ ଶର୍ମା ପ୍ରକଳ୍ପ ପାଇଁ ଅନୁମୋଦିତ ବୃକ୍ଷ ତୁଳନାରେ ଅଧିକ କଟାଯାଇଥିବା ନେଇ ଧରିତ୍ରୀରେ ପ୍ରକାଶିତ ସ୍ବତନ୍ତ୍ର ରିପୋର୍ଟରୁ ଜାଣିବାକୁ ପାଇଥିଲେ। ଗଛକଟାର ଫଟୋ, ଭିଡିଓ ଏବଂ ସାଟେଲାଇଟ ଚିତ୍ର ମାଧ୍ୟମରେ ତାହାକୁ ପ୍ରମାଣିତ କରିଛି। ୪୦/୫୦ବର୍ଷର ପୁରୁଣା ଗଛକୁ ଦିନରାତି ଏକକରି କାଟିବା ସହିତ ପରିବହନ କରାଯାଉଛି। ଦିନ ବଦଳରେ ରାତିରେ ତରବରିଆ ଭାବେ କାହିଁକି ଗଛ କଟାଯାଉଛି ବୋଲି ଆଇନଜୀବୀ ଶର୍ମା ଅଭିଯୋଗରେ ଦର୍ଶାଇଛନ୍ତି। ଏପରି କି ସତକୁ ଲୁଚାଇବା ପାଇଁ କଟାଯାଇଥବା ଗଛକୁ ଗୁପ୍ତରେ ନିଆଯାଉଛି। ସାଟେଲାଇଟ୍‌ ଚିତ୍ର(ଗୁଗୁଲ ଆର୍ଥ ପ୍ରୋ) ଅନୁଯାୟୀ ପ୍ରକଳ୍ପ କ୍ଷେତ୍ରଫଳ ସରକାରୀ ସ୍ତରରେ ୫ ଏକର ନୁହେଁ, ବରଂ ସମଗ୍ର ୩୬.୮୩ ଏକର ଅଞ୍ଚଳରେ ଏହା କ୍ରମାଗତ ଭାବେ ବିସ୍ତାରିତ ହେବାର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଛନ୍ତି। ଏହି ସବୁଜ ବନାନୀର ବିନାଶ ଯୋଗୁ ବାରିପଦା ସହର ଏକଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଚାଷ, ଜୀବନଜୀବିକା ଓ ପରିବେଶ ପ୍ରତି କ୍ଷତି ପହଞ୍ଚତ୍ବା ଯୋଗୁ ସାଧାରଣ ଲୋକେ ଏବେ ପ୍ରମାଦ ଗଣୁଛନ୍ତି। ସେହିପରି ଗଛ କାଟିବା ଦ୍ୱାରା ଜଳବାୟୁର ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରତିରୋଧ କ୍ଷମତା ହ୍ରାସ ପାଇବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏପରି କି ପ୍ରକଳ୍ପ ପାଇଁ କୌଣସି ଯଥାର୍ଥ ସ୍ଥାନ ଚିହ୍ନଟ ନ କରିବା, ଜନପରାମର୍ଶ ନ ନେବା, ଆବଶ୍ୟକ ଅନୁମତି ଓ ସ୍ପଷ୍ଟତା ପ୍ରକାଶ ନ କରିବା ଦୁର୍ଭାଗ୍ୟଜନକ। ସହର ସୀମା ମଧ୍ୟରେ ଏକ ସମ୍ପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ପ୍ରଶାସନ କାହିଁକି ବାଛିଲା, ସେନେଇ କୌଣସି ବିଶ୍ୱସନୀୟ ବାଖ୍ୟା ପ୍ରଦାନ କରାଯାଇନାହିଁ। ଏପରି କି କ୍ଷତିପୂରଣ ବାବଦରେ ୨/୩ଗୁଣା ଚାରାରୋପଣ କରାଯିବା ଅପର୍ଯ୍ୟାପ୍ତ ହେବ। ନୂତନ ଚାରା ଲଗାଇ ବଞ୍ଚାଇବା ହାର କମ୍‌ ରହିଥିବାବେଳେ ଜୈବବିବିଧତା ହ୍ରାସ ହେବ ବୋଲି ଅଭିଯୋଗରେ ସେ ଦର୍ଶାଇଛନ୍ତି। ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଭୟଙ୍କର ବୋଲି ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀକୁ ଆଇନଜୀବୀ ଶର୍ମା ଆବେଦନରେ ଉଲ୍ଲେଖ କରିଛନ୍ତିି । ଏହାସହ ପ୍ରଶାସନର ମିଳିତ ଷଡ଼ଯନ୍ତ୍ରକୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତୁରନ୍ତ ଗଛ କାଟିବା ବନ୍ଦ କରିବା, ୩୬.୮୩ ଏକର ସବୁଜ ଅଞ୍ଚଳରେ ସ୍ଥିତି ବଜାୟ ରଖିବା, ସମସ୍ତ ଅନୁମତି ପ୍ରକାଶ କରିବା ଏବଂ ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri