ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌ ୫୩ ଗୋଡ଼ଭଗାଠାରେ ୩ଘଣ୍ଟା ଧରି ଧାନ ରଖି ଆନ୍ଦୋଳନ କରିଥିଲା। ପ୍ରଶାସନ ପକ୍ଷରୁ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଏସିଏସ୍‌ଓ ବ୍ୟୋମକେଶ ମାଝୀ ଓ ମିଲର୍‌ ସଂଘର ରାଜ୍ୟ ସମ୍ପାଦକ ନିତେଶ ବଂଶଲ ଯୋଗ ଦେଇଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହୋଇଥିଲା। ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ସମସ୍ତ ଚାଷୀଙ୍କ ଟୋକନ ୨୦ ତାରିଖ ମଧ୍ୟରେ ଆସିବା ବ୍ୟବସ୍ଥା କରିବା, ଜାନୁଆରୀ ୧୫ ତାରିଖ ସୁଦ୍ଧା ଧାନ କିଣାବିକା ସରିବା ବ୍ୟବସ୍ଥା କରିବା, ପଞ୍ଜୀକରଣ କରିଥିବା ସମସ୍ତ ଜମିର ଟୋକନ ତୁରନ୍ତ ଜେନେରେଟ କରିବା, କ୍ବାଲିଟି ଟେଷ୍ଟ ମାର୍କେଟ ପଏଣ୍ଟରେ ଆରଏମ୍‌ସି ଓ ପ୍ୟାକ୍ସ କର୍ମଚାରୀଙ୍କ ଉପସ୍ଥିତିରେ ନିର୍ଦ୍ଧାରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ବିଗତ ଫସଲରେ କ୍ୱାଲିଟି ନାଁରେ ପ୍ୟାକେଟ ପିଛା ୧ କେଜିରୁ ୫ କେଜି ପର୍ଯ୍ୟନ୍ତ ଅଧିକାଂଶ ମିଲର କାଟିବାରୁ ଚାଷୀମାନେ ବହୁ କ୍ଷତି ସହୁଥିବାରୁ କୁଇଣ୍ଟାଲ ପ୍ରତି ସର୍ବାଧିକ ୧ କେଜି କଟ୍‌ନିଛଟ୍‌ନୀରେ ସୀମିତ ରଖିବାକୁ ତ୍ରିପାକ୍ଷିକ ଆଲୋଚନା ଅଣଔପଚାରିକ ଭାବେ ସହମତି ପ୍ରକାଶ ପାଇଥିଲା। ସମସ୍ତ ଟୋକନ ଜେନେରେଟ ହେବାର ପ୍ରତିଶ୍ରୁତିକୁ ଆଉ ୨ ଦିନ ଅଛି। ମାତ୍ର ୩୦ରୁ ୪୦ ପ୍ରତିଶତ ଟୋକନ ଆସିଛି। ବାକି ଏ ପର୍ଯ୍ୟନ୍ତ ଆସି ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ ଟୋକନ ନ ଆସିଲେ କୃଷକ ସଂଗଠନ ବଡ଼ ଧରଣରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ସମ୍ଭାବ୍ୟ ଆନ୍ଦୋଳନର ସମର୍ଥନ ପାଇଁ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଅଗ୍ରସେନ ଭବନରେ ରେଂଗାଲିକେମ୍ପ, ଅତାବିରା ଓ ଗୋଡ଼ଭଗା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାକୁ ନେଇ ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱରେ ଏକ ବୈଠକ ବସିଥିଲା। ଏଥିରେ ଅତାବିରା ବଣିକ ସଂଘ, ଗୋଡ଼ଭଗା ନାଗରିକ କମିଟି, ଅବସରପ୍ରାପ୍ତ ସୈନିକ ସଂଘ, ଓକିଲ ସଂଘ, ବଜରଙ୍ଗ ଦଳ, ଆପ୍‌ ଦଳ ସମେତ ବହୁ ସଂଗଠନ ଓ ଚାଷୀ ଯୋଗ ଦେଇଥିଲେ। ପରେ ଏକ ଖବରଦାତା ସମ୍ମିଳନୀରେ ସଂଗଠନ ସଭାପତି କରଙ୍କ ସମେତ ସମ୍ପାଦକ ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ବି ପାପା ରାଓ, ଏସ ସୂର୍ଯ୍ୟନାରାୟଣ, ଭି ସତ୍ୟ ବାବୁଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ୨୮ ତାରିଖରୁ ମଣ୍ଡୀ ଖୋଲିଥିଲେ ସୁଦ୍ଧା ସମସ୍ତ ଟୋକନ ଆସି ନାହିଁ। ଫଳରେ ମଣ୍ଡିଗୁଡ଼ିକରେ ଧାନ ପାହାଡ଼ ଭଳି ଭର୍ତ୍ତି ହୋଇଗଲାଣି। ଆଉ ଧାନ ରଖିବା ପାଇଁ ସ୍ଥାନ ନାହିଁ। ଚାଷୀ ମଣ୍ଡିରେ ଦିନରାତି ଜଗି ରହିଯାଉଛି। ମିଲରମାନେ ଆସୁ ନାହାନ୍ତି। ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଛି। କଟ୍‌ନୀଛଟ୍‌ନୀ ବହୁମାତ୍ରାରେ ବଢ଼ିବାରେ ଲାଗିଲାଣି। ଚାଷୀ ଶୋଷିତ ହୋଇ ତଳିତଳାନ୍ତ ହେବାକୁ ଯାଉଛନ୍ତି। ଧାନର ଗମ୍ଭୀର ପରିସ୍ଥିତିକୁ ନେଇ ଅତାବିରା ବ୍ଲକର ବିଭିନ୍ନ ସଙ୍ଗଠନକୁ ସମର୍ଥନ ଲୋଡ଼ାଯାଇଥିଲା। ପାଖାପାଖି ୧୨/୧୪ ଜଣ ସାମାଜିକ ସଂଘ ଯୋଗ ଦେଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ। ବିଗତ ଦିନରେ ରାସ୍ତାରୋକୋ ହୋଇଛି। ବିଗତ ଦିନରେ ଟୋକନ ଉଡ଼ିଯାଉଥିବାରୁ ୧୮ ଦିନ ଧରି ସମସ୍ତ ଅଫିସରେ ଧାନ ପୂରାଇ ସରକାରୀ କଳ ଅଚଳ କରାଯାଇଥିଲା। ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବର୍ତ୍ତମାନ ଟୋକନ ସମସ୍ୟା, ଧାନ ସଂଗ୍ରହରେ ଉଚିତ ପଦକ୍ଷେପ ନ ନେଲେ ୨୦ ତାରିଖ ପରେ ଯେ କେଣସି ମୁହୂର୍ତ୍ତରେ କୌଣସି ପ୍ରକାର ଆନ୍ଦୋଳନ ଗ୍ରହଣ କରାଯିବ। ୧୯ ତାରିଖରେ ସମ୍ବଲପୁର ଆନ୍ଦୋଳନକୁ ଓ ରାଜ୍ୟ କୃଷକ ସଂଗଠନ ଅତାବିରା ସମର୍ଥନ ଜଣାଇଥିବା କର ସୂଚନା ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri