ନୂଆପଡ଼ା: ଏବେ ବି ନାହିଁ ନେଟ୍‌ୱର୍କ

ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍‌ ନେଟ୍‌ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ ତେବେ ଜଣେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବ ନାହିଁ। ଏଥିରୁ ସେଠାକାର ଲୋକଙ୍କ ସମସ୍ୟା କେତେ ଜଟିଳ ହୋଇଥିବ ତାହା ସହଜେ ଅନୁମେୟ। ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କାଦୋମେରୀ ଗ୍ରାମ ପଞ୍ଚାୟତର କୋନ୍ଦାଢାପ ଗାଁରେ ମୋବାଇଲ ନେଟ୍‌ୱର୍କ ଉପଲବ୍ଧ ନ ଥିବାବେଳେ ଆମେ ସେଠାରେ ଉପନିର୍ବାଚନ ସ୍ଥିତି ସମ୍ପର୍କରେ ବୁଝିବାକୁ ଯାଇଥିଲୁ। ନିର୍ବାଚନ କଥା ପଚାରିବାବେଳେ ସେହି ଗାଁର ବହୁ ଯୁବତୀ ଓ ଯୁବକ ଆମକୁ ଘେରିଯାଇ କହିଥିଲେ, ଆଜ୍ଞା ନେତାମାନେ ଯେମିତି ଆସି ନିଜ ସ୍ବାର୍ଥପୂରଣ ପାଇଁ ବାକଚାତୁରି କଥା କହିଦେଇ ଯାଉଛନ୍ତି, ବର୍ତ୍ତମାନ ସମୟରେ ଗଣମାଧ୍ୟମ ଯଦି ନିଜ ଦାୟିତ୍ୱ ଭୁଲିଯାଏ, ତେବେ ଦେଶର ଅବସ୍ଥା ରସାତଳଗାମୀ ହେବାକୁ ଆଉ ବେଶିଦିନ ଲାଗିବ ନାହିଁ। ଏହି କ୍ରମରେ ନୂଆପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁବାହାରା ପଞ୍ଚାୟତର ସିରଗିଡ଼ି, ଭଇଷାଦରା ଓ କେରମେଲି ପଞ୍ଚାୟତର କାଙ୍ଗେରମେଞ୍ଜି, ଗୋଳାବନ୍ଧ, ମାରାଗୁଡା ଆଦି ଗାଁକୁ ଯାଇ ନେଟ୍‌ୱର୍କ ବିଷୟରେ ବୁଝିଥିଲୁ। କେରମେଲିର ଲିଙ୍ଗରାଜ ମାଝୀ କହୁନ୍ତି, ଏଠାରେ ସୁବିଧା କହିଲେ କିଛି ନାହିଁ। ସବୁଠୁ ଦୁଃଖର ବିଷୟ ଏଠାରେ ମୋବାଇଲ ନେଟ୍‌ୱର୍କ ନାହିଁ। ଆମପିଲା ପାଠ ପଢ଼ିପାରୁନି। ସରକାର ବିଭିନ୍ନ ଜରୁରିକାଳୀନ ସେବା ପାଇଁ ଟୋଲଫ୍ରି ନମ୍ବର ଜାରି କରୁଛନ୍ତି। ଥରେ ଚିନ୍ତା କରନ୍ତୁ, ଏହି ଗାଁରେ ଦୁର୍ଭ୍ୟାଗ୍ୟବଶତଃ ଯଦି କାହା ଘରେ ନିଆଁ ଲାଗିଯାଏ, ଯଦି କାହାର କିଛି ହଠାତ୍‌ ଦେହ ଅସୁସ୍ଥ ହୋଇପଡ଼େ, ମୋବାଇଲ ନେଟୱର୍କ ବିନା ଆମ ଗାଁ ଲୋକ କ’ଣ କରିପାରିବେ। କେନ୍ଦୁବାହାରା ଓ କେରମେଲି ପଞ୍ଚାୟତର ହିତାଧିକାରୀମାନେ ରାଶନ ସାମଗ୍ରୀ ଆଣିବା ପାଇଁ ଯାଇ ହଟହଟା ହେଉଛନ୍ତି। ପଞ୍ଚାୟତ କର୍ମଚାରୀମାନେ ପାହାଡ଼ିଆ କିମ୍ବା ଢିପ ସ୍ଥାନକୁ ଯାଇ ନେଟୱର୍କ ସର୍ଚ୍ଚ କରୁଛନ୍ତି, ଯେଉଁଠାରେ ନେଟ୍‌ୱର୍କ ଆସେ ସେଠାରେ ରହି ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେଇଥାନ୍ତି। ପାହାଡ଼ ଉପରେ ହିତାଧିକାରୀମାନେ ଫିଙ୍ଗର ପ୍ରିଣ୍ଟ ଦେଇ ପଞ୍ଚାୟତକୁ ଯାଇ ଚାଉଳ ନେଇଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri