ହସ୍ପିଟାଲରେ ପଶି ହାତରେ ପାଇଖାନା ସଫା କଲେ ବିଜେଡି ନେତା ପ୍ରଦୀପ ମାଝୀ, କାରଣ ଜାଣିଲେ…

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ): ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଡାଇଲେସିସ ସେଣ୍ଟରର ପାଇଖାନା ସଫା କରିଛନ୍ତି ପ୍ରଦୀପ ମାଝୀ । ଏପରିକି ସେ ନବରଙ୍ଗପୁର ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଅଭିଯୋଗ ଆଣିଛନ୍ତି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇଲେସିସ ଗୃହର ପାଇଖାନା ଦୀର୍ଘ ୮ ମାସ ଧରି ସଫେଇ ହୋଇ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯାହା ଅନେକ ରୋଗର ବାହକ ସାଜୁଛି । କିଡନୀ ରୋଗ ଭଳି ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ବିଶେଷ ଯତ୍ନର ସହ ଚିକିତ୍ସାର ଆବଶ୍ୟକ ଥିବା ବେଳେ ସେଠାର ଥିବା ପାଇଖାନା ଆଠ ମାସ ଧରି ସଫା ନ ହେବା ଦ୍ୱାରା ପାଇଖାନା ବ୍ୟବହାର କରୁଥିବା ରୋଗୀ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଯାହାକୁ ନେଇ ସେ ପାଇଖାନାକୁ ସଫା କରିବା ପାଇଁ ବାରମ୍ବାର ଅନୁରୋଧ କରି ଆସୁଥିଲେ । କିନ୍ତୁ, ସଫେଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ପ୍ରତିବାଦ ସ୍ବରୂପ ନିଜେ ଡାଇଲେସିସର
ପାଇଖାନା ଗୃହକୁ ଯାଇ ଫିନାଇଲ , ବ୍ଲିଚିଂ ପାଉଡର ଓ ଫ୍ଲୋର କ୍ଲିନର ପକାଇ ସଫେଇ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ପାଇଖାନା ସଫେଇ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଆତ୍ମସାତ୍‌ କରୁଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଅପରପକ୍ଷରେ ଦୀର୍ଘ ଆଠ ମାସ ଧରି ପାଇଖାନା ସଫେଇ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗକୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ମେଡିକାଲ) ସୁକାନ୍ତ ଶତପଥୀ ଅସ୍ବୀକାର କରିବା ସହିତ ମେଡ଼ିକାଲ କତ୍ତୃପକ୍ଷଙ୍କ ତରଫରୁ ପ୍ରତିଦିନ ସଫେଇ କାର୍ଯ୍ୟ ଯାଞ୍ଚ କରାଯାଉଥିବା ପ୍ରକାଶ କରିଛନ୍ତି।, ଏବଂ ଅଭିଯୋଗ ପରେ ବର୍ତ୍ତମାନ ସେ ନିଜେ ଯାଇ ପାଇଖାନାର ସ୍ଥିତି ଯାଞ୍ଚ କରିବେ ବୋଲି ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ ପ୍ରତି ମାସରେ ଡାଇଲେସିସ ପାଇଁ ୩୫୦ ରୋଗୀ ଆସୁଛନ୍ତି। ନେଗେଟିଭ ମେଶିନ ୪ଟି ଲାଗିଥିବା ବେଳେ ହେପାଟାଇଟିସ ପାଇଁ ଗୋଟିଏ ଡାଇଲେସିସର ମେଶିନ ଲାଗିଛି । ସେହିଭଳି ଭିତରକୁ ଚପଲ ଓ ଅନ୍ୟମାନେ ପଶିଲେ ସଂକ୍ରମଣ ହେବ ଏହି ସନ୍ଦେହ ଡାଇଲେସିସର କେନ୍ଦ୍ର ଭିତରକୁ ଛଡ଼ା ଯାଉନାହିଁ । କିନ୍ତୁ ଡାଇଲେସିସ କେନ୍ଦ୍ର ଭିତର ଭାଗ ଦେଖିଲେ ସମସ୍ତଙ୍କୁ ଆଚମ୍ବିତ କରିଦେବ । ବିଭିନ୍ନ ଥାକ ଗୁଡିକ ସିଉଳି ଲାଗି କଳା ଆବରଣ ପଡ଼ିଛି । ରୋଗୀଙ୍ଗ ପାଇଁ ବିଶୋଧନ ହେଉଥିବା ପାଇଁ କୋଠରୀ ଭିତରେ ଛାତରୁ ପାଣି ଗଲୁଛି । ଛାତ ମରାମତି ହେଉନାହିଁ । ସ୍ବାସ୍ଥ୍ୟ ବିଭାଗ ରୋଗୀସେବା ଯୋଗାଇବା ପାଇଁ ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ତେବେ ପାଇଖାନା ପାଣି ଓ ମଳ ନିଷ୍କାସନ ହୋଇପାରୁନାହିଁ । ରୋଗୀ ପାଇଖାନା ଗଲେ ସଂକ୍ରମିତ ହେବେ । କିଡନୀ ରୋଗୀ ଥରେ ସଂକ୍ରମିତ ହେଲେ ତାହା ସ୍ବାସ୍ଥ୍ୟ ପ୍ରତି କେତେ ବିପଦ ରହିଛି । ତାହା ସ୍ବାସ୍ଥ୍ୟ ବିଭାଗ ଓ ଜନସାଧାରଣ ସାଧାରଣରେ ଅନୁମେୟ କରୁଥିବେ । ତେବେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ମେଡିକାଲ) କହିଛନ୍ତି ଯେ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଏନେଇ ଅବଗତ କରାଯାଇଛି । ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ବିଧାୟକ ସଦାଶିବ ପ୍ରଧନୀ, ରବି ପଟ୍ଟନାୟକ, ଉତ୍ତମ ତ୍ରିପାଠୀ, ଭୀମ ହରିଜନ, ନଗେନ୍ଦ୍ର ପଟ୍ଟନାୟକ, ବିଦ୍ୟାଧର ମଲିକ ସଞ୍ଜୟ ନାୟକ, କୁନା ପାଢ଼ୀ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ସୁମିତ ପାଳ ସମେତ ବିଜେଡିର କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri