ବ୍ୟବସାୟୀଙ୍କୁ ଅପହରଣ କରି ଲୁଟି ନେଇଥିଲେ ଟଙ୍କା: ଧରାପଡ଼ିଲେ ମହିଳା କନ୍‌ଷ୍ଟେବଳ

ମାଲକାନଗିରି,୨୨।୯(ଦୁର୍ଯ୍ୟୋଧନ ପାତ୍ର): କର୍ନାଟକର ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ଲୁଟ୍‌ ମାମଲାରେ ମାଲକାନଗିରି ପୋଲିସ ଜଣେ ମହିଳା କନ୍‌ଷ୍ଟେବଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲା ଓର୍କେଲ ଥାନାର କନ୍‌ଷ୍ଟେବଲ ବାସନ୍ତୀ ବିଶ୍ୱାସ, ବାଲିମେଳା ଗ୍ରାମର ସୁଲତାନ ସିଂ ଓ ପଶ୍ଚିମବଙ୍ଗ ଜୟରାମପୁର ଗ୍ରାମର ରାଜୁ ସେଖ୍‌। ଘଟଣା ଗତ ୧୧ ତାରିଖରେ ଘଟିଥିଲେ ମଧ୍ୟ ସୋମବାର ଏହା ସାମ୍ନାକୁ ଆସିଛି।

ପୋଲିସ ସୂଚନା ଅନୁଯାୟୀ, ମାଲକାନଗିରି ଜିଲାରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବା ପ୍ରଲୋଭନ ଦେଖାଇ ପଶ୍ଚିମବଙ୍ଗର ରାଜୁ ସେଖ୍‌ କର୍ନାଟକ ଶ୍ରୀରାମପୁର ଥାନା କାଡପା ରାମଚନ୍ଦ୍ରପୁର ଗ୍ରାମର ରଘୁ ନରସିଂହ ନାମକ ଜଣେ ବ୍ୟବସାୟୀଙ୍କୁ ମାଲକାନଗିରିକୁ ଡାକିଥିଲେ। ରାଜୁଙ୍କ କଥାରେ ବିଶ୍ୱାସ କରି ବ୍ୟବସାୟୀ ରଘୁ ନରସିଂହ ମାଲକାନଗିରି ଆସିଥିଲେ।

ଅଭିଯୁକ୍ତ ସୁଲତାନ ଓ ରାଜୁ ବ୍ୟବସାୟୀ ନରସିଂହଙ୍କୁ ମାଲକାନଗିରିର ଏକ ହୋଟେଲରେ ରଖି ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିଥିଲେ ା ପରେ ନରସିଂହଙ୍କୁ ଏମ୍‌.ଭି. ୧୭ ନିକଟ ଜଙ୍ଗଲକୁ ନେଇ ସେଠାରେ ତାଙ୍କର ଅନ୍ୟ ଦୁଇଜଣ ସାଥୀଙ୍କୁ ଡକାଇ ବ୍ୟବସାୟୀଙ୍କୁ ମାରପିଟ୍‌ କରିବା ସହ ତାଙ୍କଠାରୁ ମୋବାଇଲ ଛଡାଇ ନେବା ସହ ପାସଓ୍ବାର୍ଡ ମାଗି ତାଙ୍କ ଆକାଉଣ୍ଟରୁ ୮୨ ହଜାର ଟଙ୍କା ନେଇଯାଇଥିଲେ। ଦୁଇ ଅଭିଯୁକ୍ତ ନରସିଂହଙ୍କୁ ହୋଟେଲକୁ ନେଇ ତାଙ୍କଠାରୁ ନଗଦ ୩ ଲକ୍ଷ ଟଙ୍କା ନେବା ପରେ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରିଥିଲେ। ହେଟେଲରୁ ନରସିଂହ ଯେପରି କୁଆଡେ ନ ଯିବେ ସେ ନେଇ ରାଜୁ ସେଖ୍‌ କଡ଼ା ନଜର ରଖିଥିଲେ। ଏହି ସମୟରେ ମହିଳା କନ୍‌ଷ୍ଟେବଲ ବାସନ୍ତୀ ଆସି ନିଜକୁ ଜଣେ ପୋଲିସ ଅଧିକାରୀ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କୁ ଡରାଇଥିଲେ। ପରେ ୩ ଅଭିଯୁକ୍ତ ମିଶି ବ୍ୟବସାୟୀ ନରସିଂହଙ୍କୁ ଏମ୍‌.ଭି. ୧୪ ଗ୍ରାମକୁ କାରରେ ନେଇ ସେଠାରେ ତାଙ୍କୁ ଆଉ ୩ ଲକ୍ଷ ଟଙ୍କା ଯୋଗାଡ଼ କଲେ ଛାଡ଼ିଦେବେ ବୋଲି କହିଥିଲେ ା ନରସିଂହଙ୍କ କାର୍‌ ରାସ୍ତା ଉପରେ ଥିବାବେଳେ କେତେଜଣ ଗ୍ରାମବାସୀ ଦେଖି ଏ ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରସିଂହଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ଏ ନେଇ ଥାନାରେ ୪୮୮/୨୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଲତାନ, ରାଜୁ ଓ ବାସନ୍ତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶଥାଉକି, ମହିଳା କନ୍‌ଷ୍ଟେବଲ ବାସନ୍ତୀ ପୂର୍ବରୁ ମାଲକାନଗିରି ସଦର ଥାନାରେ କାର୍ଯ୍ୟରତ ଥିଲେ। ଏବେ ତାଙ୍କର ଓର୍କେଲ ଥାନାକୁ ବଦଳି ହୋଇଥିବାବେଳେ ସେ ଛୁଟିରେ ଅଛନ୍ତି। ତେବେ ବାସନ୍ତୀଙ୍କ ନାଁରେ ମାଲକାନଗିରି ଓ ବାଲିମେଳା ଥାନାରେ ବହୁ ମାମଲା ରହିଛି। ଏହା ପୂର୍ବରୁ ବାସନ୍ତୀ ଏଟିଏମ୍‌ରୁ ଟଙ୍କା ଲୁଟ୍‌, ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri