ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ ବୟସ୍କ ଓ ବିଭାଗର ସୁଇମିଂ କ୍ୟାଟାଗୋରିରେ ୨୦୦ରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଉପନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ଯୋଗ ଦେଇଥିଲେ। ସେ ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ବିଜେତା ଛାତ୍ରୀଛାତ୍ରଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।
ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ସଭାପତି ଦୀପକ ଦାଶଙ୍କ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମ ହୋଇଥିଲା। ସଦସ୍ୟ, ପ୍ରତିଯୋଗୀ, ଅଭିଭାବକମାନେ ସହଯୋଗ କରିଥିଲେ।

