ଭବାନୀପାଟଣା ସହରରେ ବଢୁଛି ଜବରଦଖଲ: ଜମି ମାଫିଆ ମାଡି ବସିଛନ୍ତି ସରକାରୀ ଜମି

ଭବାନୀପାଟଣା,୨୦ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରେ ଦିନକୁ ଦିନକୁ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷ କରି ଜମି ମାଫିଆମାନେ ବହୁ ସରକାରୀ ଜମି ମାଡ଼ିବସିଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସରକାରୀ ଅଫିସ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ ସରକାରୀ ଅନୁଦାନ ଫେରିଯାଉଥିବା ଜଣାଯାଇଛି।
ପ୍ରକାଶ ଯେ, ଭବାନୀପାଟଣା ସହରରେ ସମୁଦାୟ ୩୭୯୦.୩୦୭ ଏକର ଜମି ରହିଛି। ସେଥିମଧ୍ୟରୁ ୭୬୪,୦୩୯ ଏକର ସରକାରୀ। ଭବାନୀପାଟଣା ନଜୁଲରେ ସରକାରୀ ଜମି ୩୬୯.୭୭୯ ଏକର ରହିଛି। ବେସରକାରୀ ମୋଟ ୮୨୪.୯୨୬ ଏକର ରହିଛି। ଅର୍କାବାହାଲିପଡାରେ ସରକାରୀ ଜମି ୧୨୩.୦୨୩, ବେସରକାରୀ ଜମି ୨୯୮.୦୯୨ ମୋଟ ୪୨୨.୦୧୫ ଏକର ରହିଛି। ସୀତାବୋରଡିପଡ଼ାରେ ସରକାରୀ ଜମି ୪୫.୪୧, ବେସରକାରୀ ୨୪୦.୦୪୩ ମୋଟ ୨୮୫,୦୮୪ ଏକର ରହିଛି। ପୁରୁଣାପଡାରେ ସରକାରୀ ୫୬,୯୨, ବେସରକାରୀ ଜମି ୬୩୮,୦୩୮ ମୋଟ ୬୯୫.୦୨୬ ଏକର ରହିଛି। ନକଟିଗୁଡ଼ାରେ ସରକାରୀ ୫୨.୨୫ଏକର, ବେସରକାରୀ ୨୦୧.୦୯୫ ମୋଟ ୨୫୩.୧୧୦ ଏକର ଜମି ରହିଛି। ଭବାନୀପାଟଣା ସହରରେ ସରକାରୀ ଜମି ୧୧୬.୦୪୫ ଏକର, ବେସରକାରୀ ୧୧୯୧.୦୧୩ ଏପରି ମୋଟ ୧୩୦୭.୦୫୮ ଏକର ଜମି ରହିଛି। ସେଥିମଧ୍ୟରୁ ଜଳଚର, ଦେବୋତ୍ତର, ପୂର୍ତ୍ତ ବିଭାଗ ଓ ରାଜସ୍ବ ବିଭାଗର ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ଯୋଗୁ ରାସ୍ତା ଦୁଇପାର୍ଶରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଘୋଡ଼ାଘାଟ ଛକଠାରୁ ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬କୁ ମଧ୍ୟ ଲୋକେ ଜବରଦଖଲ କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲାରେ ନାଟ୍ୟ ମଣ୍ଡପ ପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। କିନ୍ତୁ ଜାଗା ଚିହ୍ନଟ ହୋଇ ହସ୍ତାନ୍ତର ହେବାରେ ବିଳମ୍ବ ଯୋଗୁ ଅନୁଦାନ ଫେରିଯାଇଛି। ସହର ଭିତରେ ଜବରଦଖଲ ଯୋଗୁ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରାଇସିଂପୁରଠାରେ ନିର୍ମାଣ କରାଯାଇଛି। ବର୍ତ୍ତମାନ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୌରପାଳିକା ପର୍ଯ୍ୟନ୍ତ ରାଜାରାଜୁଡା ଅମଳର କୋଠାରେ ଅଫିସ ଚାଲିଛି। ଏହିସବୁ ଅଫିସ କୋଠା ନିର୍ମାଣ ପାଇଁ ସହର ଭିତରେ ଜାଗା ନ ମିଳିବା ଉଦ୍‌ବେଗର କାରଣ ହୋଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri