Posted inଜାତୀୟ

ଆରାମ ପାଇଁ ବଢୁଛି ବିଶ୍ୱର ତାପମାତ୍ରା: ସତର୍କ କରାଇ ପାଣିପାଗ ବିଭାଗ କହିଲା ସବୁବର୍ଷଠାରୁ ଏ ବର୍ଷ…

ନୂଆଦିଲ୍ଲୀ, ୪ା୫: ଚଳିତ ବର୍ଷର ଗ୍ରୀଷ୍ମଋତୁ ଆରମ୍ଭ ମାତ୍ର। ହେଲେ ଏବେଠାରୁ ଦେଶର ପ୍ରାୟ ପ୍ରତ୍ୟେକ ଭାଗରେ ଯେଭଳି ଗରମ ଅନୁଭୂତ ହେଉଛି ତାହା ସବୁ ବର୍ଷର ରେକର୍ଡକୁ ଟପିଯିବା ଭଳି ମନେ ହେଉଛି। ଏପ୍ରିଲ ମଧ୍ୟଭାଗ ସୁଦ୍ଧା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଆଦି ରାଜ୍ୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସତର୍କତା ଅନୁସାରେ ଦେଶର ପୂର୍ବ,କେନ୍ଦ୍ର ଏବଂ ଉତ୍ତର ପଶ୍ଚିମ ଭାଗରେ ଚଳିତ ବର୍ଷ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ହେବ। ଏହାଛଡ଼ା ଚଳିତ ବର୍ଷ ଏଲ୍‌-ନିନୋ ପ୍ରଭାବରେ ମୌସୁମୀ ବର୍ଷା କମ୍‌ ହେବାର ଆଶଙ୍କା ରହିଥିବାରୁ ଗରମ ଏବଂ ଗୁଳୁଗୁଳି ଅସହ୍ୟ ହୋଇପଡ଼ିବ ବୋଲି ଆକଳନ କରାଯାଉଛି। ବିଶେଷକରି ସହରାଞ୍ଚଳ ସ୍ଥିତି ଗ୍ରାମାଞ୍ଚଳ ତୁଳନାରେ ଅଧିକ କଠିନ ହୋଇପଡ଼ିବାର ଆଶଙ୍କା ବଢାଇଛି। କାରଣ ସହରାଞ୍ଚଳ ଦେଶର ଅନ୍ୟାନ୍ୟ ଭାଗ ତୁଳନାରେ ୨ ଗୁଣ ଅଧିକ ଉତ୍ତପ୍ତ ହୋଇପଡ଼ୁଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି। ସହରାଞ୍ଚଳରେ ଗଛବୃକ୍ଷ ନଷ୍ଟ ସହ କୋଠାବାଡ଼ି ସଂଖ୍ୟା ବଢି କଂକ୍ରିଟ୍‌ ଜଙ୍ଗଲ ବୃଦ୍ଧି ହେବା ଦ୍ୱାରା ଅଧିକ ସୂର୍ଯ୍ୟ ଉତ୍ତାପ ବାୟୁମଣ୍ଡଳ ସମେତ ଭୂପୃଷ୍ଠ ଉତ୍ତାପ ବଢାଇ ‘ ଅର୍ବାନ ହିଟ୍‌ ଆଇଲାଣ୍ଡ’(ୟୁଏଚ୍‌ଆଇ) ପ୍ରଭାବ ସୃଷ୍ଟି କରିବା ଦିନ ଓ ରାତିରେ ଉତ୍ତାପ ବୃଦ୍ଧି କରିବାର ମୁଖ୍ୟ କାରଣ ପାଲଟିଛି। ଏହିକ୍ରମରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହର ସମେତ ମଧ୍ୟମ ସହରଗୁଡିକ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ସହରାଞ୍ଚଳରେ ଅସହ୍ୟ ଗରମରୁ ରକ୍ଷା ପାଇବା ଲାଗି ଲୋକମାନେ ଏୟାର କଣ୍ଡିଶନର(ଏସି)ର ବ୍ୟବହାର ବଢାଇ ଚାଲିଛନ୍ତି। ଗରମରୁ ରକ୍ଷା ପାଇବା ଲାଗି ଏସିର ବ୍ୟବହାର ସାରା ବିଶ୍ୱରେ ଭାରତରେ ସବୁଠୁ ଅଧିକ। ୨୦୨୪ରେ ଭାରତୀୟ ବଜାରରେ ୪୦ ନିୟୁତ ଏସି ବିକ୍ରି ହେବା ଘଟଣା ନୂଆ ରେକର୍ଡ ସୃଷ୍ଟି କରିଥିଲାବେଳେ ଏହାମଧ୍ୟରେ ଏହି ସଂଖ୍ୟା ଆହୁରି ଅଧିକ ସ୍ତରରେ ପହଞ୍ଚିଥିବା କଞ୍ଜ୍ୟୁମର୍‌ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆପ୍ଲିଆନ୍ସ୍‌ ମାନୁଫାକ୍‌ଚର ଆସୋସିଏଶନ ପକ୍ଷରୁ କୁହାଯାଇଛି। କିନ୍ତୁ ଭାରତରେ ଏତେ ସଂଖ୍ୟାରେ ଏସି ବ୍ୟବହାର ପରୋକ୍ଷରେ ପରିବେଶ ପାଇଁ ଉତ୍କଟ ସ୍ଥିତି ସୃଷ୍ଟି କରୁଥିବା କୁହାଯାଇଛି। ଏସି ଗରମରୁ ରକ୍ଷା ଦେଉଥିଲେ ହେଁ ଏହାର ପ୍ରଭାବ ବାୟୁମଣ୍ଡଳ ଏବଂ ପୃଥିବୀକୁ ଉତ୍ତପ୍ତ କରିବାରେ ଲାଗିଛି ବୋଲି ଗବେଷକମାନେ କହିଛନ୍ତି।
ପ୍ରଥମତଃ ଖରାଦିନେ ବିପୁଳ ସଂଖ୍ୟାରେ ଏସି ଚାଲୁଥିବାରୁ ଅଧିକ ବିଦ୍ୟୁତ୍‌ଶକ୍ତି ଉପଯୋଗ ହୋଇଥାଏ। ଭାରତରେ ମୁଖ୍ୟତଃ କୋଇଲା ଏବଂ ଡିଜେଲ ଭଳି ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିବାରୁ ଏହାର ପ୍ରଭାବ ମଧ୍ୟ ବାୟୁମଣ୍ଡଳ ଉପରେ ଅନୁଭୂତ ହୋଇଥାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ପିକ୍‌ ଆଓ୍ବାର ବିଦ୍ୟୁତ୍‌ ଚାହିଦା ୧୮୨.୫ ଗିଗାଓ୍ବାଟ୍‌ ରହିଥିଲାବେଳେ ୨୦୨୪ରେ ଏହା ୨୫୦ ଗିଗାଓ୍ବାଟକୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏହା ୨୭୦ ଗିଗାଓ୍ବାଟ୍‌ରେ ପହଞ୍ଚିବ ବୋଲି ଅନୁମାନ ଲଗାଇ ସରକାର ଏଥିପାଇଁ ପ୍ରସ୍ତୁତି ନେଇଛନ୍ତି। ୨୦୨୩ରେ ଗ୍ରୀଷ୍ମକାଳୀନ ବିଦ୍ୟୁତ୍‌ ଚାହିଦାକୁ ନେଇ ଜୀବାଶ୍ମ ଇନ୍ଧନରୁ ଉତ୍ପନ୍ନ ଶକ୍ତି ୨୮୫୩ ୟୁନିଟ୍‌କୁ ବୃଦ୍ଧି ପାଇଥିଲା। କିନ୍ତୁ ଏହାଦ୍ୱାରା ବାୟୁମଣ୍ଡଳରେ ୨ ନିୟୁତ ଟନ୍‌ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ପ୍ରବେଶ କରିଥିଲା। ଦ୍ୱିତୀୟରେ ‘ସ୍ପ୍ଲିଟ୍‌ ଏସି’ରେ ବ୍ୟବହାର ହେଉଥିବା ରାସାୟନିକ ରେଫ୍ରିଜେରାଣ୍ଟ୍‌ ମଧ୍ୟ ପରିବେଶ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବାରେ ଲାଗିଛି। ଏହି ରେଫ୍ରିଜେରାଣ୍ଟ ମୁଖ୍ୟତଃ ‘ହାଇଡ୍ରୋଫ୍ଲୋରୋକାର୍ବନ(ଏଚ୍‌ଏଫ୍‌ସି) ଏବଂ ‘ଆର୍‌-୪୧୦ଏ’ ଶ୍ରେଣୀର ହୋଇଥିବାରୁ ଏହା ଅଙ୍ଗାରକାମ୍ଲ ଗ୍ୟାସ୍‌ ତୁଳନାରେ ୨୦୦୦ ଗୁଣ ଅଧିକ ଗ୍ଲୋବାଲ ଓ୍ବାର୍ମିଂର କାରଣ ହେଉଛି। ୨୦୫୦ ସୁଦ୍ଧା ସାରା ବିଶ୍ୱରେ ଯେତିକି ପରିମାଣର ଗ୍ରୀନ୍‌ ହାଉସ୍‌ ଉଦ୍‌ଗିରଣ ହେବ ବୋଲି ଆକଳନ କରାଯାଇଛି ତାହାର ୧୨ ପ୍ରତିଶତରୁ ଅଧିକ କେବଳ ଏହି ଏସି ରେଫ୍ରିଜେରାଣ୍ଟ ଦ୍ୱାରା ହେବ ବୋଲି ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଦ୍ୱାରା ଆକଳନ କରାଯାଇଛି। ତେଣୁ ଗରମରୁ ରକ୍ଷା ପାଇବା ଲାଗି ଦିନକୁ ଦିନ ଏସିର ବ୍ୟବହାର ସଂଖ୍ୟ ବଢୁଥିଲାବେଳେ ଏହା ବୈଶ୍ୱିକ ପରିବେଶକୁ ଆହୁରି ଉତ୍ତପ୍ତ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?