ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ସୋମବାର ସକାଳ ସମୟରେ ସମୀକ୍ଷା କରିଛନ୍ତି। ଏଥିସହ ନିର୍ମାଣାଧୀନ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ସହିତ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ରୂପରେଖ ଗତିଶୀଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଧାମନଗରକୁ ଏକ ଆଧୁନିକ ଓ ସର୍ବସୁବିଧା ସମ୍ପନ୍ନ ସହର ଭାବେ ଗଢ଼ି ତୋଳିବା ନେଇ ସଂକଳ୍ପବଦ୍ଧ ଏବଂ ଲୋକଙ୍କ ସୁବିଧା ଓ ଅଞ୍ଚଳର ବିକାଶ ହିଁ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

