ଟିକିରି, ୪।୫ (ପ୍ରଫୁଲ୍ଲ କୁମାର ବେହେରା) ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ଅନୁମୋଦନ କ୍ରମେ ରାୟଗଡା ଜିଲା ପାଇଁ ଦ୍ୱତୀୟ ଥର ଭାବେ କାଶୀପୁରର ଯୁବ ନେତା ମୋହନ ନାୟକଙ୍କୁ ଜିଲା ଯୁବ ସଭାପତି ଭାବେ ମନୋନୀତ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଯୁବ ଗୋଷ୍ଠୀକୁ ଜିଲାରେ ସଂଘଠିତ କରିବେ ବୋଲି ମୋହନ କହିଛନ୍ତି। ତାଙ୍କୁ ଏହି ପଦ ମିଳିଥିବାରୁ ସେ କୋରାପୁଟ ଏମ୍ପି ସପ୍ତଗିରି ଉଲାକା, ରାଜ୍ୟ ଯୁବ ସଭାପତି ରଂଜିତ ପାତ୍ର ଓ ଜିଲାର ସମସ୍ତ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

