୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ ହଟିବା ପରେ ରାଷ୍ଟ୍ରପତି ଶାସନ ଜାରି ଓ ପରବର୍ତ୍ତୀ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ୟୁମ୍‌ନାମ ଖେମ୍‌ଚାନ୍ଦ ଶାସନ ଚଳାଇଥିଲେ ମଧ୍ୟ ସ୍ଥିତିରେ ଉନ୍ନତି ଘଟିପାରୁ ନାହିଁ। ନିକଟରେ ୨୪ ଏପ୍ରିଲ ୨୦୨୬ରେ ରାଜ୍ୟର ପୃଥକ୍‌ ସ୍ଥାନରେ ହିଂସା ଘଟି ୩ ଜଣଙ୍କ ପ୍ରାଣହାନି ଘଟିଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଅଦ୍ୟାବଧି ହିଂସାଜନିତ ମୃତ୍ୟୁସଂଖ୍ୟା ୨୧୭ ହୋଇଥିବା ବେଳେ ପ୍ରାୟ ୬୫ ହଜାର ଲୋକ ରିଲିଫ୍‌ ଶିବିରରେ ରହୁଛନ୍ତି। କିନ୍ତୁ ବେସରକାରୀ ତଥ୍ୟ ଏସବୁଠାରୁ କାହିଁ କେତେ ଅଧିକ ହେବ ବୋଲି କୁହାଯାଉଛି।
ମଣିପୁରରେ ତିନୋଟି ପ୍ରମୁଖ ସମ୍ପ୍ରଦାୟ ମେଇତି, ନାଗା ଓ କୁକି ବାସ କରନ୍ତି। ମେଇତିମାନେ ସ୍ବଚ୍ଛଳ ବର୍ଗର ହୋଇଥିବା ବେଳେ ସେମାନେ ଉପତ୍ୟକାରେ ରହିଥାଆନ୍ତି। ଅନ୍ୟପକ୍ଷରେ କୁକି, ନାଗା ଓ ଆଦିବାସୀମାନେ ମୁଖ୍ୟତଃ ପାହାଡ଼ିଆ ଇଲାକାରେ ବାସ କରିଥାଆନ୍ତି। ମଣିପୁର ସମସ୍ୟାର ରଞ୍ଜକରେ ନିଆଁ ଲଗାଇବା ପାଇଁ ମଣିପୁର ହାଇକୋର୍ଟର ଏକ ରାୟ ଦାୟୀ। ୨୦୨୩ରେ ମଣିପୁର ହାଇକୋର୍ଟ ସେତେବେଳେ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ସୁପାରିସ କରାଯାଉ। ନ୍ୟାୟାଳୟଙ୍କ ରାୟ ପରେ ବିବାଦ ଉପୁଜିଥିଲା। ୩ ମେ’ ୨୦୨୩ରେ ଅଲ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଏଭଳି ଆଦେଶକୁ ବିରୋଧ କରି ଶୋଭାଯାତ୍ରା କରିବା ପରେ ହିଂସାକାଣ୍ଡ ଘଟିଥିଲା। ସେବେଠାରୁ ମଣିପୁରରେ ଜାତିଆଣ ନିଆଁ ଥମିବାର ନାଁ ଧରୁନାହିଁ। ଏନ୍‌. ବୀରେନ୍‌ ସିଂ ମେଇତି ସମ୍ପ୍ରଦାୟର ହୋଇଥିବାରୁ ପ୍ରଥମରୁ ଏହି ଘଟଣାକୁ ଅଣଦେଖା କରିଚାଲିଥିଲେ। ସ୍ଥିତି ଅସମ୍ଭାଳ ହେବା ପରେ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ନିଜ ଶାସନ ସମୟରେ ଏକ ସମସ୍ୟାର ସମାଧାନ ଆଣିପାରି ନ ଥିବା ସିଂଙ୍କ ଭବିଷ୍ୟତର ରାଜନୈତିକ ଆକାଂକ୍ଷା ବିଷୟରେ ଶୁଣିଲେ ବ୍ୟବସ୍ଥା ପ୍ରତି ଉପହାସ ଲାଗେ। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ୨୦୨୭ରେ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମୁଦାୟ ୬୦ ଆସନ ମଧ୍ୟରୁ ଭାଜପା ୪୦ ଆସନ ପାଇବ। ଏଥିରୁ ବୁଝିବାକୁ ହେବ ଯେ, ରୋମ୍‌ ଜଳୁଥିବା ବେଳେ ସମ୍ରାଟ ନିରୋ ବଂଶୀବାଦନ କଲା ଭଳି ମଣିପୁର ଅଶାନ୍ତ ସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ନେତାମାନେ ଭୋଟ ଚିନ୍ତାରେ ବ୍ୟସ୍ତ।
ଏବେ ଯଦି ମଣିପୁରସ୍ଥିତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ କଥାକୁ ଶୁଣାଯାଏ, ତେବେ ଏକ ବିଚିତ୍ର ସତ୍ୟ ପ୍ରକାଶ ପାଉଛି। ବିଚିତ୍ର ଏଇଥିପାଇଁ କି, କାରଣ ଅଧିକାଂଶ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ନିଜର ମନ୍ତବ୍ୟ ରଖିଲାବେଳକୁ ଉଲ୍ଲେଖ କରୁଛନ୍ତି ଯେ, ସମସ୍ୟାଟି କେବଳ ମଣିପୁରରେ ସୀମିତ ନୁହେଁ, ଏହା ସମଗ୍ର ଦେଶର ଭବିଷ୍ୟତର ଚିନ୍ତା। ଏଭଳି ମନ୍ତବ୍ୟ ଦେବା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବୁଝାପଡ଼େ। ମଣିପୁରର ଯୁବପିଢ଼ି, ସମ୍ଭବତଃ ହୃଦ୍‌ବୋଧ କରୁଛନ୍ତି ଯେ, ଦେଶର ଅନ୍ୟ ଅଞ୍ଚଳରେ ଜନସାଧାରଣ ସେମାନଙ୍କର ପୀଡ଼ାକୁ ବୁଝିବା ପାଇଁ ଆଗ୍ରହ ଦେଖାଉନାହାନ୍ତି। କାରଣ ହୋଇପାରେ ଯେ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସାଧାରଣ ଲୋକ ଏହାକୁ ଏକ ଉପାନ୍ତ ଅଞ୍ଚଳର ସମସ୍ୟା ଏବଂ ତାହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିବ ନାହିଁ ବୋଲି ଭାବୁଛନ୍ତି। କିଛିବର୍ଷ ପୂର୍ବେ ରାଜନୀତି ସହିତ ସମ୍ପୃକ୍ତ ଅନେକ ଭାରତୀୟ ଭାବୁଥିଲେ ଯେ, ଯୁଦ୍ଧ ଆରମ୍ଭ କରି ପାକିସ୍ତାନର ନାକକୁ ମାଟିରେ ରଗଡ଼ି ଦେବା ଭାରତ ପାଇଁ ଅତ୍ୟନ୍ତ ସହଜ। ଏହି ଧାରଣାକୁ ସରକାରୀ ସ୍ତରରେ ଅନେକ ପ୍ରୋତ୍ସାହନ ଦିଆଯାଇ ଆସୁଥିଲା। ବେଲୁନରେ କଣ୍ଟା ପଶିଲା ଭଳି ଯୁଦ୍ଧ ସମ୍ପର୍କିତ ଭାରତୀୟମାନଙ୍କର ଥିବା ଭ୍ରାନ୍ତ ଧାରଣାକୁ ପ୍ରଥମେ ଅଭିନନ୍ଦନ ବର୍ତ୍ତମାନ ଭାଙ୍ଗି ଦେଇଥିଲେ। ସମସ୍ତଙ୍କ ମନରେ ବିଶ୍ୱାସ ପଶିଲା ଯେ, ଯୁଦ୍ଧ ଲଢ଼ିବା ପାଇଁ ଭାରତ ଆଦୌ ପ୍ରସ୍ତୁତ ନୁହେଁ। ସେହି ତଥାକଥିତ ଜାତୀୟତାବାଦୀ ଚିନ୍ତାଧାରାକୁ ପୁନର୍ବାର ‘ଅପରେଶନ ସିନ୍ଦୂର’ ବେଳେ ଦ୍ୱିତୀୟ ଝଟକା ଲାଗିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ବାରମ୍ବାର ଘୋଷଣା କରାଗଲା ଯେ, ଭାରତର ଅନେକ ନୂଆ କରି କିଣାଯାଇଥିବା ରାଫାଲ ଯୁଦ୍ଧ ବିମାନ ଖସିପଡ଼ିଛି। ଏହାକୁ ଖଣ୍ଡନ କରିବା ପାଇଁ ଭାରତ ସରକାର କୌଣସି ଭାବେ ଇଚ୍ଛୁକ ବୋଲି ସାଧାରଣରେ ଜଣାପଡ଼ିଲା ନାହିଁ। ଏହିଭଳି କେତୋଟି ଘଟଣା ଘଟିଗଲା ପରେ ଯୁଦ୍ଧ ସମ୍ପର୍କରେ ବାରମ୍ବାର ମତପ୍ରକାଶ କରୁଥିବା ବ୍ୟକ୍ତିବିଶେଷ ନୀରବ ପାଲଟିଯାଇଥିବା ଦେଖାଯାଉଛି।
କହିଲାବେଳକୁ କୁହାଯାଏ ‘କଶ୍ମୀରରୁ କନ୍ୟାକୁମାରୀ ଭାରତ ଏକ’। ବାସ୍ତବରେ ଦେଖିବାକୁ ଗଲେ, ଭାରତର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଉତ୍ତର-ପୂର୍ବାଞ୍ଚଳ ଯୁବତୀଯୁବକଙ୍କୁ ଅତ୍ୟଧିକ ମାତ୍ରାର ଜାତିଭେଦ ଓ ଘୃଣାର ଶିକାର ହେବାକୁ ପଡ଼ିଥାଏ। ଏପରିକି ଦକ୍ଷିଣ ଭାରତର ଲୋକଙ୍କୁ ଓଡ଼ିଶାଠାରୁ ଆରମ୍ଭ କରି ଉତ୍ତର ଭାରତର ହିନ୍ଦୀଭାଷୀ ନାଗରିକମାନେ ଘୃଣାଦୃଷ୍ଟିରେ ଦେଖନ୍ତି। ସମ୍ଭବତଃ ଏହି ଘୃଣାଭାବ ଯୋଗୁ ବିଗତ ୩ ବର୍ଷ ଧରି ଲାଗିରହିଥିବା ନିଆଁ ପ୍ରତି କୌଣସି ରାଜନୈତିକ କିମ୍ବା ସାମାଜିକ ଦୃଷ୍ଟି ପଡ଼ୁନାହିଁ। ଆମେ ସମସ୍ତେ ଭାବୁଛେ ମଣିପୁର ସହିତ ଆମର କ’ଣ ବା ଯାଏଆସେ। ଏହା ହେଉଛି ଦେଶ ବିଭାଜନର ନିଅଁ ପଡ଼ୁଥିବାର ଲକ୍ଷଣ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?