Posted inଜାତୀୟ

କିଛି ସମୟ ପରେ ଆସିବ ୪ ରାଜ୍ୟ ସହ ପଣ୍ଡିଚେରୀର ଫଳାଫଳ, ପଶ୍ଚିମବଙ୍ଗ ଉପରେ ସାରା ଦେଶର ନଜର

ନୂଆଦିଲ୍ଲୀ,୪ା୫: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍‌ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ ବିଧାନସଭା ନିର୍ବାଚନର ଭୋଟଗଣତି ସୋମବାର ହେବ। କିନ୍ତୁ ସାରା ଦେଶର ନଜର ପଶ୍ଚିମବଙ୍ଗ ଫଳାଫଳ ଉପରେ ରହିଛି। ଏହା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପୁଣି କ୍ଷମତାକୁ ଫେରୁଛି କି ଭାଜପା ନେତୃତ୍ୱରେ ସେଠାରେ ନୂଆ ସରକାର ଗଢ଼ାହେବାକୁ ଯାଉଛି, ତାହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି। ଯଦି ମମତା ତାଙ୍କର ସ୍ଥିତି ରକ୍ଷା କରିପାରନ୍ତି ତେବେ ତାହା ଅଣଭାଜପା ରାଜନୀତିକୁ ପୁନର୍ବାର ଶକ୍ତିଶାଳୀ କରିବ। ଅନ୍ୟପଟେ ପଶ୍ଚିମବଙ୍ଗରେ ଭାଜପାର ଜିତାପଟ ହେଲେ ମୋଦିଙ୍କ ଭାବମୂର୍ତ୍ତିକୁ ଅଧିକ ଶକ୍ତିଶାଳୀ କରିବା ସହିତ ଭାରତର ଅନ୍ତର୍ଜାତୀୟ ସମ୍ପର୍କରେ ବିଫଳତାକୁ କିଛି ସମୟ ପାଇଁ ଘୋଡ଼ାଇ ଦେବ।
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାର ୨୯୩ ଆସନ ପାଇଁ ୭୭ଟି ଗଣନା କେନ୍ଦ୍ରରେ ଭୋଟ ଗଣତି ହେବାକୁ ଯାଉଥିବାବେଳେ ସ୍ବଚ୍ଛତା ସୁନିଶ୍ଚିତ କରିବା ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ଦୁଇ ପର୍ଯ୍ୟାୟରେ ଭୋଟ ହୋଇଥିବାବେଳେ ମତଦାନ ହାର ୯୨ ପ୍ରତିଶତରୁ ଅଧିକ ରହିଥିଲା। ସେହିପରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସାମର ସମସ୍ତ ୧୨୬ ଆସନ ଲାଗି ୩୫ ଜିଲାର ୪୦ଟି ଗଣନା କେନ୍ଦ୍ରରେ ଭୋଟଗଣତି କରାଯିବ। ୫୯ ମହିଳାଙ୍କ ସମେତ ୭୨୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବାବେଳେ ସୋମବାର ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଗତ ମାସ ୯ ତାରିଖରେ ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମତଦାନ ହାର ୮୫.୯୬ ପ୍ରତିଶତ ଥିଲା।
୨୪୩ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ୬୨ଟି କେନ୍ଦ୍ରରେ ଭୋଟଗଣତି ହେବ। ଏହି କାର୍ଯ୍ୟରେ ୧୦,୫୪୫ କର୍ମଚାରୀଙ୍କୁ ନିୟୋଜିତ କରାଯିବ ଓ ସେମାନଙ୍କୁ ୪,୬୧୪ ଜଣ ମାଇକ୍ରୋ ଅବ୍‌ଜରଭର ସହାୟତା କରିବେ। ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏ ମୋଟ ୨୩୪ ଜଣ କାଉଣ୍ଟିଂ ଅବ୍‌ଜରଭର ରହିବେ। ସେହିପରି କେରଳମ୍‌ ଏବଂ ପଣ୍ଡିଚେରୀରେ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ୧୪୦ ଆସନ ବିଶିଷ୍ଟ କେରଳମ୍‌ ବିଧାନସଭା ପାଇଁ ୪୩ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ଏଥିପାଇଁ ୧୫,୪୬୫ ଜଣ ଗଣନାକାରୀ ଏବଂ ୩୨,୩୦୧ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅନୁରୂପ ଭାବେ ପଣ୍ଡିଚେରୀର ଭୋଟ ଗ୍ରହଣ ହୋଇଥିବା ୩୦ଟି ଆସନ ପାଇଁ ଭୋଟ ଗଣତି କରାଯିବ। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ। ଏହାର ୩୦ ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣନା କରାଯିବ। ପ୍ରତି ପର୍ଯ୍ୟାୟର ଗଣନା ପରେ ତଥ୍ୟ ନିର୍ବାଚନ କମିଶନଙ୍କ ମୋବାଇଲ୍‌ ଆପ୍ଲିକେଶନ ଏବଂ ସରକାରୀ ପୋର୍ଟାଲ result.eci.gov.inରେ ଅପ୍‌ଲୋଡ୍‌ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?