ରାସ୍ତାରେ ଶୋଇଥିବା ଷଣ୍ଢପଲ ଉପରେ ମାଡ଼ିଗଲା ହାଇଓ୍ବା, ତାତିଲେ ଲୋକେ, ଗାଡ଼ିରେ ଲଗାଇଦେଲେ ନିଆଁ

ଚାନ୍ଦବାଲି,୪ା୫(ଅଶୋକ ପଣ୍ଡା): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡ଼ିଗଲା ହାଇଓ୍ବା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏପରି ଘଟିଛି।

ସୂଚନାନୁଯାୟୀ, ଭଦ୍ରକରୁ ଏକ ମାଲ୍‌ ବୋଝେଇ ହାଇଓ୍ବା ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ଚାନ୍ଦବାଲି ଥାନା ଅଧିନସ୍ଥ ନାଲଗୁଣ୍ଡା ବଜାରରେ ଘଟିଛି ଏଭଳି ଘଟଣା। ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅମାନବୀୟ ଦୁର୍ଘଟଣା। ରାସ୍ତାକଡ଼ରେ ଶୋଇଥିଲେ ୮ ଷଣ୍ଢ। ହଠାତ୍‌ ଏକ ଦ୍ରୁତଗାମୀ ହାଇଓ୍ବା ଆସି ଶୋଇଥିବା ଷଣ୍ଢପଲଙ୍କ ଉପରେ ମାଡ଼ିଗଲା। ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁ ଘଟଣାସ୍ଥଳରେ ହିଁ ୮ଟି ଷଣ୍ଢଙ୍କ ଉପରେ ଚଢି ଗଲା। ୫ଟି ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ଆଉ ୩ଟି ଷଣ୍ଢ ମରଣ ସହ ସଂଗ୍ରାମ କରୁଛନ୍ତି। ଏମିତି ରାସ୍ତା ସାରା ରକ୍ତର ଛିଟା। ଆଉ ପଡିଥିଲା ନିରୀହ ପଶୁଙ୍କ କ୍ଷତବିକ୍ଷତ ଶରୀର। ଏ ବୀଭତ୍ସ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ହାଇଓ୍ବାରେ ନିଆଁ ଲଗାଇଦେଲେ। କିଛି ମୁହୂର୍ତ୍ତରେ ହାଇୱାଟି ଜଳି ପାଉଁଶ ହୋଇଗଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଚାନ୍ଦବାଲି ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ହାଇଓ୍ବା ଡ୍ରାଇଭର ଘଟଣା ପରେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?