ମିଳୁନି ନ୍ୟାୟ: ଥାନାଧିକାରୀ, ବିଇଓଙ୍କ ନାଁରେ ଲିଖିତ ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ…

ଭବାନୀପାଟଣା, ୧୩।୯ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ  ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ  ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ। ପରେ ସ୍ଥାନୀୟ ଶିକ୍ଷା ବିଭାଗ  ତାଙ୍କୁ ନିଲମ୍ବିତ କରିଥିଲା। ଉକ୍ତ ଦିନ ପ୍ରଧାନଶିକ୍ଷକ ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇଁ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ତାଙ୍କ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ। ଏପରିକି ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଲିଖିତ ଅଭିଯୋଗକୁ ଛାତ୍ରୀଙ୍କ ଅଭିଭାବକ,ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ନ ଆଣି ସ୍କୁଲର ଜଣେ ସହକାରୀ ଶିକ୍ଷକ ଯିଶୁ ଗୋପାଳ କେଉଁ ସ୍ବାର୍ଥରେ ବିଇଓଙ୍କୁ ଡାକ ମାଧ୍ୟମରେ ଦେଇଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ। ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଲା ନଂ (୫୮୦/୨୫ ) ରୁଜୁ କରିଥିଲା । ହେଲେ ଇତିମଧ୍ୟରେ ଏହି ଘଟଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ ନାଁ ଶିକ୍ଷା ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା  ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଶେଷରେ ନ୍ୟାୟ ପାଇଁ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ମେହେର ଶନିବାର ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି।
ଏ ନେଇ ଜିଲାପାଳଙ୍କୁ ସେ ଜୁନାଗଡ଼ ଥାନାଧିକାରୀ ଓ ବିଇଓଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଜୁନାଗଡ଼ ଥାନାଧିକାରୀ ଓ ବିଇଓ ଉପରୋକ୍ତ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଘଣ୍ଟ ଘୋଡ଼ାଉ ଥିବା ଅଭିଯୋଗ ଆଣିଛନ୍ତି। ଶୀଘ୍ର ଏହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି। ତେବେ ଜିଲାପାଳ ପାୱାର ସଚିନ ପ୍ରକାଶ ତାଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଥିବା ଜଣାପଡିଛି। ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କୁ ପଚାରିବାରୁ  ଏହି ଘଟଣାରେ ୩ ଶିକ୍ଷକଙ୍କ ସହ ୬ ଜଣକୁ ନୋଟିସ ଦିଆଯାଇଛି। ବର୍ତ୍ତମାନ ବି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି। ସେହିପରି ବିଇଓ ତପନ ମାଝୀଙ୍କୁ ପଚାରିବାରୁ ଘଟଣା ବିଷୟରେ ଜିଲା ଶିକ୍ଷାଅଧିକାରୀଙ୍କୁ ଜଣାଯାଇଛି ବୋଲି କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri