ଆଇଫୋନ୍ ୧୭ ଲଞ୍ଚ ପୂର୍ବରୁ ଭାରତରେ ବଡ଼ ମାଇଲଖୁଣ୍ଟ ହାସଲ କଲା ଆପଲ୍‌, ଗୋଟିଏ ବର୍ଷରେ ୯ ବିଲିୟନ ଡଲାର…

ନୂଆଦିଲ୍ଲୀ,୭।୯: ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍‌ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଆପଲ୍‌ର ରାଜସ୍ୱ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ୧୨ ମାସରେ ୧୩% ବୃଦ୍ଧି ପାଇ ୮ ବିଲିୟନ ଡଲାରରୁ ୯ ବିଲିୟନ ଡଲାରରେ ପହଞ୍ଚିଛି। ଏହି ବିକ୍ରିର ବଡ଼ ଅଂଶ ଆଇଫୋନରୁ ଆସିଥିବା ବେଳେ ମ୍ୟାକବୁକର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଆଇଫୋନ ଭାରତର ସ୍ମାର୍ଟଫୋନ ବଜାରର ୭% ଅଂଶ ହାସଲ କରିଛି। ଗତ ତିନି ବର୍ଷରେ ଆପଲ୍‌ର ରାଜସ୍ୱ ଭାରତରେ ୧.୫ ଗୁଣ ବୃଦ୍ଧି ପାଇଛି। ଏହା ସହ ଭାରତ ଆପଲ୍‌ର ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଠାରେ ପ୍ରତି ୫ଟି ଆଇଫୋନ ମଧ୍ୟରୁ ଗୋଟିଏ ଉତ୍ପାଦିତ ହେଉଛି। ତାମିଲନାଡୁ ଓ କର୍ଣ୍ଣାଟକରେ ନୂଆ ଫ୍ୟାକ୍ଟ୍ରି ସହ ଆପଲ୍‌ ୫ଟି କାରଖାନାରେ ଆଇଫୋନ ୧୭ର ଚାରୋଟି ମଡେଲ ଉତ୍ପାଦନ କରିବାକୁ ଯୋଜନା କରୁଛି।

ଆପଲ୍‌ ଭାରତରେ ରିଟେଲ ବିସ୍ତାର ଜାରି ରଖିଛି। ଗତ ସପ୍ତାହରେ ବେଙ୍ଗାଲୁରୁ ଓ ପୁଣେରେ ଦୁଇଟି ନୂଆ ଷ୍ଟୋର ଖୋଲିଛି। ୨୦୨୩ରେ ମୁମ୍ବାଇ ଓ ନୂଆଦିଲ୍ଲୀରେ ପ୍ରଥମ ଦୁଇଟି ଷ୍ଟୋର ଖୋଲିଥିବା ଆପଲ୍‌ ଆଗାମୀ ବର୍ଷ ନୋଏଡା ଓ ମୁମ୍ବାଇରେ ଆଉ ଦୁଇଟି ଷ୍ଟୋର ଖୋଲିବାକୁ ଯୋଜନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri