Posted inଜାତୀୟ

ଭାଜପା ମୁଖପାତ୍ର ବମ୍ବେ ହାଇକୋର୍ଟ ବିଚାରପତି ନିଯୁକ୍ତ: ତେଜିଲା ରାଜନୀତି

ମୁମ୍ବାଇ,୬ା୮ :ଆଇନଜୀବୀ ଆରତୀ ସାଠେଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ସେ ମହାରାଷ୍ଟ୍ର ଭାଜପାର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବାରୁ ବିଚାରପତି ଭାବେ ତାଙ୍କର ନିଯୁକ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ନେତାମାନେ ଆରତୀଙ୍କ ନିଯୁକ୍ତିକୁ ବିରୋଧ କରିବା ସହ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ଲାଗି ତାଙ୍କୁ ତୁରନ୍ତ ପଦବୀରୁ ହଟାଇବାକୁ ଦାବି କରିଛନ୍ତି। ଆରତୀଙ୍କୁ ଭାଜପା ମହାରାଷ୍ଟ୍ର ଶାଖାର ମୁଖପାତ୍ର ନିଯୁକ୍ତି ସମ୍ପର୍କିତ ଭାଜପା ଲେଟରହେଡ୍‌ର ଏକ ସ୍କ୍ରିନ୍‌ଶଟ୍‌କୁ ଏନ୍‌ସିପି(ଏସ୍‌ପି) ସାଧାରଣ ସମ୍ପାଦକ ତଥା ବିଧାୟକ ରୋହିତ ପାଓ୍ବାର ପୋଷ୍ଟ କରିଛନ୍ତି। ଏକ ସାର୍ବଜନିକ ପ୍ଲାଟ୍‌ଫର୍ମରୁ ଶାସକ ଦଳ ପାଇଁ ଓକିଲାତି କରୁଥିବା ବ୍ୟକ୍ତିଙ୍କୁ ବିଚାରପତି ନିଯୁକ୍ତ କରାଯିବା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଧକ୍କା। ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ଏହାର ସୁଦୂରପ୍ରସାରି ପ୍ରଭାବ ପଡ଼ିବ ବୋଲି ରୋହିତ କହିଛନ୍ତି। ଆରତୀଙ୍କ ନିଯୁକ୍ତିର ପୁନର୍ବିଚାର କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରଧାନ ବିଚାରପତି ଏନେଇ ମାର୍ଗଦର୍ଶନ ଦେବା ଆବଶ୍ୟକ ବୋଲି ରୋହିତ କହିଛନ୍ତି। ଅନ୍ୟପକ୍ଷରେ ଆରତୀ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ଦଳ ମୁଖପାତ୍ର ପଦରୁ ଇସ୍ତଫା ଦେଇସାରିଥିଲେ ବୋଲି ଭାଜପା ମିଡିଆ ସେଲ୍‌ ପ୍ରଭାରୀ ନବନାଥ ବାଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri