ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ ଜଣକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ l ତେବେ ଏହି ଦେଶୀ ଚୋରା ବନ୍ଧୁକ କେଉଁଠାରେ ତିଆରି ହେଉଥିଲା ଏବଂ କେବଳ ଶିକାରୀମାନଙ୍କ ପାଖରେ ପହଞ୍ଚୁଥିଲା ନା ଅନ୍ୟ କେଉଁ ଆଡେ ଯୋଗାଇ ଦିଆଯାଉଥିଲା। ତାହାର ଟେର ପାଇବା ପୋଲିସ ପାଇଁ ଏକ ପ୍ରକାର ଚାଲେଞ୍ଜ ପାଲଟିଥିଲା l ଗତ ଏପ୍ରିଲ ୨୯ ତାରିଖରେ ତୁମୁଡିବନ୍ଧ ବନ ଅଧିକାରୀଙ୍କ ଦାରା ସିର୍ଲା ପଞ୍ଚାୟତର ପିଡାମାହା ଠାରେ ୪ ଜଣ ଦେଶୀ ବନ୍ଧୁକ ଧରି ଶିକାର କରିବା ପାଇଁ ଉଦ୍ୟମବେଳେ ଗିରଫ କରାଯାଇଥିଲା ଏବଂ ଗତ ଶନିବାର ଦିନ ବେଲଘର ଥାନା ଅନ୍ତର୍ଗତ ସାପାରି ଗ୍ରାମର ତିନିଜଣ ଶିକାରୀ ଶିକାର କରିବାକୁ ଯାଇ ଶିକାରୀଙ୍କ ଗୁଳିରେ ଜଣେ ଶିକାରୀ ଶିକାର ହୋଇ ମୃତ୍ୟୁ ହୋଇଥିବାବେଳେ ଦୁଇ ଶିକାରୀ ଏବଂ ୩ ବନ୍ଧୁକ ଜବତ କରିଛି ବେଲଘର ପୋଲିସ l

ଖବର ପ୍ରସାରଣ ପରେ ସୋମବାର ପୋଲିସ ନିଜର ପାଟ୍ରୋଲିଂକୁ କଡାକଡି କରି ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଲଦର ଗାଁ ନିକଟସ୍ଥ ଜଙ୍ଗଲରେ କିଛି ଚୋରା ଦେଶୀ ବନ୍ଧୁକ ଗଛତଳେ ପୋତାଯାଇଥିବା କୌଣସି ସୂତ୍ରରୁ ଖବର ପାଇଁ ମାଟି ତଳୁ ୭ଗୋଟି ଚୋରା ବନ୍ଧୁକ ଜବତ କରିଛି ତୁମୁଡିବନ୍ଧ ପୋଲିସ l ତେବେ ଗତ ମଙ୍ଗଳବାର ଦିନ ତୁମୁଡିବନ୍ଧ ପୋଲିସ ଥାନାଠାରୁ ମାତ୍ର ୩ କି.ମି ଦୂରରେ ଥିବା ଲବନ୍ୟ ନଗର ଗ୍ରାମର ଦୈତାରୀ ବିନ୍ଧାଣୀଙ୍କ ନିଜ ବାସଭବନରୁ ତିନୋଟି ଦେଶୀ ବନ୍ଧୁକ, ବନ୍ଧୁକ ପ୍ରସ୍ତୁତ ପାଇଁ ଦୁଇଗୋଟି କାଠ ଫ୍ରେମ, ଗୋଟିଏ ବ୍ଲର, ଦୁଇଟି ଚିମୁଟା, ଗୋଟିଏ ଡ୍ରିଲ ମେସିନ, ଦୁଇଟି ହାତୁଡି, ବିଦ୍ୟୁତ ଚଳିତ ଏକ ଲୁହା କଟର ଏହି ପରି ୨୧ ଗୋଟି ଦେଶୀ ବନ୍ଧୁକ ତିଆରି ଯନ୍ତ୍ର ସହ କିଛି ସାମଗ୍ରୀ ଜବତ କରିଛି ତୁମୁଡିବନ୍ଧ ପୋଲିସ l ଏହି ବାବଦରେ ତୁମୁଡିବନ୍ଧ ଥାନାରେ ୬୨/୨୦୨୬ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦୈଆରୀ ବିନ୍ଧାଣିଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏନେଇ ତୁମୁଡିବନ୍ଧ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?