ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସୃପଡା ଗ୍ରାମରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି। ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ହେବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରି ବିଡ଼ିଓଙ୍କ ନିକଟରେ ଗତକାଲି ଅଭିଯୋଗ କରିଛନ୍ତି। । ଏହି ରାସ୍ତା ଦେଇ କେସିଙ୍ଗା ଓ ନର୍ଲା ବ୍ଳକକୁ ସଂଯୋଗ କରୁଥିବାରୁ ବର୍ଷା ଦିନ ଗମନାଗମନ କ୍ଷେତ୍ରରେ ଘୋର ଅସୁବିଧା ହେଉଥିବାରୁ ଗ୍ରାମବାସୀ ରାସ୍ତାରୋକୋ କରି ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି।

ଏହି ରାସ୍ତା ଉପରେ ରେଙ୍ଗାଲି, ପଦ୍ମପୁର, ସିଂଝରଣ ଭଳି ଗ୍ରାମର ଲୋକମାନେ ର୍ନିଭର କରିଥାନ୍ତି।ଏହି ରାସ୍ତା ଟି ଫୁଲମତି ପାହାଡ଼ ଦେଇ ନର୍ଲା ବ୍ଲକର ଟାପରାଙ୍ଗ, ମୁସ୍କୁଟି, ସାଲିଙ୍ଗ, ଗିଗିନା, ରୁପ୍ରା ଏବଂ ନର୍ଲାକୁ ଧଧ୍ୟ ସଂଯୋଗ କରିଥାଏ। ଏହି ରାସ୍ତା ଦେଇରେ ଗ୍ରାମର ଜନସାଧାରଣ ଦୈନନ୍ଦିନ କେସିଙ୍ଗା ସହରକୁ କାମପାଇ ଯାଇଥାନ୍ତି।

ଗର୍ଭବତୀ, ପ୍ରସୂତୀ, ରୋଗୀ ଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଥାଆନ୍ତି।ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କାମସ୍‌ରେ କସୃପଡା ଓ କେସିଙ୍ଗା ସହର ଉପରେ ନିର୍ଭର କରିଥାନ୍ତି।
କିନ୍ତୁ ଦୁଃଖର ବିଷୟ ଉକ୍ତ ଗ୍ରାମମାନଙ୍କଠାରୁ କୌଣସି ଏକ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ସେହି ଶୋଚନୀୟ ରାସ୍ତାଦେଇ ଗ୍ରାମବାସୀଙ୍କୁ ଯିବାବେଳେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ପଡିଯାଇ ଦୁର୍ଘଟଣା ହେଉଛନ୍ତି। ଯାହାଫଳରେ ରାସ୍ତାଟିର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳି ନ ଥିବାରୁ ଶେଷରେ ତିନୋଟି ଗ୍ରାମର ଶତାଧିକ ମହିଳା ସେହି ରାସ୍ତା ଉପରେ ଅବରୋଧ କରିବା ସହ କେସିଙ୍ଗା ସ୍ଥିତ ‘ଗ୍ରାମ୍ୟ ନିର୍ମାଣ ବିଭାଜନ’ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ ।

କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ତୁରନ୍ତ ପଦକ୍ଷେପ ନିଆଯିବ ବର୍ତ୍ତମାନ ରାସ୍ତା ର ମରାମତି କରାଯିବ। ନଚେତ ଯେକୌଣସି ଫଣ୍ଡରୁ ରାସ୍ତା କାମ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ରାସ୍ତା ଦେଇ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଥିବା ହେତୁଦୈନିକ ବହୁ ସଂଖ୍ୟାରେ ହାଇୱା, ଟ୍ରକ ଏବଂ ଟ୍ରାକ୍ଟର ଭଳି ଭାରିଯାନ ଯାତାୟାତ କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri