‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍‌ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।

ଇତିହାସରୁ…
ସାମ୍ପ୍ରତିକ ସମୟରେ ମଣିଷର ଜୀବନଶୈଳୀ ଶାରୀରିକ ଓ ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ହୋଇପାରୁନାହିଁ। ଫଳରେ ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବେଗ ତଥା ଦୀର୍ଘକାଳୀନ ରୋଗଗୁଡ଼ିକ ବଢ଼ି ଚାଲିଛି। ଏଭଳି ସ୍ଥିତିରୁ ସୁରକ୍ଷିତ ରହିବା ନିମନ୍ତେ ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ହେଲା ‘ଯୋଗ’। ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କଳା। ନିୟମିତ ଯୋଗକରି ଚାଲିଲେ ଧୀରେ ଧୀରେ ବିକାଶ ଲାଭ କରେ ମାନସିକ ସ୍ଥିରତା, ସନ୍ତୁଳନ, ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି। ବର୍ତ୍ତମାନ ଯୋଗ ଲୋକଙ୍କ ଦ୍ୱାରା କେତେ ଆଦୃତ ହୋଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଅନେକେ ଏହାର ମହତ୍ତ୍ୱ ଉପଲବ୍ଧି କରିସାରିଲେଣି। ତେବେ ଏହାକୁ ଆହୁରି ପ୍ରସାର କରିବା ପାଇଁ ପ୍ରତିବର୍ଷ ଜୁନ୍‌ ୨୧ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୧୪ରେ ଏ ନେଇ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ନିଜର ଅଭିଭାଷଣ ଅବସରରେ ଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜୁନ୍‌ ୨୧କୁ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସେହି ସମୟରେ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା।

ଏବେ ସବୁ ବର୍ଗର ପିଲା ଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି
ମାନସିକ ସ୍ବାସ୍ଥ୍ୟ ଏବଂ ଉତ୍ତମ ଶରୀର ପାଇଁ ସମସ୍ତଙ୍କୁ ଯୋଗ କରିବା ଦରକାର। ଯୋଗ ଦ୍ୱାରା ମଣିଷର ମନକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଦୀର୍ଘ ୧୩ ବର୍ଷ ହେଲା ଯୋଗ ଶିଖେଇବା ଆରମ୍ଭ କରିଛି। ଯୋଗ ମାଧ୍ୟମରେ ଅଟିଜିମ ପିଲାଙ୍କ ମନକୁ ନିୟନ୍ତ୍ରଣ କରାଯାଇପାରୁଛି। ଆଗ ଆପେକ୍ଷା ଏବେ ସବୁ ବର୍ଗର ପିଲାମାନେ ଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି।
– ରଞ୍ଜନ କୁମାର ପାତ୍ର, ଯୋଗ ଶିକ୍ଷକ , ସିଆଳିଆ ଓଡ଼ିଶା ଆର୍ଦଶ ବିଦ୍ୟାଳୟ

ଯୋଗାଭ୍ୟାସ ଦ୍ୱାରା ମନ ପ୍ରଫୁଲ୍ଲ ରହୁଛି
ଦୈନନ୍ଦିନ ଯୋଗାଭ୍ୟାସ ଦ୍ୱାରା ମାନସିକ ଶାନ୍ତ ମିଳୁଛି। ଏଇଠି ଦୁଇବର୍ଷ ହେଲା ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ମୋ ମନ ପ୍ରଫୁଲ୍ଲ ରହୁଛି। ଆଉ ଦିନସାରା ଆନନ୍ଦ ଲାଗୁଛି। ମୋର କ୍ରୋଧ ସହ ମାନସିକ ଅସ୍ଥିରତା କମିବାରେ ଲାଗିଛି। ସମସ୍ତେ ଯୋଗ କରି ନିଜକୁ ସୁସ୍ଥ ରଖିବାକୁ ଅନୁରୋଧ କରୁଛି।
– ସାଇ ଶ୍ରୁତିକା, ଯୋଗ ଛାତ୍ରୀ

ଯୋଗ ଶିବିରକୁ ଗୁରୁତ୍ୱ ଦେବା ଜରୁରୀ
ବର୍ତ୍ତମାନର ମଣିଷର ଜୀବନ ଶୈଳୀ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ସୁସ୍ଥ ଜୀବନ ବିତାଇବା ପାଇଁ ଯୋଗର ଆଶ୍ୟକତା ରହିଛି। ଯୋଗ ଦ୍ୱାରା ଶରୀର, ମନ ସୁସ୍ଥ ରହିଥାଏ। ଯୋଗ ମାଧ୍ୟମରେ ନିଜ ଶରୀର ଓ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ। ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଯୋଗ କରିବା ଦରକାର। ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଯୋଗ ଶିବିରକୁ ଗୁରୁତ୍ୱ ଦେବା ଜରୁରୀ।
– ଯୋଗ ଗୁରୁ ମାଧବୀ ପାଲାକୀ


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri