Posted inଜାତୀୟ

ସାପକୁ ଚୁମ୍ବନ ଦେଉଥିଲେ, ଏମିତି ଘଟିଲା ସହଜେ କରିପାରିବେନି ବିଶ୍ୱାସ

ମୋରାଦାବାଦ,୧୭ା୬:ଉତ୍ତରପ୍ରଦେଶର ଅମରୋହା ଜିଲା ହୈବତପୁର ଗ୍ରାମରେ ଜଣେ ବ୍ୟକ୍ତି ରିଲ୍ସ ପାଇଁ ସାପକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ସାପ ତାଙ୍କ ଜିଭକୁ ଚୋଟ ଦେଇଥିଲା। ଏବେ ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସାରେ ଜିତେନ୍ଦ୍ର କୁମାର (୫୦) ନାମକ ଜଣେ କୃଷକ ଏକ ସାପକୁ ଉଦ୍ଧାର କରିଥିଲେ। ସେ ଉକ୍ତ ସାପ ସହ କିଛି ସମୟ ପାଇଁ ଖେଳିଥିଲେ ଏବଂ ଏହାର ରିଲ୍ସ ମଧ୍ୟ କରିିଥିଲେ। ନିଜ ଫଲୋଅର୍ସଙ୍କୁ ପ୍ରଭାବିତ କରିବା ପାଇଁ ସେ ସାପକୁ ବେକରେ ଗୁଡ଼ାଇ ବିଭିନ୍ନ ଷ୍ଟଣ୍ଟ୍‌ କରିବା ସହ ଅନେକ ପୋଜ୍‌ ମଧ୍ୟ ଦେଇଥିଲେ। ଏହି ସମୟରେ ସେଠାରେ ଅନେକ ଦେଖଣାହାରୀ ତାଙ୍କର ଭିଡିଓ ପ୍ରସ୍ତୁତ କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ, ସେତେବେଳେ ଜିତେନ୍ଦ୍ର ନିଶାରେ ଥିଲେ ଏବଂ ସାପ ସହ ଷ୍ଟଣ୍ଟ୍‌ କରୁଥିବା ସମୟରେ ସେ ଧୂମପାନ ମଧ୍ୟ କରୁଥିଲେ। ଏହି ସମୟରେ ଜିତେନ୍ଦ୍ର ସାପକୁ ଚୁମ୍ବନ ଦେବା ପାଇଁ ସାପର ମୁଣ୍ଡକୁ ନିଜ ମୁହଁ ପାଖକୁ ଆଣିଥିଲେ। ସେ ସାପ ଆଡ଼କୁ ନିଜ ଜିଭ ବଢ଼ାଇଥିଲେ, ଫଳରେ ସାପଟି ତାଙ୍କ ଜିଭକୁ କାମୁଡ଼ି ଦେଇଥିଲା। ଯନ୍ତ୍ରଣାରେ ଜିତେନ୍ଦ୍ର ସାପଟିକୁ ଫୋପାଡ଼ି ଦେଇଥିଲେ। ଏହାପରେ ସାପଟି ନିକଟରେ ଥିବା ବୁଦା ଭିତରେ ପଶିଯାଇଥିଲା। ଏହା ଦେଖି ଭିଡିଓ କରୁଥିବା ଦେଖଣାହାରିମାନେ ଆତଙ୍କିତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଜିତେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ହୈବତପୁର ଗ୍ରାମର ମୁଖିଆ ଜୟକିରତ ସିଂ କହିଛନ୍ତି, ସାପ କାମୁଡ଼ା ପରେ ଜିତେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ଖରାପ ହୋଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୋରାଦାବାଦର ଏକ ଘରୋଇ ହସ୍ପିଟାଲକୁ ରେଫର କରିଥିଲେ, ଯେଉଁଠାରେ ଏବେ ସେ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜୟକିରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri