ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…

ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା। ଆଇଏମ୍‌ଏଫ୍‌ର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏବେ ଏହି ପାଣ୍ଠିକୁ ମଞ୍ଜୁର କରିବା ପଛର କାରଣ କହିଛି ଆଇଏମ୍‌ଏଫ୍‌। ପାକିସ୍ତାନ ସମସ୍ତ ସର୍ତ୍ତ ଏବଂ ଲକ୍ଷ୍ୟ ପୂରଣ କରିଛି ବୋଲି ଜାଣିବା ପରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ଚଳିତ ମାସରେ ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା।

IMF ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ କହିଛନ୍ତି ଯେ IMF ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନକୁ ଦିଆଯାଇଥିବା ଏକ୍ସଟେଣ୍ଡେଡ୍‌ ଫଣ୍ଡ ଫାସିଲିଟି (EFF) ସମୀକ୍ଷା କରିଥିଲା ଏବଂ ଏହା ଆଧାରରେ ବୋର୍ଡ ମେ ୯ ତାରିଖରେ ଏହି ରାଶିକୁ ଅନୁମୋଦନ କରିଥିଲା। ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯାଇପାରିବ ବୋଲି ଭାରତ ଆଶଙ୍କା କରୁଥିବା ସତ୍ତ୍ୱେ IMF କାର୍ଯ୍ୟର୍ନିବାହୀ ବୋର୍ଡ ପାକିସ୍ତାନକୁ ଏହି ସହାୟତାକୁ ଅନୁମୋଦନ କରିଥିଲା।

ପ୍ରକାଶ ଯେ, ମେ’ ୧୬ ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍ଥିକ ସହାୟତାର ପୁନର୍ବିଚାର କରିବା ପାଇଁ IMF ଉପରେ ଚାପ ପକାଇ କହିଥିଲେ ଯେ ଇସଲାମାବାଦ ଏହାର ଏକ ବଡ଼ ଅଂଶ ଆତଙ୍କବାଦ ଭିତ୍ତିଭୂମିକୁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହାର କରିପାରେ। ଖବରଦାତାମାନଙ୍କ ସହ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ କୋଜାକ କହିଛନ୍ତି ଯେ IMF କାର୍ଯ୍ୟର୍ନିବାହୀ ବୋର୍ଡ ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନର EFF କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲା ଏବଂ ସେହି ସମୟରେ ପ୍ରଥମ ସମୀକ୍ଷା ୨୦୨୫ର ପ୍ରଥମ ତ୍ରୈମାସିକ ପାଇଁ ସ୍ଥିର କରାଯାଇଥିଲା।

ସେ କହିଛନ୍ତି ଯେ ସମୀକ୍ଷା ଶେଷ ହେବା ପରେ ନିକଟରେ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ସର୍ତ୍ତାବଳୀରୁ କୌଣସି ଖିଲାପ କଲେ ପାକିସ୍ତାନକୁ ନେଇ ଭବିଷ୍ୟତର ସମୀକ୍ଷା ପ୍ରଭାବିତ ହେବ। କାରଣ ଆମର କାର୍ଯ୍ୟର୍ନିବାହୀ ବୋର୍ଡ ସମୟ ସମୟରେ ଋଣ କାର୍ଯ୍ୟକ୍ରମର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ସମୀକ୍ଷା କରେ। ପାକିସ୍ତାନ କ୍ଷେତ୍ରରେ, ଆମର ବୋର୍ଡ ଜାଣିପାରିଥିଲା ଯେ ପାକିସ୍ତାନ ପ୍ରକୃତରେ ସମସ୍ତ ଲକ୍ଷ୍ୟ ହାସଲ କରିଛି, ବୋଲି ସେ କହିଛନ୍ତି। ସେ କିଛି ସଂସ୍କାର ଉପରେ ଅଗ୍ରଗତି କରିଛନ୍ତି। ଏହି କାରଣରୁ, ବୋର୍ଡ ଆଗକୁ ବଢ଼ି କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି।

ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ବିଲିୟନ ଡଲାରର ଋଣ ମଞ୍ଜୁର କରିଥିଲା। କିନ୍ତୁ ପରେ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ଲାଗୁ କରିଥିଲା। ଚୁକ୍ତିନାମା ଅନୁଯାୟୀ ୨୦୨୬ ଆର୍ଥିକ ବର୍ଷ ବଜେଟ ପାଇଁ ସଂସଦୀୟ ଅନୁମୋଦନ ପାଇ ୨୦୨୫ ଜୁନ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ଆଇଏମ୍‌ଏଫ୍‌ ସର୍ତ୍ତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri