ଅସୀମ ମୁନିରଙ୍କୁ ବଡ଼ ଝଟ୍‌କା: ସେନା ହାତରୁ ଗଲା ପାକିସ୍ତାନର ୨ ଅଞ୍ଚଳ

ଇସଲାମାବାଦ୍‌,୧୦।୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାଦ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ଝଟ୍‌କା ବେଲୁଚିସ୍ତାନର ଯୋଦ୍ଧାମାନେ ଦେଇଛନ୍ତି। ବେଲୁଚିସ୍ତାନର ଯୋଦ୍ଧାମାନେ ପାକିସ୍ତାନ ସେନାକୁ ପରାସ୍ତ କରି ଏହାର ଦୁଇଟି ଅଞ୍ଚଳକୁ ଛଡ଼ାଇ ନେଇଛନ୍ତି। ଉଭୟ ଅଞ୍ଚଳ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର।

ଦି ବେଲୁଚିସ୍ତାନ ପୋଷ୍ଟ ଅନୁଯାୟୀ, ବେଲୁଚିସ୍ତାନ ପ୍ରଦେଶରେ ଯୋଦ୍ଧାମାନେ ସେମାନଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ବେଲୁଚ ବିଦ୍ରୋହୀମାନେ କେଚ, ପଞ୍ଜଗୁର ଏବଂ ଲାସବେଲା ଜିଲାରେ ବିସ୍ଫୋରଣ ଘଟାଇଥିଲେ। କେଚ ଏବଂ ପଞ୍ଜଗୁରରେ ଉପସ୍ଥିତ ସେନା କର୍ମଚାରୀମାନଙ୍କୁ ଗୁଳି କରାଯାଇ ଘଉଡ଼ାଇ ଦିଆଯାଇଥିଲା। ଉଭୟ ଅଞ୍ଚଳ ବେଲୁଚ ଯୋଦ୍ଧାମାନଙ୍କ ଦ୍ୱାରା କବଜା କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ, ବେଲୁଚ ଯୋଦ୍ଧାମାନେ ପ୍ରଥମେ କେଚ ଅଞ୍ଚଳରେ ଅବରୋଧ କରିଥିଲେ। ଅବରୋଧ ପରେ, ପୋଲିସ ଷ୍ଟେଶନ ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏଠାରେ ଉପସ୍ଥିତ ପାକିସ୍ତାନ ସରକାରୀ ଅଧିକାରୀ ଏବଂ ସେନା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା।

ଏହା ପରେ ବେଲୁଚ୍‌ ଯୋଦ୍ଧାମାନେ କେଚ ଅଞ୍ଚଳରେ ଅବସ୍ଥିତ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ମାତ୍ରେ ସୈନିକ ଏବଂ ସରକାରୀ କର୍ମଚାରୀମାନେ ଅଞ୍ଚଳରୁ ପଳାଇ ଯାଇଥିଲେ। ଏହା ପରେ ବେଲୁଚ ଯୋଦ୍ଧାମାନେ ଏହାକୁ ସେମାନଙ୍କର ଅଞ୍ଚଳ ଘୋଷଣା କରିଥିଲେ।
ଭାରତ ସହିତ ଉତ୍ତେଜନା ମଧ୍ୟରେ ବେଲୁଚିସ୍ତାନରେ ସଂଘର୍ଷ ତୀବ୍ର ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ, ବେଲୁଚ ଯୋଦ୍ଧାମାନେ ୫ରୁ ଅଧିକ ସ୍ଥାନରେ ଆକ୍ରମଣ କରିଛନ୍ତି। ବେଲୁଚିସ୍ତାନ ପ୍ରସଙ୍ଗକୁ ଶାନ୍ତ କରିବା ପାଇଁ, ପାକିସ୍ତାନ ସରକାର ୧୫୦ ଜଣ ବେଲୁଚ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri