Posted inଖେଳ

‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା ଏସ୍‌ପି ଅମିତ କୁମାର ଆନନ୍ଦଙ୍କ ନିର୍ଦ୍ଦେଶ ପରେ ସାଇବର ସେଲ୍‌ରେ ଏହି ମାମଲା ସମ୍ପର୍କରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ତେବେ ଶାମି ରବିବାର ତାଙ୍କ ଇମେଲରେ ରାଜପୁତ ସିନ୍ଧର ନାମକ ଏକ ମେଲ ଆଇଡିରୁ ଏକ ଧମକପୂର୍ଣ୍ଣ ମେସେଜ ପାଇଥିବା ତାଙ୍କ ଭାଇ ପୋଲିସକୁ କହିଛନ୍ତି। ତେବେ ଏହି କଥା ସାମ୍ନାକୁ ଆସିବା ପରେ ଆମରୋହା ସାଇବର ସେଲ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି।

ଶାମିଙ୍କୁ ମେଲରେ ହତ୍ୟା ଧମକ ଦିଆଯାଇଛି। ଏ ସଂକ୍ରାନ୍ତରେ ପ୍ରଥମେ ମେ’ ୪ରେ ଏକ ଇମେଲ ଆସିଥିଲା। ଏହାପରେ ଦ୍ୱିତୀୟ ଇମେଲ ଆଜି ସକାଳେ ଆସିଥିଲା। ସେଥିରେ ଲେଖାଯାଇଛି ଯେ ଆମେ ତୁମକୁ ହତ୍ୟା କରିବୁ। ସରକାର ଆମର କିଛି କରିପାରିବେ ନାହିଁ ବୋଲି କୁହାଯାଇଛି। କର୍ନାଟକର ରାଜପୁତ ସିନ୍ଧର ନାମକ ମେଲ୍‌ ଆଇଡିରୁ ମେଲଟି ପଠାଇଛନ୍ତି, ଯେଉଁଥିରେ ୧ କୋଟି ଟଙ୍କା ନ ଦେଲେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ପୋଲିସ ତଦନ୍ତ କରୁଛି।

ବର୍ତ୍ତମାନ ଶାମି ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟରେ ବ୍ୟସ୍ତ ଅଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ଖେଳୁଛନ୍ତି। ଚଳିତ ଆଇପିଏଲ୍‌ରେ ହାଇଦ୍ରାବାଦ ଟିମ୍‌ର ପ୍ରଦର୍ଶନ ସେତେଟା ଭଲ ରହିନାହିଁ। ଏଯାଏ ଦଳ ୧୦ ମ୍ୟାଚ୍‌ ଖେଳିଥିବା ବେଳେ ୭ ମ୍ୟାଚରେ ପରାଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri