ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…

କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ ଆମେରିକା ପର୍ଯ୍ୟଟକ ଡାନଆଲ୍‌ ଏବଂ ମହାରାଷ୍ଟ୍ରର ପଙ୍କଜ ପହଁରି ପଳାଇ ଆସିଥିବାବେଳେ ବିଭାଷ ନାଏକ ନାମକ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ବିଭାଷଙ୍କ ଘର କନ୍ଧମାଳରେ ବୋଲି ଜଣାପଡ଼ିଛି। ପୋଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣଙ୍କୁ ଖୁବ୍‌ଶୀଘ୍ର ଧରିବା ପାଇଁ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତ ୨୧ ବର୍ଷୀୟ ମଲେଶ ଏବଂ ଚେତନ ସାଇ। ସେମାନଙ୍କ ଘର ଗଙ୍ଗାବଦୀ ସହରର ସାଇନଗର ହୋଇଥିବାବେଳେ ଉଭୟ ରାଜମିସ୍ତ୍ରି ଭାବେ କାମ କରୁଥିଲେ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି।

ରାତ୍ରଭୋଜନ ପରେ ଇସ୍ରାଏଲୀ ମହିଳା ଓ ୩ ପୁରୁଷ ପର୍ଯ୍ୟଟକଙ୍କ ସହ ୨୯ ବର୍ଷୀୟ ହୋମ୍‌ଷ୍ଟେ ଅପରେଟର ସାନାପୁର ଲେକ୍‌ ନିକଟ ତୁଙ୍ଗଭଦ୍ରା କେନାଲ କୂଳରେ ବସି ଗିଟାର ବଜାଇ ସଙ୍ଗୀତ ଉପଭୋଗ କରୁଥିଲେ। ଏହି ସମୟରେ ୩ ଜଣ ମୋଟରସାଇକେଲରେ ଆସି ପେଟ୍ରୋଲ ପମ୍ପ୍‌ କେଉଁଠାରେ ଅଛି ବୋଲି ପଚାରିଥିଲେ। ପାଖରେ ପେଟ୍ରୋଲ ପମ୍ପ୍‌ ନାହିଁ ବୋଲି କହିବାରୁ ସେମାନେ ୧୦୦ ଟଙ୍କା ମାଗିଥିଲେ। ସେମାନେ ଅପରିଚିତ ହୋଇଥିବାରୁ ଟଙ୍କା ଦେବାକୁ ହୋମ୍‌ଷ୍ଟେ ଅପରେଟର ମନା କରିଦେଇଥିଲେ। ସେମାନେ ବାଧ୍ୟ କରିବାରୁ ଓଡ଼ିଆ ପର୍ଯ୍ୟଟକ ଜଣଙ୍କ ୨୦ ଟଙ୍କା ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ପାଟିତୁଣ୍ଡ କରିବା ସହ ପଥରରେ ସେମାନଙ୍କ ମୁଣ୍ଡ ଛେଚିଦେବେ ବୋଲି ଧମକ ଦେଇଥିଲେ। ଏହା ସତ୍ତ୍ୱେ ଟଙ୍କା ଦେବାକୁ ପର୍ଯ୍ୟଟକମାନେ ମନା କରିବାରୁ କନ୍ନଡ ଏବଂ ତେଲୁଗୁରେ କଥା ହେଉଥିବା ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ୨ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ମଧ୍ୟକୁ ଠେଲିଦେଇଥିଲେ। ଅଭିଯୁକ୍ତଙ୍କ ମାଡ଼ରେ ହୋମ୍‌ଷ୍ଟେ ଅପରେଟର ଗୁରୁତର ଆହତ ହୋଇଛନ୍ତି। ସେମାନେ ପୁରୁଷ ପର୍ଯ୍ୟଟକମାନଙ୍କୁ କେନାଲକୁ ଠେଲିଦେବା ପରେ ହୋମ୍‌ଷ୍ଟେ ଅପରେଟରଙ୍କ ପୋଷାକ ଖୋଲି ମାଡ଼ ମାରିବା ସହ ବଳାତ୍କାର କରିଥିଲେ। ଏଥିସହିତ ତାଙ୍କ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଉକ୍ତ ବ୍ୟାଗ୍‌ରେ ୨ଟି ମୋବାଇଲ ଫୋନ୍‌ ଓ ନଗଦ ୯,୫୦୦ ଟଙ୍କା ଥିଲା। ଜଣେ ଅଭିଯୁକ୍ତ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କୁ ଘୋଷାରି ନେଇ ବଳାତ୍କାର କରିଥିଲେ।

୩ ପୁରୁଷ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଓଡ଼ିଆ ପର୍ଯ୍ୟଟକ ବିଭାଷ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ମିଳିଥିବା ପୋଲିସ କହିଛି। ଅଭିଯୋଗ ଆଧାରରେ ଗଙ୍ଗାବତୀ ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଜବରଦସ୍ତ ଟଙ୍କା ଆଦାୟ, ଡକାୟତି, ଗଭୀର ଆଘାତ ଦେବା, ଗଣବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ୨ ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ପୁଟିନଙ୍କ ଗସ୍ତରୁ ଭାରତକୁ ମିଳିଲା ବଡ଼ ଲାଭ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଶୁକ୍ରବାର (ଡିସେମ୍ବର ୫, ୨୦୨୫) ମସ୍କୋ ଅଭିମୁଖେ ଯାତ୍ରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri