ଛୁଟି ଦେଲେନି ପ୍ରିନ୍ସିପାଲ:ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ପାଟଣାଗଡ଼,୮।୩(ସଚ୍ଚିଦାନନ୍ଦ ମହାକୁର):ବଲାଙ୍ଗୀର ଜିଲା ପାଟଣଗଡ଼ ବ୍ଲକ୍‌ ଭଇଁଷାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୁଟି ନ ମିଳିବାରୁ ସ୍କୁଲର ଗଣିତ ଶିକ୍ଷକ ତାଙ୍କ ହାତରେ ସାଲାଇନ ଲଗାଇ ପରିବାରବର୍ଗଙ୍କ ସହ ସ୍କୁଲକୁ ଆସିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଶିକ୍ଷକ ଜଣକ ହେଲେ ବେଲପଡ଼ା ବ୍ଳକ୍‌ ଧୁମାଭଟା ପଞ୍ଚାୟତ ଜଲିଆ ଗାଁର ପ୍ରକାଶ ଭୋଇ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୨ରେ ଗଣିତ ଶିକ୍ଷକ ପ୍ରକାଶ ବେଲପଡ଼ାରୁ ଭଇଁଷା ଆଦର୍ଶ ବିଦ୍ୟାଳୟକୁ ବଦଳିହୋଇ ଆସିଥିଲେ। ସେ ଉକ୍ତ ବିଦ୍ୟାଳୟରେ ବର୍ତ୍ତମାନ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଗତ ଗୁରୁବାର ତାଙ୍କ ଅଜାଙ୍କ ପରଲୋକ ହେବା ଖବର ପାଇ ସେ ସ୍କୁଲ ଷ୍ଟାଫ୍‌ଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଛୁଟି ନେବା ପାଇଁ ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ସ୍କୁଲର ପ୍ରିନ୍ସିପାଲ ତାଙ୍କୁ ଛୁଟି ଦେଇ ନ ଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ପ୍ରକାଶ ଗୁରୁବାର ସ୍କୁଲକୁ ଆସିଥିଲେ। ସ୍କୁଲରୁ ଛୁଟି ହେବା ପରେ ତାଙ୍କ ଜଲିଆ ସ୍ଥିତ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଘରୁ ସାଲାଇନ ଲଗାଇ ପରିବାର ଲୋକଙ୍କ ସହ କାର୍‌ ଯୋଗେ ସ୍କୁଲକୁ ଆସିଥିଲେ। କିନ୍ତୁ ଦେହ ଅଧିକ ବିଗିଡ଼ିଯିବାରୁ ସ୍କୁଲରୁ ସେ ଭଇଁଷା ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେ ପୁଣି ସ୍କୁଲକୁ ଆସିଥିଲେ। ଏହି ଘଟଣା ସାଧାରଣରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଅପରପକ୍ଷରେ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶଙ୍କୁ ପଚାରିବାରେ ଛୁଟି ନ ମିଳିବାରୁ ସେ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଥିବା କହିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ପଚାରିବାରେ ଶିକ୍ଷକ ଜଣକ ଛୁଟି ମାଗି ନ ଥିବା କହିଥିଲେ। ସ୍କୁଲକୁ ଯଦି ଜଣେ ସାଲାଇନ ଲଗାଇ ଆସିଲେ ତେବେ କ’ଣ କରାଯିବ ବୋଲି ପାଲଟା ପ୍ରଶ୍ନ କରିଥିଲେ। ଅପରପକ୍ଷରେ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କୁ ପଚାରିବାରେ ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିଲା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri