ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର

କେନ୍ଦୁଝର ଜିଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ଡା. ଫକିର ମୋହନ ନାଏକ (୫୦) ବିଧାୟକ ହୋଇଛନ୍ତି। ଭାଜପା ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯, ୪୩୯ ଭୋଟରେ ପରାସ୍ତ କରିଥିଲେ। ସେ ୮୩, ୮୧୮ ଭୋଟ ପାଇଥିବା ବେଳେ ମାଧବ ୭୪, ୩୭୯ ଭୋଟ ପାଇଥିଲେ। ଏହି ଆସନରେ ବିଜେଡିରୁ ଯାଇ ଭାଜପାରେ ମିଶି ଥିବା ୨ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ ଓ ବେଦବ୍ୟାସ ନାୟକ ଟିକେଟ ପାଇବା ସମ୍ଭାବନା ଥିଲା। ହେଲେ ଶେଷ ମୁହୂର୍ତ୍ତରେ ଫକିର ଟିକେଟ ପାଇ ବିଜୟୀ ହୋଇଥିଲେ।
କେନ୍ଦୁଝର ଜିଲାର କୋଳିମାଟି ଭଳି ଛୋଟ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଜନ୍ମ ହୋଇଥିବା ଫକିର ଲୋକସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ। ପିତା ନିରାକର ନାଏକ (୬୭) ଅଧ୍ୟାପକ ଓ ମାତା ସାବିତ୍ରୀ ନାଏକ (୬୧) ଥିଲେ ଜଣେ ଗୃହିଣୀ। ଫକିର ଘରର ଦ୍ୱିତୀୟ ସନ୍ତାନ ହୋଇଥିବା ବେଳେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ମେଧା ବଳରେ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ।  ୧୯୯୨ରେ ବିଜ୍ଞାନରେ ଦ୍ୱାଦଶ ଶେଷ କରିବା ପରେ ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ, ଆଲ୍ଲାହାବାଦରେ ନାମ ଲେଖାଇଥିଲେ। ହେଲେ ଲୋକଙ୍କ ପ୍ରତି ସେବା ମନୋଭାବ ରଖିଥିବାରୁ ବୈଷୟିକ ଶିକ୍ଷାରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେ ପ୍ରବେଶିକା ପରୀକ୍ଷା ଦେଇ ମେଡିକାଲ ପାଠ ପଢ଼ିଲେ। ୧୯୯୪ରେ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ୨୦୦୧ରେ ଡାକ୍ତରୀ ପାଠ ସରିବା ପରେ ୨୦୦୩ରେ ପ୍ରଥମ ନିଯୁକ୍ତି ଯୋଡ଼ା ବ୍ଲକ୍‌ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଇଥିଲେ। ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। ଫକିରଙ୍କ ଆଗରେ ମ୍ୟାଲେରିଆ ନିରାକରଣ ଏକ ବଡ଼ ଆହ୍ବାନ ଥିଲା। ସେ ପରିଶ୍ରମ କରି ଓ ଲୋକଙ୍କ ସହଯୋଗରେ ଏହାର ସଫଳ ମୁକାବିଲା କରିପାରିଥିଲେ। ୨୦୧୭ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ସାମିଲ ହୋଇଥିଲେ।
ଚାକିରି ସାଙ୍ଗକୁ ଲୋକଙ୍କ ସେବା କରିବାର ମନୋବୃତ୍ତି  ଓ ଦେଶ ପାଇଁ କିଛି କରିବାର ଦକ୍ଷତାକୁ ଦେଖି  ଆର୍‌ଏସ୍‌ଏସ୍‌ ପକ୍ଷରୁ ତାଙ୍କୁ ଜିଲା ସହ ସଂଘଚାଳକ ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା।  ଦୀର୍ଘ ୧୭ ବର୍ଷ ଧରି ଆଦିବାସୀ ଓ ଖଣି ପ୍ରଭାବିତ ଯୋଡ଼ା ଅଞ୍ଚଳରେ କାମ କରିବାକୁ ସୁଯୋଗ ପାଇଥିଲେ।  ୨୦୨୦ରେ ତାଙ୍କର ବଦଳି ସେଠାରୁ ୧୧୦ କି.ମି. ଦୂର ତେଲକୋଇକୁ ହୋଇଥିଲା।  କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସେ ଗାଁ ଗାଁ ବୁଲି ଲୋକଙ୍କ ସେବା କରି ତେଲକୋଇବାସୀଙ୍କ ପ୍ରିୟଭାଜନ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ତାଙ୍କର ବଦଳି କଳାହାଣ୍ଡି ଜିଲା ଭବାନୀପାଟଣାକୁ ହୋଇଥିଲା।
ବିଧାୟକ କହନ୍ତି:
ଦୂର ସ୍ଥାନକୁ ବଦଳି ହେବା ପରେ ପରିବାରର ସ୍ଥିତି, ମାତାପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ତେଲକୋଇ ଲୋକଙ୍କ ଭଲପାଇବାକୁ ଦେଖି ୨୦୨୩ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା କହିଛନ୍ତି। ସରକାରୀ ଚାକିରିରୁ ମୁକ୍ତ ହେବା ପରେ ୨୦୨୩ ନଭେମ୍ବର ୮ରେ ଭାଜପାରେ ବିଧିବଦ୍ଧ ଭାବରେ ଯୋଗଦେଇଥିଲେ। ଅବସର ପରେ ମଧ୍ୟ ସେ ଗଁା ଗଁା ବୁଲି ରୋଗୀ ସେବା କରି ଆସୁଥିଲେ। ପରେ ତାଙ୍କ କାମ ଓ ଦଳ ପ୍ରତି ଆନୁଗତ୍ୟକୁ ଦେଖି ଭାଜପା ତାଙ୍କ ଉପରେ ଆସ୍ଥା ରଖି ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା। ତାଙ୍କ ସ୍ତ୍ରୀ ଷ୍ଟାଫ୍‌ ନର୍ସ ଥିବା ବେଳେ ଏକମାତ୍ର ପୁଅ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି।  ଲୋକଙ୍କ ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଥିବା କହିଛନ୍ତି।
– ରିପୋର୍ଟ: ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri