ଜେଟ୍‌ଲୀଙ୍କୁ ଝୁରିଲା ଶିଳ୍ପ ଜଗତ

ନୂଆଦିଲ୍ଲୀ, ୨୫-୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ଦେଶ ଜଣେ ପ୍ରକୃତ ସଂସ୍କାରକ ତଥା ଜନନାୟକଙ୍କୁ ହରାଇଲା ବୋଲି ଶିଳ୍ପ ଲିଡରମାନେ ମତପ୍ରକାଶ କରିଛନ୍ତି। ଜଣେ ଭଲ ବାଗ୍ମୀ, ବିଚକ୍ଷଣ ପାର୍ଲାମେଣ୍ଟାରିଆନ, ନୀତି ନିର୍ଦ୍ଧାରଣରେ ଚାମ୍ପିୟନ ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଲୋକଙ୍କ ସହ ଯୋଡି ହେବାର ଦକ୍ଷତା ଜେଟଲୀଙ୍କର ରହିଥିବା ଶିଳ୍ପ ଜଗତ ପ୍ରକାଶ କରିଛି। ତାଙ୍କ ବିୟୋଗରେ ଦେଶର ଶିଳ୍ପ ଲିଡରମାନେ ଦେଇଥିବା ପ୍ରତିକ୍ରିୟା…
-ନୂତନ ଭାରତ ଗଠନ ଦିଗରେ ଜେଟଲୀଙ୍କର ଲକ୍ଷ୍ୟ ଏବଂ ପ୍ରଗତିଶୀଳ ଚିନ୍ତାଧାରା ବେଶ୍‌ ପ୍ରଶଂସାଯୋଗ୍ୟ। ସେ ଜନମାନସରେ ସର୍ବଦା ମନେରହିବେ।
– ଗୌତମ ଆଦାନୀ, ଅଧ୍ୟକ୍ଷ, ଆଦାନୀ ଗ୍ରୁପ
– ଜିଏସ୍‌ଟି, ଆଇବିସି ଭଳି ଅର୍ଥନୈତିକ ସଂସ୍କାର ଧାରା ଲାଗୁ କରିବା ଦିଗରେ ଜେଟ୍‌ଲୀଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଦେଶର ଆର୍ଥତ୍କ କ୍ଷେତ୍ର ତାଙ୍କ ଭଳି ଜଣେ ମହାନ୍‌ ମାର୍ଗଦର୍ଶକଙ୍କୁ ହରାଇଲା। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ।
– ରଜନୀଶ କୁମାର, ଏସ୍‌ବିଆଇ ଅଧ୍ୟକ୍ଷ
– ଆଇନ ଏବଂ ରାଜନୀତି କ୍ଷେତ୍ରରେ ଜଣେ ଲିଡରଙ୍କୁ ଦେଶ ହରାଇଲା। ଜେଟଲୀ ସବୁ କ୍ଷେତ୍ରରେ ଜଣେ ଭଲ କ୍ରାଇସିସ ମ୍ୟାନେଜର ଥିଲେ।
– ସୁନୀଲ ଭାରତୀ ମିତ୍ତଲ, ଭାରତୀ ଏୟାରଟେଲ ଅଧ୍ୟକ୍ଷ
-ଦେଶ ପ୍ରତି ରହିଥିବା ତାଙ୍କର ତ୍ୟାଗ ଏବଂ ଅବଦାନ ଲାଗି ସେ ସବୁବେଳେ ମନେ ରହିବେ। ତାଙ୍କୁ ସାଲ୍ୟୁଟ କରୁଛି।
– ଆନନ୍ଦ ମହିନ୍ଦ୍ରା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ
-ଜିଏସ୍‌ଟି ଲାଗୁ କରାଇବା ଦିଗରେ ଜେଟ୍‌ଲୀଙ୍କ ଭୂମିକା ବେଶ ଅତୁଳନୀୟ। ଦେଶ ଜଣେ ମହାନ୍‌ ଲିଡରଙ୍କୁ ହରାଇଲା।
– ଦୀପକ ପାରେଖ, ଏସ୍‌ଡିଏଫ୍‌ସି ଲିମିଟେଡ ଅଧ୍ୟକ୍ଷ
– ଜେଟ୍‌ଲୀଙ୍କ ମୃତ୍ୟୁ ସାରା ଦେଶ ଲାଗି ଏକ ଅପୂରଣୀୟ କ୍ଷତି। ରାଜନୀତି, ଆଇନ, ଅର୍ଥ କ୍ଷେତ୍ର ସହ ଜଣେ ଅଗ୍ରଦୂତ ଭାବେ ତାଙ୍କ ଅବଦାନକୁ ଦେଶ ମନେ ରଖିବ।
– ଅନୀଲ ଅଗ୍ରଓ୍ବାଲ, ଅଧ୍ୟକ୍ଷ, ବେଦାନ୍ତ ଅଧ୍ୟକ୍ଷ
– ଅର୍ଥନୈତିକ ଉଦାରୀକରଣ, ନୀତି ନିର୍ଦ୍ଧାରକ, ପ୍ରକୃତ ସଂସ୍କାରକ ଭଳି ବିଭିନ୍ନ ଅବଦାନ ଲାଗି ଦେଶର ଅର୍ଥନୈତିକ ଦୃଶ୍ୟପଟରେ ସେ ସର୍ବଦା ମନେ ରହିବେ।
– ବିକ୍ରମ କିର୍ଲୋସ୍କାର, ସିଆଇଆଇ ସଭାପତି
– ଦେଶ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା। ଦେଶର ବିକାଶ ଦୃଶ୍ୟପଟକୁ ତାଙ୍କର ଅବଦାନ ବେଶ୍‌ ଉଲ୍ଲେଖଯୋଗ୍ୟ।
-କିରନ ମଜୁମଦାର ସ, ବାୟୋକନ ଅଧ୍ୟକ୍ଷ
– ଦେଶ ଜଣେ ପ୍ରଗତିଶୀଳ ରାଜନେତା ଏବଂ ସଂସ୍କାରକଙ୍କୁ ହରାଇଲା। ଶିଳ୍ପ ସଂଘ ଗୁଡିକ ପ୍ରତି ତାଙ୍କର ସମ୍ପର୍କ ସବୁବେଳେ ଭଲ ଥିଲା।
– ବି.କେ. ଗୋଏଙ୍କା, ଆସୋଚାମ ସଭାପତି
– ଦେଶର ବିତ୍ତୀୟ ଶୃଙ୍ଖଳା ଏବଂ ଆର୍ଥତ୍କ କ୍ଷେତ୍ର ପ୍ରତି ଜେଟଲୀଙ୍କ ଅବଦାନ ଭାରତ ଲାଗି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଐତିହାସିକ ଆର୍ଥତ୍କ ସଂସ୍କାର ଲାଗି ସବୁବେଳେ ମନେ ରହିବେ।
– ରାଜୀବ ତଲଓ୍ବାର, ପିଏଚ୍‌ଡି, ଚାମ୍ବର୍ସ ଅଫ୍‌ କମର୍ସ ସଭାପତି
-ଦେଶ ତାର ଜଣେ ଯୋଗ୍ୟ ସନ୍ତାନଙ୍କୁ ହରାଇଲା। ଜେଟଲୀ ଜଣେ ଭଲ ମଣିଷ ଏବଂ ପରମ ବନ୍ଧୁ ଥିଲେ।
– ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ
– ଭାରତ ଜଣେ ଜାତୀୟତାବାଦୀ ନେତା ଏବଂ ଦେଶପ୍ରେମୀ ଲିଡରଙ୍କୁ ହରାଇଲା। ଏହା ଅପୂରଣୀୟ କ୍ଷତି।
– ସନ୍ଦୀପ ସୋମାନି, ଫିକି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri