ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି । ବଲାଙ୍ଗୀର ମେନ ମାର୍କେଟ ଥିବା ହନୁମାନ ଘାଟ ପୂଜା ମଣ୍ଡପ ତରଫରୁ ଶ୍ରୀ ଶ୍ରୀ ରାମ ଚନ୍ଦ୍ର ଭଗବାନଙ୍କ ଭକ୍ତ ଜୟଶ୍ରୀ ହନୁମାନଙ୍କ ଜନ୍ମ୍ମୋସ୍ରବ ସନାତନୀ ପରମ୍ପରା ଅନୁଯାୟୀ ବିଶ୍ବ କଲ୍ୟାଣ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କମିଟିର ସଭାପତି ବାଦଲ ମହାକୁରଙ୍କ ଉଦ୍ୟମରେ ହନୁମାନ ପୂଜା ମଣ୍ଡପ ଠାରେ ଧୂମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା। ମହସ୍ନାନ,ହୋମଯଜ୍ଞ, ହନୁମାନ ଚାଳିଶା ଓ ଭଜନ କରାଯାଇଥିଲା ପରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ହନୁମାନ ଶ୍ରଦ୍ଧାଳୁଙ୍କୁ ବେଲପଣା ବଣ୍ଟନ ,ପ୍ରସାଦ ବଣ୍ଟନ କରାଯାଇଥିଲା । ପୂଜାରେ ଚନ୍ଦନ କୁମାର ଦାସ କର୍ତ୍ତା ହୋଇଥଲେ । ସହରର ବରିଷ୍ଠ ନାଗରିକ ଭକ୍ତଗଣ ସର୍ବଶ୍ରୀ ରମେଶ ପୁରୋହିତ, ଶିବଶଙ୍କର ଖୁଆସ, ସିଦ୍ଧେଶ୍ୱର ପାଣିଗ୍ରାହି, ପୁଜକ ରାୟ ପୂଝାରୀ , ଓଁକାର ଦାଶ, ରାଜୁ ବଗର୍ତ୍ତି, ସଂଗ୍ରାମ ବାଗ ଦୁରିଆ, ପଦ୍ମ ଲୋଚନ ମେହେର ଓ ଅନ୍ୟ ମାନେ ଯୋଗ ଦେଇଥିଲେ । ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

‘ଲୋକ ସଭା, ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ’

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ଗତ ୨ବର୍ଷ ମଧ୍ୟରେ ଓଡିଶା ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଏକ ନମ୍ବର ହୋଇଛି ।…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri