୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’, ଝୁରୁଛନ୍ତି ଗ୍ରାମବାସୀ

ଉଦଳା,୧୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି । ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ ପାଇବାର ପ୍ରତିଦାନ ସ୍ବରୂପ ନିଜ ଜୀବନ ବଳିଦାନ ଦେଇଛି ଏକ ବୁଲା କୁକୁର ‘କାଳୀ’। ସାପ ମୁହଁରୁ ୩୦ କୁନି ପିଲାଙ୍କ ଜୀବନ ବଞ୍ଚାଇ ନିଜେ ଆଖିବୁଜିଛି। ପ୍ରାଣୀଟିଏ ହେଲେ ବି ତା’ର ତ୍ୟାଗକୁ ଝୁରି ହେଉଛନ୍ତି ଲୋକେ। ଲୁହ ଝରାଇ ତା’ କଥା ମନେ ପକାଉଛନ୍ତି। ମଣିଷଙ୍କ ଅନ୍ତିମ ସଂସ୍କାର ଭଳି ରୀତିନୀତିରେ କାଳୀର ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ବ୍ଲକ୍‌ ଅଧୀନ ଡିହିରାକୁଳ ଗ୍ରାମରେ।
ସୂଚନା ଅନୁଯାୟୀ, ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି କୁନି ଛାତ୍ରୀଛାତ୍ର ସୋମବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ବିଦ୍ୟାଳୟ ପରିସର ବାହାରେ ବସି ପାଠ ପଢୁଥିଲେ। ସବୁଦିନ ପରି ଗ୍ରାମର ସମସ୍ତଙ୍କ ପ୍ରିୟ ମାଈ କୁକୁର ‘କାଳୀ’ ମଧ୍ୟ ସେଠାରେ ଉପସ୍ଥିତ ଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ଛାତ୍ରୀଛାତ୍ରମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖିଥିଲା କାଳୀ। ସାପଟି ପିଲାମାନଙ୍କର କିଛି କ୍ଷତି କରିବା ପୂର୍ବରୁ ତା’ ପାଖକୁ ଝପଟି ଯାଇଥିଲା କାଳୀ। ସାପଟିକୁ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚତ୍ବାକୁ ଦେଇ ନ ଥିଲା ସେ। ବେଶ୍‌ କିଛି ସମୟ ସାପ- କୁକୁର ଲଢ଼େଇ ଚାଲିଥିଲା। ସାପଟିକୁ ମାରିବା ପାଇଁ କାଳୀ ତାକୁ କାମୁଡ଼ିଥିବା ବେଳେ ସାପଟି କୁକୁରର ପାଟିକୁ ଦଂଶନ କରିଥିଲା। ଫଳରେ ସାପର ବିଷକ୍ରିୟାରେ କାଳୀର ମୃତ୍ୟୁ ଘଟିଥିଲା।

ଏହି ଖବର ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖରେ ମର୍ମାହତ ହୋଇଥିଲେ। ରୀତିନୀତି ଅନୁସାରେ ‘କାଳୀ’ର ଅନ୍ତିମ ସଂସ୍କାର କରିଥିଲେ। ମଣିଷର ମୃତ୍ୟୁ ପରେ ଯେପରି ଅନ୍ତେଷ୍ଟ୍ରିକ୍ରିୟା କରାଯାଏ ସେହିପରି ‘କାଳୀ’ର ମୃତଦେହକୁ ଏକ ଟ୍ରଲିରେ ଫୁଲମାଳ, ଧଳା ଲୁଗା ଢାଙ୍କି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗାତଖୋଳି ସେଠାରେ ତାକୁ ପୋତି ଦେଇଥିଲେ। କୁକୁର ‘କାଳୀ’ ଗ୍ରାମବାସୀଙ୍କ ଅତିପ୍ରିୟ ହୋଇଥିବାରୁ ସମସ୍ତେ ଦୁଃଖରେ ଭାଙ୍ଗିପଡିଛନ୍ତି। ୩୦ ଛାତ୍ରୀଛାତ୍ରଙ୍କୁ ବିପଦରୁ ରକ୍ଷା କରିଥିବାରୁ ସବୁଦିନ ପାଇଁ ‘କାଳୀ’ ଗ୍ରାମବାସୀଙ୍କ ପାଇଁ ଅମର ହୋଇରହିବ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମର ରମେଶ ଚନ୍ଦ୍ର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ଭଗୀରଥ ସାହୁ, ଦନାର୍ଦ୍ଦନ ପୃଷ୍ଟି, କମଳାକାନ୍ତ ହାତୀ, ସର୍ବେଶ୍ୱର ହାତୀ, ହିମାଂଶୁ ହାତୀ, କ୍ରିଷ୍ଣା ଦାସ, ବାଇଧର ସିଂ ଓ ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?