Posted inଜାତୀୟ

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ ସଭରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଏହାକୁ ସଂଯୁକ୍ତ ସଂସଦୀୟ କମିଟି (ଜେପିସି)କୁ ବିସ୍ତୃତ ଆଲୋଚନା ପାଇଁ ପଠାଯିବ। ଏହି ପ୍ରସଙ୍ଗରେ ରାମନାଥ କୋବିନ୍ଦ କମିଟିକୁ ୪୭ ଟି ରାଜନୈତିକ ଦଳ ନିଜ ରାୟ ଦେଇଥିଲେ। ଏଥିମଧ୍ୟରୁ ୩୨ ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ଏହାକୁ ବିରୋଧ କରିଥଲେ।

ଭାଜପା ନେତୃତ୍ୱାଧୀନ ସରକାର ହୁଏତ ଏହି ବିଲ୍‌ ଆଗତ କରିଥିବେ, କିନ୍ତୁ ଏହାକୁ ପାରିତ କରିବା ଏକ ଚ୍ୟାଲେଞ୍ଜ ହେବ। ଏହି ବିଲ୍‌ ପାସ କରିବାକୁ ଅତିକମରେ ଦୁଇ-ତୃତୀୟାଂଶ ଭୋଟ ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଏନଡିଏରେ କେବଳ ଏକ ସଂଖ୍ୟାଗରିଷ୍ଠତା ରହିଛି। ପ୍ରଥମ ଥର ପାଇଁ ଏହି ବିଲ୍‌ ପ୍ରଣୟନ ପାଇଁ ସଂସଦରେ ଇଲେକ୍ଟ୍ରୋନିକ ମେସିନ ଭୋଟିଂ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସରକାରଙ୍କ ସପକ୍ଷରେ ୨୬୯ ଭୋଟ ା ଏବଂ ସରକାରଙ୍କ ବିରୋଧରେ ୧୯୮ ଭୋଟ ଦିଆଯାଇଛି।

ବର୍ତ୍ତମାନ ଲୋକ ସଭାରେ ଭାଜପାର ୨୪୦ ଏବଂ ଏନଡିଏ ୨୯୩ ଏମ୍‌ପି ଅଛନ୍ତି। ସେମାନଙ୍କ ଉପସ୍ଥିତି ପାଇଁ ତିନି ଧାଡି ହ୍ବିପ୍‌ ଜାରି କରାଯିବା ସତ୍ତ୍ୱେ ଏହି ପ୍ରସ୍ତାବ ଉପସ୍ଥାପିତ ହେବାପରେ ଶାସକ ଦଳର ବହୁ ଏମ୍‌ପି ଅନୁପସ୍ଥିତ ରହିଥିଲେ। ଭୋଟ ସମୟରେ ୨୦ ଜଣ ଏମ୍‌ପି ଲୋକ ସଭାରେ ଅନୁପସ୍ଥିତ ରହିଥିଲେ। ଏହି ୨୦ ଏମ୍‌ପିଙ୍କୁ ଦଳ କାରଣ ଦର୍ଶାଅ ନୋଟିସ ଜାରି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri