ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ ଦଳ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକଙ୍କୁ ଅଣଦେଖା କରିଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏପରି ଅଭିଯୋଗ ଶନିବାର ଆଣିବା ପରେ ଦଳୀୟ କର୍ମକର୍ତ୍ତା ଏହାର ଭିଡିଓକୁ ଭାଇରାଲ କରିଛନ୍ତି। ଫଳରେ ବାତ୍ୟାର କ୍ଷୟକ୍ଷତି ଏବେ ରାଜନୀତି ସମୀକରଣରେ ଚାଲିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଗତ ଗୁରୁବାର ମଧ୍ୟରାତ୍ରି ଓ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସାମୁଦ୍ରିକ ଝଡ଼ ‘ଦାନା’ କେନ୍ଦ୍ରାପଡ଼ା ଜିଲାର ହାବେଳିଖଟିଠାରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହି ସ୍ଥାନରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବ ଆକଳନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଗୁରୁବାର କେନ୍ଦ୍ରାପଡ଼ାରେ ପହଞ୍ଚତ୍ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ଏଥିସହ ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଭାଜପାର ଜିଲା କର୍ମକର୍ତ୍ତା ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଏହି ଗସ୍ତ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଥିଲା ବୋଲି ଶନିବାର କେନ୍ଦ୍ରାପଡ଼ା ବିଧାୟକ ବେହେରା ଗରାପୁରସ୍ଥ ନିଜ ଘରେ ଏକ ଖବରଦାତା ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲାକୁ ଜଣେ ଲେଖାଏ ମନ୍ତ୍ରୀଙ୍କୁ ପଠାଯାଇଥିବାରୁ ଏହି ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଗୁରୁବାର ବାତ୍ୟା ପରିଚାଳନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଡକାଇଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲାର ୫ ବିଧାୟକ ଓ ଏମ୍‌ପି ସାମିଲ ହେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବୈଠକକୁ ଅଧ ଘଣ୍ଟା ପୂର୍ବରୁ ବାତିଲ କରାଯାଇଥିଲା। ଏ ସମ୍ପର୍କରେ ଜିଲାପାଳ ପ୍ରଧାନ ଉପମୁଖ୍ୟମନ୍ତ୍ରୀଙ୍କ ଜିଲା ଗସ୍ତ ଶେଷରେ ବୈଠକ ହେବ ବୋଲି ସୂଚନା ଦେଇଥିଲେ। ଏହାପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କେବଳ ପ୍ରଶାସନିକ ଅଧିକାରୀ, ଶାସକ ଦଳର ବିଧାୟକ ଓ ଜିଲା କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଥିଲା, ଯାହା ଜିଲାବାସୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ। ଲୋକଙ୍କ ମତ ଅନୁଯାୟୀ, ନୂଆ ସରକାର ଗଠନ କରାଯାଇଛି। ଜିଲାର ୪ ବିଧାୟକ ବିଜେଡିର ହୋଇଥିବାରୁ ସମ୍ଭବତଃ ଏହି ସମୀକ୍ଷା ବୈଠକରେ ସେମାନଙ୍କୁ ସାମିଲ କରାଯାଇ ନ ଥିଲା। ଫଳରେ ଜିଲାର ସମସ୍ତ ଅଞ୍ଚଳର କ୍ଷତି ପ୍ରତିଫଳନ ହୋଇପାରିନାହିଁ। ଏ ସମ୍ପର୍କରେ ଜିଲାପାଳ ପ୍ରଧାନ ସମୀକ୍ଷା ବୈଠକ ଡାକି ନ ଥିବା ଫୋନରେ ଜଣାଇବା ପରେ ବାତ୍ୟା ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ବାତ୍ୟାରେ ଜିଲାବାସୀଙ୍କ ବହୁ କ୍ଷତି ହୋଇଛି। ସମସ୍ତ ଅଞ୍ଚଳର କ୍ଷତିକୁ ଆକଳନ କରିବା ଓ କ୍ଷତିଭରଣା ଠିକ୍‌ ଭାବେ କରାଯାଉ ବୋଲି ବିଧାୟକ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri