ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି। ଗତ ୨୨ ତାରିଖରେ ଚାର୍ଟାର୍ଡ ବିମାନ ଭଡ଼ାକରି ସେମାନଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିବା ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଭାରତ ସରକାରଙ୍କ ସହ ସମନ୍ବୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିଲା।

କାଗଜପତ୍ର ନ ଥାଇ ଆମେରିକାରେ ରହିଥିବା ଭାରତୀୟମାନଙ୍କୁ ତୁରନ୍ତ ବିଦା କରିବାକୁ ହେବ। ଏଠାରେ କୌଣସି ବେଆଇନ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ପୃକ୍ତ କରା ନ ଯାଉ ବୋଲି ଆମେରିକା ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ କ୍ରିଷ୍ଟି ଏ. କାନେଗାଲୋ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ବେଆଇନ ଭାବେ ରହିଥିବା ୧.୬ ଲକ୍ଷ ଲୋକଙ୍କୁ ବହିଷ୍କାର କରିଥିଲା ବା ସ୍ବଦେଶକୁ ଫେରାଇ ଦେଇଥିଲା। ଭାରତ ସମେତ ୧୪୫ରୁ ଊର୍ଦ୍ଧ୍ୱ ଦେଶକୁ ଏହି ଲୋକମାନଙ୍କୁ ପଠାଇବା ପାଇଁ ୪୯୫ଟି ବିମାନ ବ୍ୟବହାର କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଆମେରିକା ଜୀବନଶୈଳୀ ଦ୍ୱାରା ପ୍ରଲୋଭିତ ହୋଇ ବହୁସଂଖ୍ୟାରେ ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ଲୋକେ ବେଆଇନ ଭାବେ ଉକ୍ତ ଦେଶରେ ଅନୁପ୍ରବେଶ ଉଦ୍ୟମ କରିଥାନ୍ତି। ଗତବର୍ଷ ଅକ୍ଟୋବର ୧ରୁ ଚଳିତବର୍ଷ ସେପ୍ଟେମ୍ବର ୩୦ ମଧ୍ୟରେ ମେକ୍ସିକୋ ଏବଂ କାନାଡା ଦେଇ ଆମେରିକାରେ ବେଆଇନ ପ୍ରବେଶ ଉଦ୍ୟମ ବେଳେ ୨୯ ଲକ୍ଷ ପ୍ରବାସୀ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦,୪୧୫ ବୋଲି ଆମେରିକା ସୀମାଶୁଳ୍କ ଏବଂ ସୀମା ସୁରକ୍ଷା ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ୍‌ ପ୍ରତି ଘଣ୍ଟାରେ ୧୦ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ ଉଦ୍ୟମ କରୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri