Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ମୁକ୍ତି, ସିବିଆଇକୁ ଭର୍ତ୍ସନା

ନୂଆଦିଲ୍ଲୀ,୧୪ା୯:ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମାମଲାରେ ଗିରଫ ହେବାର ୬ ମାସ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମନିଲଣ୍ଡରିଂ ମାମଲାରେ ଜାମିନ ପାଇଥିବାବେଳେ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି। ଏଥିସହ ସେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ମୁକୁଳିବା ପରେ ନିଜ ପ୍ରଥମ ପ୍ରତିକ୍ରିୟାରେ କେଜ୍‌ରିଓ୍ବାଲ ନିଜକୁ ନିର୍ଦ୍ଦୋଷ ଦର୍ଶାଇ କହିଛନ୍ତି, ଭାରତକୁ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଥିବା ଦେଶବିରୋଧୀ ତତ୍ତ୍ୱଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ। ଅକାରଣେ ଉଦ୍ଦେଶ୍ୟମୂଳକ ଭାବେ ଏତେ ଦିନ ଜେଲରେ ରଖାଯିବା ଦ୍ୱାରା ତାଙ୍କର ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି। ସୁପ୍ରିମକୋର୍ଟଙ୍କ ଜାମିନ ପରେ ଭାଜପାର ମିଛ ଧରାପଡ଼ିଯାଇଛି। ସିବିଆଇ-ଇଡି ଭାଜପାର ଶୁଆ ଓ ଶାରୀ ବୋଲି ଆପ୍‌ ସମାଲୋଚନା କରିଛି।
୨୦୨୩ ଅକ୍ଟୋବରରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ କେଜ୍‌ରିଓ୍ବାଲଙ୍କୁ ପ୍ରଥମ ସମନ କରାଯାଇଥିଲା। ୬ ଥର ସମନ ସତ୍ତ୍ୱେ ସେ ଏହାକୁ କେନ୍ଦ୍ରର ଷଡ଼ଯନ୍ତ୍ର ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ନ ଥିଲେ। ୨୦୨୪ ମାର୍ଚ୍ଚ ୧୬ରେ ଦିଲ୍ଲୀର ଏକ ସେସନ୍ସ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲ ଇଡି ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଲଗାତର ୯ ଥର ସମନ ମିସ୍‌ କରିବା ପରେ ସେହି ଦିନ ଇଡି ତାଙ୍କୁ ଗିରଫ କରିଥିଲା।
ମେ’ ୧୦ରେ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ଲୋକ ସଭା ନିର୍ବାଚନ ପ୍ରଚାର ପାଇଁ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜାମିନ ଅବଧି ଶେଷ ହେବା ପରେ ସେ ହାଇକୋର୍ଟ ଯାଇଥିଲେ। କିନ୍ତୁ ସେଠାରୁ ଆଶ୍ୱସ୍ତି ନ ମିଳିବାରୁ କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ତିହାର ଜେଲରେ ଆମତ୍ସମର୍ପଣ କରିଥିଲେ। ଅନ୍ୟପକ୍ଷେ ଜୁନ୍‌ ୨୦ରେ ଏକ ଟ୍ରାଏଲ୍‌ କୋର୍ଟ ନିୟମିତ ଜାମିନ ଦେବା ସତ୍ତ୍ୱେ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାରୁ ସେ ମୁକୁଳିପାରି ନ ଥିଲେ। ସିବିଆଇ କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୨୬ରେ ଗିରଫ କରିଥିଲା। ଏହି ଗିରଫଦାରିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବେଆଇନ ଦର୍ଶାଇ କରିଥିବା ଆବେଦନର ଶୁଣାଣି ଶେଷକରି ସୁପ୍ରିମକୋର୍ଟ ଗତ ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ, ଯାହାକି ଶୁକ୍ରବାର ପ୍ରକାଶ ପାଇଛି।
ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟଁା ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଦୁଇଟି ପୃଥକ୍‌ ରାୟ ଦେଇଛନ୍ତି। କିନ୍ତୁ ଉଭୟେ କେଜ୍‌ରିଓ୍ବାଲ ମୁକ୍ତ ହେବା ଉଚିତ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ସିବିଆଇ ଗିରଫ କରିବାରେ କୌଣସି ବାଧା ନାହିଁ ବୋଲି କହିଥିବାବେଳେ ଜଷ୍ଟିସ୍‌ ଭୂୟଁାଙ୍କ ମତରେ ଟ୍ରାଏଲ୍‌ କୋର୍ଟରୁ
ଇଡି ମାମଲାରେ ଜାମିନ ପାଇବା ପରେ ତଦନ୍ତ ବ୍ୟୁରୋ ଗିରଫ କରିବା ଅନୁଚିତ।
ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ତେଲଙ୍ଗାନାର ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କୁ ଅନୁରୂପ ପୃଷ୍ଠଭୂମିରେ ଜାମିନ ମିଳିସାରିଥିବାରୁ କେଜ୍‌ରିଓ୍ବାଲଙ୍କୁ ମୁକ୍ତ କରିବାରେ ଅସୁବିଧା ନାହିଁ ବୋଲି ଖଣ୍ଡପୀଠ ସହମତ ହୋଇଥିଲେ। ସମାନ ଅପରାଧରେ ସିବିଆଇ ତାଙ୍କୁ ଅଧିକ ଦିନ ଅଟକ ରଖିପାରିବ ନାହିଁ। ଏହି ପ୍ରସଙ୍ଗରେ ୧୯୭୭ରେ ଜଷ୍ଟିସ୍‌ କ୍ରିଷ୍ଣା ଆୟାରଙ୍କ ଦ୍ୱାରା ନିର୍ଦ୍ଧାରିତ ସିଦ୍ଧାନ୍ତର ଅବତାରଣା କରି ଖଣ୍ଡପୀଠ କହିଥିଲେ, ଜାମିନ ହେଉଛି ନିୟମ ଏବଂ ଜେଲଦଣ୍ଡର ଏକ ବ୍ୟତିକ୍ରମ। ଏହି ଅବସରରେ ସୁପ୍ରିମକୋର୍ଟ କେତୋଟି ସର୍ତ୍ତ ସହ ତାଙ୍କୁ ଜାମିନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଚିବାଳୟସ୍ଥିତ ନିଜ ଅଫିସକୁ ଯାଇପାରିବେ ନାହିଁ କିମ୍ବା ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିନା ଅନୁମତିରେ କୌଣସି ଫାଇଲରେ ସ୍ବାକ୍ଷର କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri