କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ ସୃଷ୍ଟି କରିଥିଲା। ସାଧାରଣ ଜନତା ଏପରି ଅମାନବୀୟ କାଣ୍ଡକୁ ଦୃଢ଼ ବିରୋଧ କରିବା ସହିତ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ରାଜରାସ୍ତାରେ ଦାବି ଉଠାଇଥିଲେ। ଠିକ୍‌ ୧୨ ବର୍ଷ ଅନ୍ତରରେ ପୁଣି କୋଲକାତାର ଏକ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କୁ ବଳାକତ୍ାର ପରେ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଆଲୋଡ଼ନ ସୃଷ୍ଟିକାରୀ ବିଷୟ ହେଲା ରାଜ୍ୟରେ ନିରଙ୍କୁଶ ସରକାର ଥାଇ ମଧ୍ୟ ଏପରି ଘଟଣାର ଉଚିତ ଅନୁସନ୍ଧାନ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ହେଲା। ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କ୍ଷୋଭ ପ୍ରକାଶକରି କହିଛନ୍ତି, ସମ୍ବିଧାନ ନାଗରିକଙ୍କୁ ସମାନତା ପ୍ରଦାନ କରୁଥିବା ବେଳେ ଯଦି ମହିଳା ନାଗରିକ ନିଜ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନୁହନ୍ତି ତେବେ ସେପରି ସମାନତା ମୂଲ୍ୟହୀନ। ମନେପଡ଼େ, ଲାଲ ବାହାଦୁର ଶାସ୍ତ୍ରୀ ସାମାନ୍ୟ ରେଳ ଦୁର୍ଘଟଣା ଯୋଗୁ ନିଜ ପଦରୁ ତ୍ୟାଗପତ୍ର ଦେଇଥିବା ବେଳେ ଆଜି ସେପରି ଉଦାହରଣୀୟ ପଦକ୍ଷେପ ରାଜନେତା ଭୁଲିଯାଇଥିବା ଲକ୍ଷ୍ୟ ହୁଏ।
ସାମଗ୍ରିକ ଭାବେ ଦେଖିବାକୁ ଗଲେ ଭାରତରେ ନାରୀ ଆଜି ଅତ୍ୟନ୍ତ ଅସୁରକ୍ଷିତ ଏବଂ ଧର୍ମକୁ ଆଖିଠାର ଦେଇ ଓ ମହିଳାମାନଙ୍କୁ ଭଣ୍ଡେଇବା ଉଦ୍ଦେଶ୍ୟରେ ବିଭିନ୍ନ ଓଜନିଆ ଶବ୍ଦ ଯଥା ନାରୀ ସଶକ୍ତୀକରଣ, ନାରୀ ଶକ୍ତିବନ୍ଦନ, ମିଶନଶକ୍ତି ଇତ୍ୟାଦି ବ୍ୟବହୃତ ହୋଇଥାଏ। ଭାରତରେ ନାରୀ ପ୍ରତି ଯୌନହିଂସା ବଢୁଛି। ଜାତୀୟ ପୋଲିସ କ୍ରାଇମ ବ୍ୟୁରୋ ରେକର୍ଡରୁ ଜଣାଯାଏ ୨୦୨୨ରେ ଭାରତରେ ୩୧,୫୧୬ଟି ବଳାତ୍କାର ଘଟଣା ଘଟିଥିଲା; ଯାହା ୨୦୨୧ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ। ସମସ୍ତେ ଜାଣନ୍ତି, ଭାରତୀୟ ପରିସ୍ଥିତିରେ ପଞ୍ଜୀକୃତ ସଂଖ୍ୟାଠାରୁ ଏପରି ଘଟଣା ବହୁ ଅଧିକ ହୋଇଥାଏ। ଦେଖିବାକୁ ଗଲେ ନାରୀ ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ଦିବାରାତ୍ର ସଙ୍ଘର୍ଷ କରୁଥିବାବେଳେ ଆଜି ମହିଳା ପୋଲିସ ବାହିନୀ ଗଠନ ହୋଇଛି; ଯେଉଁଥିରେ କନଷ୍ଟେବଲଠାରୁ ଆରମ୍ଭ କରି ଉଚ୍ଚ ପଦବୀରେ ଭାରତୀୟ ପୋଲିସ ସେବା ମହିଳା ଅଧିକାରୀ ମଧ୍ୟ ଅବସ୍ଥିତ। ହେଲେ ଏମାନେ ମଧ୍ୟ ଆଜି ଅସୁରକ୍ଷିତ। ଏପରି ଅବସ୍ଥାରେ ଭାରତରେ ମହିଳାଙ୍କ ନ୍ୟାଯ୍ୟ କଥା ପଚାରେ କିଏ। ସ୍ଲୋଗାନରୁ ବାହାରକୁ ଆସିଲେ ଜଣାପଡ଼େ ନାରୀ ଏଠି ସବଳ ନୁହେଁ ବରଂ ନିରନ୍ତର ଦୁର୍ବଳ। ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମଧ୍ୟ ବଳାତ୍କାର ସଂଖ୍ୟା କିଛି କମ୍‌ ନୁହେଁ। କିନ୍ତୁ ଭାରତୀୟ ସଂସ୍କୃତି ନିଜର ପରମ୍ପରା ଓ ସାମାଜିକ ରକ୍ଷଣଶୀଳତା ତଥା ଚଳଣି ପାଇଁ ସମଗ୍ର ବିଶ୍ୱରେ ଉଦାହରଣ; ଯେଉଁଥିରେ ଏପରି ଯୌନଉତ୍ପୀଡ଼ନ କିମ୍ବା ବଳାତ୍କାରକୁ ଜଘନ୍ୟତା ଆଖ୍ୟା ଦିଆଯାଇଥାଏ।
ସୁପ୍ରିମକୋର୍ଟ, ୟୁ.ଜି.ସି. ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଉଦ୍ୟମରେ କଲେଜ ଓ ସ୍କୁଲସ୍ତରରେ ନୀତିଶାସ୍ତ୍ର ଓ ନୈତିକ ମୂଲ୍ୟବୋଧ ଶିକ୍ଷାକୁ ବେଶ୍‌ କିଛିବର୍ଷ ହେବ ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା ଆଶାନୁରୂପ ମାନସିକ ପରିବର୍ତ୍ତନ ସମାଜରେ ପରିଲକ୍ଷିତ ହେଉନାହିଁ। କାର୍ଯ୍ୟସ୍ଥଳ, ବଜାରଘାଟ, ପ୍ରେକ୍ଷାଳୟ, ଶିକ୍ଷାନୁଷ୍ଠାନ, ମନ୍ଦିର, ପାର୍କ ଅଥବା ତୀର୍ଥ ବା ଭ୍ରମଣସ୍ଥଳ ଆଦି ମହିଳାମାନଙ୍କ ପାଇଁ ଅସୁରକ୍ଷିତ। ମହିଳା ବାରମ୍ବାର ଏପରି ସ୍ଥାନରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇ ମୁଣ୍ଡପାତି ସହ୍ୟ କରିବାକୁ ବାଧ୍ୟ ହେଉଛି। ତେଣୁ ଏହି ସମସ୍ୟାର ଏକମାତ୍ର ସମାଧାନ ହେଲା କଠୋର ଦଣ୍ଡବିଧାନ। ଯୌନ ନିର୍ଯାତନା ମାମଲାଗୁଡ଼ିକ ମଧ୍ୟ ତ୍ୱରିତ୍‌ ଫଇସଲା ହେବା ନିତାନ୍ତ ଆବଶ୍ୟକ; ଫଳରେ ଦୋଷୀକୁ ଶାସ୍ତି ତୁରନ୍ତ ମିଳିବା ସଂଗେ ସଂଗେ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହୋଇପାରନ୍ତା। ବୀତିହୋତ୍ର ମହାନ୍ତି ମାମଲାରେ ଯେପରି ଘଟଣାର ଦଶଦିନ ମଧ୍ୟରେ ରାଜସ୍ଥାନ ଅଦାଲତ ତ୍ୱରିତ୍‌ ଫଇସଲା ଶୁଣାଇଥିଲେ ସେଭଳି ଦଶଦିନ ମଧ୍ୟରେ ଦଣ୍ଡବିଧାନ ହେବା ସମୟୋପଯୋଗୀ। ଏପରି ହେଲେ ସାରା ଭାରତବର୍ଷରେ ନିର୍ଭୟା ବା ମହିଳା ଡାକ୍ତରଙ୍କ ଭଳି ନାରୀମାନେ ଦୁଃସ୍ଥିତିର ସମ୍ମୁଖୀନ ହେବେ ନାହିଁ କିମ୍ବା କୌଣସି ପୁରୁଷ ନିର୍ଯାତନା ଦେବା ପାଇଁ ସାହସ କରିପାରିବ ନାହିଁ।
ଅବଶ୍ୟ ଏସବୁର ଠିକ୍‌ ରୂପାୟନ ନିମନ୍ତେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି।
ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ମୋ:୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri