Posted inଖେଳ

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ ପଦକ

ପ୍ୟାରିସ,୨ା୯: ପ୍ୟାରିସ ପାରାଲିମ୍ପିକ୍ସରେ ରବିବାର ଭାରତ ପାଇଁ ୬ଷ୍ଠ ପଦକ ଜିତିଛନ୍ତି ସ୍ପ୍ରିଣ୍ଟର ପ୍ରୀତି ପାଲ୍‌। ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୩୦.୦୧ ସେକେଣ୍ଡ ସହ ପ୍ୟାରିସ ପାରାଲିମ୍ପିକ୍ସ ୨୦୦ମିଟର ଟି-୩୫ କାଟେଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥଲେଟ୍‌ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୪.୨୧ ସେକେଣ୍ଡ ସହ ମହିଳା ୧୦୦ମିଟର ଟି-୩୫ କାଟେଗୋରୀ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଆଥଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ ରହିଥିଲା। ରବିବାର ଅନୁଷ୍ଠିତ ଇଭେଣ୍ଟରେ ଚାଇନାର ଝୋ ଜିଆ (୨୮.୧୫) ପ୍ରଥମ ସ୍ଥାନ ଅଧିକାର ସହ ସ୍ବର୍ଣ୍ଣ ଜିତିଥିବା ବେଳେ ଗୁଓ ଜିଆନ କ୍ୱିଆନ (୨୯.୦୯) ରୌପ୍ୟ ପଦକ ଲାଭ କରିଥିଲେ। ୨୩ ବର୍ଷୀୟା ପ୍ରୀତି ଟାଇମିଂରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ।

ସେହିପରି ଟି ୪୭ ବର୍ଗରେ ଭାରତୀୟ ହାଇ ଜମ୍ପର ନିଶାଦ କୁମାର ରବିବାର ଏକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହ ଚଳିତ ସଂସ୍କରଣରେ ଆଥଲେଟିକ୍ସରୁ ଭାରତ ତୃତୀୟ ପଦକ ବିଜୟୀ ହୋଇଛି। ଟୋକିଓ ପାରଲିମ୍ପିକ୍ସରେ ସମାନ ଇଭେଣ୍ଟରେ ନିଶାଦ ପୂର୍ବରୁ ରୌପ୍ୟ ପଦକ ଜିତିଥିଲେ। ରବିବାର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ନିଶାଦ କୁମାର ୨.୦୪ ମିଟର ଉଚ୍ଚକୁ ଡେଇଁଥିଲେ। ପ୍ରଥମ ପ୍ରୟାସରେ ନିଶାଦ ୧.୯୫ ମିଟର ଉଚ୍ଚତା ଅତିକ୍ରମ କରିଥିଲେ। ପରବର୍ତ୍ତୀ ଚେଷ୍ଟାରେ ୧.୯୮ ମିଟର ଡେଇଁବାକୁ ପ୍ରୟାସ କରିଥିଲେ ମଧ୍ୟ ଏହା ଫାଉଲ ହୋଇଥିଲା। ତେବେ ତୃତୀୟ ପ୍ରୟାସରେ ସେ ୨ ମିଟର ଅତିକ୍ରମ କରିଥିଲେ। ତେବେ ଆମେରିକାର ରୋଡ୍‌ରିକ୍‌ ଟାଉନ୍‌ସେଣ୍ଡ ୨.୦୨ ମିଟର ଉଚ୍ଚତା ଡେଇଁ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ପରେ ନିଶାଦ ୨.୦୪ ମିଟର ଉଚ୍ଚ ଡେଇଁବା ପରେ ଉଭୟଙ୍କ ମଧ୍ୟରେ ମୁକାବିଲା ବେଶ ରୋଚକ ହୋଇଥିଲା। ଟାଉନସେଣ୍ଡ ୨.୦୪ ମିଟର ଛୁଇଁବା ପରେ ନିଶାଦ ୨.୦୬ ମିଟର ପ୍ରୟାସରେ ବିଫଳ ହୋଇଥିଲେ। ପରବର୍ତ୍ତୀ ପ୍ରୟାସରେ ଟାଉନସେଣ୍ଡ ୨.୦୮ ମିଟର ଅତିକ୍ରମ କରିଥିଲେ। ନିଶାଦ ୨.୧୨ ମିଟର ଉଚ୍ଚତା ପାର କରିବାରେ ବିଫଳ ହୋଇଥିବା ବେଳେ ଅଲିମ୍ପିକ୍ସ ରେକର୍ଡ ସହିତ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚକୁ ଡେଇଁଥିଲେ। ନ୍ୟୁଟ୍ରାଲ ଆଥଲେଟ ଭାବରେ ଅଂଶଗ୍ରହଣ କରିଥିବା ଜର୍ଜି ମାର୍ଗେଭ୍‌ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ରାମ ପାଲ ୧.୯୫ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ। ଏହାକୁ ମିଶାଇ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ସହ ସମୁଦାୟ ୭ ପଦକ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri