କାମୁଡ଼ିଦେଲା ନାଗ: ଅବହେଳାରୁ ଶିଶୁର ଜୀବନ ଗଲା

ଭୁବନେଶ୍ୱର, (ଅସମାପିକା ସାହୁ)/ ଖଲ୍ଲିକୋଟ,୨୫ା୮(ପ୍ରଶାନ୍ତ କୁମାର ମିଶ୍ର): ଡାକ୍ତରଙ୍କ ଅବହେଳା ପାଇଁ ସାପକାମୁଡ଼ିଥିବା ଜଣେ ଶିଶୁର ଜୀବନ ଯାଇଛି। ସାପ କାମୁଡ଼ା ରୋଗୀ ଡାକ୍ତରଖାନାରେ ପହଞ୍ଚତ୍ବା ମାତ୍ରେ ବା ଅନ୍ୟତ୍ର ରେଫର କରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ପ୍ରଥମ ଡୋଜ୍‌ ଅର୍ଥାତ ୧୦ ଭାଏଲ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ଦେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ହେଲେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାହା କରି ନ ଥିବା ଅଭିଯୋଗ ହୋଇଛି। ଫଳରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁଟି ପହଞ୍ଚତ୍ବା ପୂର୍ବରୁ ବାଟରେ ତା’ର ମୃତ୍ୟୁ ଘଟିଛି।

ମୃତ ଶିଶୁ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡା ସାହିର ଲକ୍ଷ୍ମୀକାନ୍ତ ବେହେରାଙ୍କ ପୁଅ ପ୍ରବୀଣ ବେହେରା (୫)। ସେ ପରିବାର ସହ ଖୋର୍ଦ୍ଧା ଜିଲା ବଡକୁଳ ବେହେରା ସାହିସ୍ଥିତ ମାମୁ ଘରକୁ ଆସିଥିଲେ। ଶୁକ୍ରବାର ଅପରାହ୍ନରେ ସାନ ଭାଇ ଓ ମା’ଙ୍କ ସହ ଶୋଇଥିବାବେଳେ ପ୍ରବୀଣଙ୍କୁ ସାପ କାମୁଡିଥିଲା। ସେ ଜୋର୍‌ରେ କାନ୍ଦିବାରୁ ମା’ ଯାଗେଶ୍ୱରୀ ଘରେ ଖୋଜାଖୋଜି କରିବା ସମୟରେ ଏକ ସାପ ଦେଖିବାକୁ ପାଇଥିଲେ। ପ୍ରବୀଣ ମୁଣ୍ଡରେ ଦୁଇଟି ସ୍ଥାନରୁ ରକ୍ତ ବାହାରୁଥିବା ଦେଖି ସାପ କାମୁଡ଼ିଥିବା ସ୍ପଷ୍ଟ ହୋଇଥିଲା। ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ସ୍ନେହାଲୋକ ମିଶ୍ର ପହଞ୍ଚତ୍ ଉକ୍ତ ନାଗସାପକୁ ଉଦ୍ଧାର କରିଥିବାବେଳେ ପ୍ରବୀଣଙ୍କୁ ସଙ୍ଗେ ସଙ୍ଗେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବାପା ଲକ୍ଷ୍ମୀକାନ୍ତଙ୍କ ଅଭିଯୋଗ ଅନୁସାରେ, ଡାକ୍ତରଖାନାରେ ପୁଅକୁ ସାପ କାମୁଡ଼ିଥିବା କଥା ଯେତେ କହିଲେ ମଧ୍ୟ ଡାକ୍ତର ଗୁରୁତ୍ୱ ଦେଇ ନ ଥିଲେ।

ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ଦେଇ ନ ଥିଲେ କି କୌଣସି ଚିକିତ୍ସା କରି ନ ଥିଲେ। ପ୍ରବୀଣର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତରବରିଆ ଭାବେ ଏକ ପ୍ରେସ୍‌କ୍ରିପ୍‌ଶନ ଲେଖି ଭୁବନେଶ୍ୱର ରେଫର କରିଦେଲେ। ଏପରିକି ରେଫର କଲାବେଳେ ଆଣ୍ଟିଭେନମ୍‌ ଦେଲେ ନାହିଁ। ସେଠାରୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ଆସିବାବେଳେ ୧୫ କିମି ପରେ ସିଲିଣ୍ଡରରୁ ଅମ୍ଳଜାନ ସରିଯାଇଥିଲା। ଫଳରେ ଆମ୍ବୁଲାନ୍ସକୁ ପୁଣି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ନିଆଯାଇଥିଲା। ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ସେଥିରେ ପ୍ରବୀଣକୁ ଭୁବନେଶ୍ୱର ଅଣାଯାଇଥିଲା। ଫଳରେ ଚିକିତ୍ସା ମିଳିବାରେ ବହୁ ବିଳମ୍ବ ହୋଇଯାଇଥିଲା। ବାଟରେ ପ୍ରବୀଣର ମୃତ୍ୟୁ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଘୋଷଣା କରିଥିଲେ। ଶୁକ୍ରବାର ରାତି ହୋଇଯାଇଥିବାରୁ ଶନିବାର ସକାଳେ କ୍ୟାପିଟାଲ ହସ୍ପିଟାଲ ଫରେନସିକ ବିଶେଷଜ୍ଞ ଡା. ଲକ୍ଷ୍ମୀକାନ୍ତ ବେହେରା ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ବାଲୁଗାଁ ଡାକ୍ତରଙ୍କ ଅବହେଳା ଓ ଆଣ୍ଟିଭେନମ ନ ଦେଇ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିବା ଦ୍ୱାରା ମୋ ପୁଅର ଜୀବନ ଚାଲିଗଲା ବୋଲି ପ୍ରବୀଣର ବାପା ଲକ୍ଷ୍ମୀକାନ୍ତ କାନ୍ଦି କାନ୍ଦି କହିଛନ୍ତି।

ଏ ନେଇ ଏମ୍‌ସ ଭୁବନେଶ୍ବରର ଫରେନସିକ ମେଡିସିନ ବିଭାଗର ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ପ୍ରେସ୍‌କ୍ରିପଶନ ଦେଖିଲେ ସେଥିରେ ସାପକାମୁଡ଼ା ପାଇଁ ରହିଥିବା ଜାତୀୟ ଗାଇଡ୍‌ଲାଇନ୍‌ ପାଳନ ହୋଇ ନ ଥିବା ଜଣାପଡ଼ୁଛି। ନାଗସାପ ମୁଣ୍ଡକୁ କାମୁଡ଼ିବା ଜାଣିବା ପରେ ଡାକ୍ତର ଅଧିକ ଗୁରୁତ୍ୱ ଦେଇ ଚିକିତ୍ସା କରିବା ଆବଶ୍ୟକ ଥିଲା। କିନ୍ତୁ ପ୍ରେସ୍‌କ୍ରିପଶନରେ ଆଣ୍ଟିଭେନମ୍‌ ଦିଆଯାଇଥିବା ନେଇ ଉଲ୍ଲେଖ ନାହିଁ, ଯାହା ଆଶ୍ଚର୍ଯ୍ୟ ଲାଗୁଛି। ଡାକ୍ତରଖାନାରେ ଆଣ୍ଟିଭେନମ ଥାଇ ଯଦି ଦିଆଯାଇ ନ ଥିବ, ତାହା ଗୁରୁତର ବିଷୟ ବୋଲି ଡା. ସିଂହ କହିଛନ୍ତି। ଏ ନେଇ ସ୍ନେକ ହେଲ୍ପଲାଇନର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମୁଣ୍ଡକୁ ନାଗସାପ କାମୁଡ଼ିବା ପରେ ଡାକ୍ତର ଆଣ୍ଟିଭେନମ ନ ଦେଇ ରେଫର କରିବା ଅର୍ଥ କର୍ତ୍ତବ୍ୟରେ ଗୁରୁତର ଅବହେଳା। ସରକାର ମାଗଣାରେ ଆଣ୍ଟିଭେନମ ଯୋଗାଇ ଦେଉଥିବାବେଳେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri