Posted inଜାତୀୟ

ମୋଦି ସରକାରଙ୍କ ପତନ ଖୁବ୍‌ଶୀଘ୍ର

କୋଲକାତା,୨୨ା୭:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଳ୍ପାୟୁ। ସଂଖ୍ୟାବଳ ନ ଥାଇ ଏଣୁତେଣୁ କରି କ୍ଷମତାସୀନ ହୋଇଥିବା ଏହି ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭବିଷ୍ୟବାଣୀ କରିଛନ୍ତି।
କୋଲକାତାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବାର୍ଷିକ ଶହୀଦ ଦିବସ ପାଳନ ଅବସରରେ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଟିଏମ୍‌ସି ସୁପ୍ରିମୋ ମମତା ରାଲିକୁ ସମ୍ବୋଧିତ କରି କହିଥିଲେ, କେନ୍ଦ୍ରର ଏନ୍‌ଡିଏ ସରକାର କ୍ଷମତାରେ ଅଧିକ ଦିନ ରହିପାରିବ ନାହିଁ। ଭାଜପା ଏବଂ ଏହାର କୁଶାସନକୁ ହଟାଇବା ପାଇଁ ଅଖିଳେଶଙ୍କ ସମେତ ଇଣ୍ଡିଆ ବ୍ଲକ୍‌ର ସମଭାବାପନ୍ନ ଦଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ। ଭାଜପାର ସଂଖ୍ୟାବଳ ନାହିଁ। କିନ୍ତୁ ଅନ୍ୟ ଛୋଟ ଦଳଗୁଡ଼ିକର ଏମ୍‌ପିମାନଙ୍କୁ କିଣାକିଣି କରି ସରକାର ଗଢ଼ିଛି। ଅଖିଳେଶ ଯେଉଁ ଖେଳ କରିଥିଲେ, ସେଥିରେ ୟୁପିରେ ଯୋଗୀ ସରକାର ଇସ୍ତଫା ଦେବାକୁ ବାଧ୍ୟ ହୋଇଥାନ୍ତେ। କିନ୍ତୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରି ଏହି ନିର୍ଲଜ୍ଜ ସରକାର ତିଷ୍ଠି ରହିଛି ବୋଲି ମମତା ସମାଲୋଚନା କରିଛନ୍ତି।
ଏସ୍‌ପି ମୁଖ୍ୟ ଅଖିଳେଶ କହିଛନ୍ତି, ୟେ ଦିଲ୍ଲୀ ସରକାର ଚାଲିବ ନାହିଁ। ଖୁବ୍‌ଶୀଘ୍ର ଏହାର ପତନ ଘଟିବ। ଲୋକଙ୍କ କଥା ଆଦୌ ବୁଝୁ ନ ଥିବା ସରକାର ଭାଙ୍ଗିଗଲେ ଜନସାଧାରଣ ଖୁସି ହେବେ। ନକାରାତ୍ମକ ଓ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରୁଥିବା ଭାଜପାକୁ ହଟାଇବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ମମତା ବିଭାଜନବାଦୀ ରାଜନୀତିକୁ ପରାଜିତ କରିଥିବାବେଳେ ତାଙ୍କ ସହ ଉତ୍ତରପ୍ରଦେଶ ମଧ୍ୟ ଲଢ଼େଇରେ ସାମିଲ ହୋଇଛି। କେନ୍ଦ୍ରୀୟ ଏଜେନ୍ସି ଓ ନିର୍ବାଚନ କମିଶନଙ୍କ ଦୁରୁପଯୋଗ ଆଉ ଚାଲିବ ନାହଁି। ମୋଦି ସରକାର ଯେକୌଣସି ସମୟରେ ଭାଙ୍ଗିଯିବ ବୋଲି ଅଖିଳେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri