ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା,୧୭।୭(ଜଗନ୍ନାଥ ଧଳ): ଭାରତ ସରକାରଙ୍କ ପକ୍ଷରୁ ଜୁନ୍‌ ମାସରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର ୨୦୫ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଗ୍ରାମଗୁଡିକ ବର୍ଦ୍ଧିତ ଚିଙ୍ଗୁଡ଼ି ଘେରି ପାଇଁ ବିପଦରେ ପଡ଼ିଛି। କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ୍‌ ଅଞ୍ଚଳରେ ବେଆଇନ ଭାବେ ୧୦ ହଜାରରୁ ଊର୍ଦ୍ଧ୍ୱ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି। ଏହି ଘେରିରୁ ନିର୍ଗତ ରାସାୟନିକ ସାମଗ୍ରୀ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ସେଠାରେ ଲାଗିଥିବା ମୋଟର ଓ ଏଭିଏଟର ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ପାଇଁ ବିପଦର କାରଣ ହୋଇଛି। ହାଇକୋର୍ଟଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ ପ୍ରଶାସନର ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପରିବେଶ ସୁରକ୍ଷା ଆଇନ ୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତତ।
ଏ ସମ୍ପର୍କରେ ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୨୦୧୭ରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏପରି କି ଏହି କାର୍ଯ୍ୟର ତଦାରଖ ପାଇଁ କୋର୍ଟ ପକ୍ଷରୁ ମୋହିତ ଅଗ୍ରୱାଲଙ୍କୁ ଆମିକସ୍‌କ୍ୟୁରି ଭାବେ ନିଯୁକ୍ତ କରାଯାଇଛି। ୨୦୨୦ରେ ଏ ନେଇ ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି ଚାଷୀଙ୍କୁ ନୋଟିସ ସହ ଘେରି ଭଙ୍ଗା ଆରମ୍ଭ ହୋଇଥିଲା। ମାତ୍ର କୌଣସି ଚାପର ବଶବର୍ତ୍ତୀ ହୋଇ ପ୍ରଶାସନ ପକ୍ଷରୁ ଏହି ବେଆଇନ ଚିଙ୍ଗୁଡ଼ି ଘେରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନର ନୀରବତା ଏହି ବେଆଇନ ଚିଙ୍ଗୁଡ଼ି ଚାଷୀଙ୍କୁ ସୁହାଇଛି। ମହାକାଳପଡ଼ା ବଡ଼ଟୁବି ଅଞ୍ଚଳରେ ଏବେ ଶତାଧିକ ଏକର ଜମିରେ ଘେରି ନିର୍ମାଣ ହୋଇଛି। ତଟାଞ୍ଚଳରେ ଘେରି ନିର୍ମାଣ ଫଳରେ ବଣପଦା, ଭୂଇଁପୁର, ଗୋଗୁଆ, ଇଶାନୀପଲା, ହରିପୁର, କଜଳାବନ୍ଧ, କଳତୁଙ୍ଗା, କାକଟପୁର, କୋରିଆପଲା, ନରସିଂହପୁର, ମଲାଡିହ, ପାଉଁଶିଆପାଳ, ରଟପଙ୍ଗ, ଶଙ୍ଖଚିତ, ଶାସନ, ସିଙ୍ଗାରପୁର, ତନ୍ତିଆପାଳ, ବେଣାକନ୍ଦା, ତେଲଙ୍ଗା, ପାଣିଖିଆ ଆଦି ୧୪୭ ଗ୍ରାମର ପରିବେଶ ନଷ୍ଟ ହେବ। ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବନ୍ୟ ବିଭାଗ, ବନ୍ୟପ୍ରାଣୀ ବିଭାଗ, କୋଷ୍ଟାଲ ଆକ୍ୱାକଲଚର ଅଥରିଟି ଓ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରସ୍ତୁତ ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି(ସିଇସି) ଗାଇଡ୍‌ଲାଇନକୁ ଚିଙ୍ଗୁଡ଼ି ଘେରି ଉଲ୍ଲଂଘନ କରୁଛି। ଏହି ଘେରିରେ ଖାଦ୍ୟ, ଔଷଧ ଓ ରାସାୟନିକ ସାର ପ୍ରୟୋଗ ହେତୁ ଗ୍ରାମ ପରିବେଶ ବିଷାକ୍ତ ହୋଇଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, ନିମ୍ନମାନର ପାଣି ମୋଟର ଓ ଏଭିଏଟର ପାଇଁ ଗତ ୩ ବର୍ଷ ମଧ୍ୟରେ ଚିଙ୍ଗୁଡ଼ି ଘେରିରେ ୧୧ଟି ଦୁର୍ଘଟଣା ହେଲାଣି। ଏଥିରେ ରାଜନଗର ଓ ରାଜକନିକା ବ୍ଲକ୍‌ ଅଞ୍ଚଳର ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏଠାରେ ବ୍ୟବହୃତ ଯନ୍ତ୍ରଗୁଡ଼ିକ କେତେଜଣ ବ୍ୟବସାୟୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଆଦି ସ୍ଥାନରୁ ବିନା ରସିଦରେ ଆଣୁଛନ୍ତି। ଏହି ମୋଟର ଓ ଏଭିଏଟରଗୁଡିକ ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ଜୀବନ ମରଣ ସମସ୍ୟା ଦେଖାଦେଇଛି। ଏପରି କି କେତେକ ପାଣି ମୋଟର ଚାଲୁଥିବା ସମୟରେ ମଧ୍ୟ ବିସ୍ଫୋରଣ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇନାହିଁ। ନିକଟରେ ମହାକାଳପଡ଼ା ଓ ରାଜକନିକା ବ୍ଲକ୍‌ ଅଞ୍ଚଳରେ ପ୍ରାୟ ୧୭୦ ଏକର ଜମିରୁ ଘେରି ଉଚ୍ଛେଦ କରାଯାଇଛି। ଏହାସହ ସ୍ଥାନୀୟ ତହସିଲଦାରମାନେ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡ଼ି ଘେରିର ଚିହ୍ନଟ ସହ ଉଚ୍ଛେଦ ଜାରି ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri