Posted inଖେଳ

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌କୁ ଫ୍ୟାନ୍‌ମାନେ କୋଲକାତାର ମେଣ୍ଟର ଗୌତମ ଗମ୍ଭୀର ଓ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ମଧ୍ୟରେ ଲଢ଼େଇ ବୋଲି ବିବେଚନା କରିଛନ୍ତି। ଏହା ପୂର୍ବରୁ ପ୍ରଥମ କ୍ୱାଲିଫାୟରରେ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲରେ ଆଉ ଥରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ନିଜର ଦ୍ୱିତୀୟ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ଅଧୀନରେ ଖେଳିବ ସନରାଇଜର୍ସ । ସେହିପରି ଚେନ୍ନାଇର ଗ୍ରାଉଣ୍ଡ ଓ ପରିବେଶ ମଧ୍ୟ କୋଲକାତାକୁ ଅଧିକ ସୁହାଇବ। ଦଳ ନିକଟରେ କ୍ୱାଲିଟି ସ୍ପିନ ବୋଲର ରହିଥିବା ବେଳେ ଏହା ଦଳକୁ ଫାଇଦାରେ ରଖିବ।

ଉଭୟ ଦଳ ଚଳିତ ଟୁର୍ନାମେଣ୍ଟରେ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର କ୍ରିକେଟ ଖେଳିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଖାସ୍‌କରି ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି। ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଉଭୟ ଖେଳାଳି ଅଧିକାଂଶ ମ୍ୟାଚରେ ହାଇଦ୍ରାବାଦକୁ ଭଲ ଆରମ୍ଭ ଦେଇଛନ୍ତି। ଏହା ସହ ହେନ୍‌ରିଚ୍‌ କ୍ଲାସେନ୍‌ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ୩ ଖେଳାଳିଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ଖେଳାଳିଙ୍କ ନିକଟରୁ ଉପଯୋଗୀ ଅବଦାନ ମିଳି ପାରି ନାହିଁ। ବଡ ମ୍ୟାଚ୍‌ରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ରାହୁଲ ତ୍ରିପାଠୀ ଅନ୍ତିମ ଦୁଇ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି।

ଅନ୍ୟ ପକ୍ଷରେ କୋଲକାତା ନାଇଟ ରାଇଡର୍ସ ୪୩୫ ରନ୍‌ ସଂଗ୍ରହ କରିଥିବା ଫିଲ୍‌ ସଲ୍ଟଙ୍କ ଅଭାବ ଅନୁଭବ କରିବ। ଚେପକ୍‌ର ଧିମା ଟ୍ରାକ୍‌ରେ ସଲ୍ଟଙ୍କ ଉପସ୍ଥିତି ଦଳକୁ ଫାଇଦା ପ୍ରଦାନ କରିଥାଏ। ଦଳ ପକ୍ଷରୁ ସୁନୀଲ ନାରିନ୍‌(୪୬୧ ରନ୍‌) ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଆନ୍ଦ୍ରେ ରସେଲ୍‌ ଉପଯୋଗୀ ରନ୍‌ କରିଥିବା ବେଳେ ରିଙ୍କୁ ସିଂଙ୍କ ପାଇଁ ଚଳିତ ସିଜନ ସମ୍ପୂର୍ଣ୍ଣ ଅଫ୍‌ ରହିଛି। ଅଧିନାୟକ ଶ୍ରେୟସ୍‌ ଆୟର କ୍ୱାଲିଫାୟର-୧ରେ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଛନ୍ତି। ବୋଲିଂରେ ନାରିନଙ୍କ ସହ ବରୁନ୍‌ ଚକ୍ରବର୍ତ୍ତୀ, ବୈଭବ ଅରୋରା ଓ ଆନ୍ଦ୍ରେ ରସେଲ ରହିଛନ୍ତି। ଅନ୍ୟ ପକ୍ଷରେ ସନରାଇଜର୍ସ ନିକଟରେ ପ୍ରମୁଖ ସମସ୍ୟା ଏହାର ସ୍ପିନ୍‌ ବୋଲିଂ ରହିଛି।

ତେବେ କ୍ୱାଲିଫାୟର-୨ରେ ଶାହବାଜ ଅହମଦ ଓ ଅଭିଷେକ ଶର୍ମା ଯେଉଁଭଳି ଭାବରେ ବୋଲିଂ କଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଅନ୍ୟ ପକ୍ଷରେ କେକେଆର୍‌ ନିକଟରେ ରହିଥିବା ବୋଲିଂ ବିବିଧତା ଏହାକୁ ଫେଭରିଟ୍‌ କରିବ। ବରୁନ୍‌ ଚକ୍ରବର୍ତ୍ତୀ ୨୦ ଓ ସୁନୀଲ ନାରିନ୍‌ ୧୬ ଉଇକେଟ ନେଇଛନ୍ତି। ଯୁବ ଭାରତୀୟ ଅନକ୍ୟାପ୍‌ଡ ବୋଲର ହର୍ଷିତ ରାଣା ୧୭ ଉଇକେଟ ନେଇ ପ୍ରଭାବୀ ରହିଛନ୍ତି। ଚେପକ୍‌ରେ ୨୦୧୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ କୋଲକାତାକୁ ପ୍ରଥମ ଟାଇଟଲ୍‌ ଜିତାଇବାରେ ସାହାଯ୍ୟ କରିଥିଲେ ଗମ୍ଭୀର। ଏହା ଗମ୍ଭୀରଙ୍କ ନେତୃତ୍ୱ ନେବାର ଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ଦୌଡ଼ରେ ଆଗୁଆ ରହିଥିବା ଜଣାପଡିଛି। ଟାଇଟଲ ଜିତିବା ଦ୍ୱାରା ଭାରତୀୟ ଡ୍ରେସିଂ ରୁମ୍‌ରେ ଗମ୍ଭୀରଙ୍କ ଉପସ୍ଥିତି ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri