Odisha Elections 2024

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ ଜୟନ୍ତୀ ହିଂସାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିଲା। ମାତ୍ର ହନୁମାନ ଜୟନ୍ତୀ ଆୟୋଜନରେ ଭକ୍ତ ଓ ଆୟୋଜକ କମିଟି ମଧ୍ୟରେ ଥିବା ଉତ୍ସାହ ହ୍ରାସ ପାଇ ନ ଥିଲା। ପୂର୍ବବର୍ଷ ଭଳି ସମଗ୍ର ସହର ହନୁମାନ ଝଣ୍ଡାରେ ଗୈରିକମୟ ହୋଇ ଉଠିଥିବାବେଳେ ସହରର ମୁଖ୍ୟରାସ୍ତାର ସମସ୍ତ ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଥିବା ଡାକବାଜି ଯନ୍ତ୍ରରେ ହନୁମାନ ଚାଳିଶା ପାଠର ଗୁଞ୍ଜରଣ ସମଗ୍ର ସହରରେ ଏକ ପ୍ରକାର ଧାର୍ମିକ ପରିବେଶ ସୃଷ୍ଟି କରିଥିଲା।

ବିଭିନ୍ନ ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ସମନ୍ବୟ କମିଟି ତଥା ଆୟୋଜକ କମିଟି ପକ୍ଷରୁ ନିଜ ଅଞ୍ଚଳରେ ପୂଜାର୍ଚ୍ଚନା ସହ ଧୁମଧାମ୍‌ରେ ପାଳନ କରାଯାଇଛି। ପୂର୍ବାହ୍ନରେ ସମ୍ବଲପୁର ବୃକ୍ସହିଲସ୍ଥିତ ହନୁମାନ ମନ୍ଦିର, ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଭୀମଭୋଇ କଲୋନୀ ହନୁମାନ ମନ୍ଦିର, ଏସ୍‌ଆରଆଇଟି କଲୋନୀ, ଜଗନ୍ନାଥ କଲୋନୀ, ବୁଢ଼ାରଜା, ପୌର ପରିଷଦ ଛକ, କୁଲୁଥକାନୀ, ଚାରଭାଟି, ଜେଲଛକ, ବଡ଼ବଜାର, ମୁଦିପଡ଼ା, ଫାଟକ, ଗେଙ୍ଗୁଟିପାଲି ଆଦି ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ହୋମ ଓ ଯଜ୍ଞ ମଧ୍ୟରେ ବିଧିପୂର୍ବକ ପୂଜାର୍ଚ୍ଚନା ସହିତ ପଣା ଓ ଚଣାଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ମନ୍ଦିରମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଆଳତି ଅନୁଷ୍ଠିତ ହୋଇଥିଲା। ବୃକ୍ସହିଲସ୍ଥିତ ହନୁମାନ ମନ୍ଦିରରେ ସନ୍ଧ୍ୟାରେ ମହାଆଳତି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ସ୍ତ୍ରୀ ଡ. ମୁଦୁଲା ଠାକୁର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର, ଭାଜପା ସମ୍ବଲପୁର ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖ ଭାଗନେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୂଜାର୍ଚ୍ଚନା ପୂର୍ବକ ହନୁମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏଥିପାଇଁ ମନ୍ଦିର ନିକଟରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରର ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇ କଡ଼ା ନଜର ରଖାଯାଇଛି। ସମଗ୍ର ସହରରେ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ୧୫ ପ୍ଲାଟୁନ୍‌ ପୋଲିସ ବାହିନୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡିଏସ୍‌ପି ପାହ୍ୟା ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri