Odisha Elections 2024

ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା

ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇସାରିଥିଲେ ମଧ୍ୟ ଜିଲାର ୫ଟି ନିର୍ବାଚନମଣ୍ଡଳୀରୁ ଅନୁଗୋଳ ଓ ତାଳଚେର ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ପ୍ରଥମ ପର୍ଯ୍ୟାୟରେ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା। ଏଠାରେ ଦଳୀୟ ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେ ଦଳ ଆଠମଲ୍ଲିକରେ ଗତଥରର ପ୍ରାର୍ଥୀ ତଥା ବିଧାୟକ ରମେଶ ସାଏଙ୍କ ସ୍ଥାନରେ ନଳିନୀ ପ୍ରଧାନଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଦଳର ଏପରି ନିଷ୍ପତ୍ତିରେ ଅସନ୍ତୁଷ୍ଟ ପ୍ରକାଶ କରି ବିଧାୟକ ସାଏ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଛନ୍ତି। ଆଗକୁ ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଥିବାବେଳେ ଏଠାରେ ଦଳ କେଉଁ ପରିସ୍ଥିତିର ସମ୍ମୁଖୀନ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶେଷକରି ୨୦୨୪ ନିର୍ବାଚନ ଟିକେଟ୍‌କୁ ନଜରରେ ରଖି ସଙ୍ଗଠନକୁ ମଜଭୁତ କରିଥିବା ଜିଲାର କେତେଜଣ ଯୁବ ନେତାଙ୍କୁ ଦଳ ପକ୍ଷରୁ ଆଗୁଆ ବିଭିନ୍ନ ପଦ ପଦବୀରେ ଥଇଥାନ କରାଯାଇଥିଲେ ହେଁ ସେମାନଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା ହେଉଛି।
ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯୁବ ନେତାମାନେ ଆଗକୁ ଗୋଡ଼ କାଢ଼ିଥିଲେ। ଏଭଳି କି ସଙ୍ଗଠନ ଗଢ଼ିବା ସହ କର୍ମୀମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ। ଏବେ ସେହି ଯୁବ ନେତାମାନଙ୍କ କର୍ମୀମାନେ ଜିଲାରେ ସକ୍ରିୟ ରହିଥିଲେ ହେଁ ତାଙ୍କ ନେତାଙ୍କ ଦେଖା ମିଳୁନାହିଁ। କାରଣ ବିଜେଡି ରାଜ୍ୟ ନେତୃତ୍ୱ ସେମାନଙ୍କୁ ବିଭିନ୍ନ ପଦପଦବୀ ଧରାଇ ୨୦୨୪ ନିର୍ବାଚନର ଯଥେଷ୍ଟ ପୂର୍ବରୁ ରାସ୍ତା ସଫା କରିଦେଇଛି। କିନ୍ତୁ ପ୍ରାର୍ଥୀ ଘୋଷଣାକୁ ନେଇ ଅନୁଗୋଳ ଜିଲାରେ ବିଜେଡି ଏବେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥିବା ବେଳେ ସେହି ଯୁବ ନେତାମାନଙ୍କ ମନ ଆଉ ପଦପଦବୀରେ ଲାଗୁ ନ ଥିବା ଆଲୋଚନା ହେଉଛି। ସେମାନେ ମଝିରେ ମଝିରେ କର୍ମୀ ସମ୍ମିଳନୀ ଆଳରେ ବୈଠକ କରି ଉପସ୍ଥିତ ଜାହିର କରୁଛନ୍ତି। ପୁଣି କେତେବେଳେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜନତାଙ୍କ ସେବା କରିବାର ସୁଯୋଗ ଅପେକ୍ଷାରେ ଥିବା ଜଣାଇ ଦେଉଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ନେଇ ଜିଲାରେ ଏପରି ଚର୍ଚ୍ଚା ଲାଗିରହିଛି। ଅବନୀକାନ୍ତଙ୍କୁ ପ୍ରଥମେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ନଜର ପାଲଲହଡା ବିଧାନସଭାକ୍ଷେତ୍ର ଉପରେ ଥିବାରୁ ପରେ ତାଙ୍କୁ ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରିଦିଆଗଲା। ପାଲଲହଡ଼ାରୁ ବିଧାୟକ ମୁକେଶ ପାଲ ଦଳୀୟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅବନୀକାନ୍ତଙ୍କ ହାତରେ ବହୁ ଭୋଟ ଥିବାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରାଯାଇ ନ ପାରେ। ସେହିପରି ତାଳଚେର ପୌରପାଳିକାର ଅଧ୍ୟକ୍ଷ ପବିତ୍ର ଭୂତିଆ ତାଳଚେରରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ସେଠାରେ ତାଙ୍କ ନାମକୁ ଚପାଇ ଦିଆଯାଇଛି। ଯଦିଓ ଏଯାଏ ଦଳ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ରାସ୍ତାରେ ସେପରି କଣ୍ଟା ନାହିଁ ତଥାପି ପୌରାଧ୍ୟକ୍ଷ ଭୂତିଆଙ୍କ ସମର୍ଥକମାନେ କିପରି ସହଯୋଗ କରିବେ ତାହା ଉପରେ ନଜର ରହିଛି। ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ମୀନକେତନ ଅମାନ୍ତ ବିଜେଡିରେ ଯୋଗଦେଇଥିଲେ। ଏହାପରେ ତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ପରେ ତାଙ୍କୁ ତାମଡା ଅଧ୍ୟକ୍ଷ ଦାୟିତ୍ୱ ଧରାଇ ଦିଆଯାଇଛି। ସେହିଭଳି ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଯୁବ ବିଜେଡି ସଭାପତି ପଦରେ ଥିବା ଯୁବନେତା ଦୀନେଶ ପ୍ରଧାନଙ୍କୁ ନେଇ ଅନୁଗୋଳରେ ଅଧିକ ଚର୍ଚ୍ଚା ଚାଲିଛି। ଦଳ ପକ୍ଷରୁ ତାଙ୍କୁ ବସୁଧା ଯୋଜନାର ଉପଦେଷ୍ଟା ଏବଂ ଯୁବ ଓ ଛାତ୍ର ବିଜେଡି ସଂଯୋଜକ ଭାବେ କଳାହାଣ୍ଡି ଜିଲା ଦାୟିତ୍ୱ ପ୍ରଦାନ କରାଯାଇ ଥଇଥାନ କରାଯାଇଛି। କିନ୍ତୁ ତାଙ୍କ ସମର୍ଥକମାନେ ବିଧାନସଭା ଟିକେଟ୍‌ ଆଶା କରୁଥିବା କୁହାଯାଉଛି। ଜିଲାର ଯୁବ ବିଜେଡି କର୍ମୀଙ୍କ ଉପରେ ଦୀନେଶଙ୍କ ବେଶ୍‌ ପ୍ରଭାବ ଥିବାରୁ ତାଙ୍କୁ ନେଇ ନାନା ଚର୍ଚ୍ଚା ଲାଗିରହିଛି। ୩ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଅନେକ ଅସନ୍ତୁଷ୍ଟ ଗୋଷ୍ଠୀ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ପଦପଦବୀଧାରୀ ନେତାମାନେ କେଉଁ ରଣନୀତି ଆପଣାଉଛନ୍ତି ସେ ନେଇ ଜିଲାରେ ବେଶ୍‌ ଆଲୋଚନା ଜାରି ରହିଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri