Posted inଜାତୀୟ

୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରି ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତାମାନେ ଏପ୍ରିଲ ୭ରେ ଯନ୍ତରମନ୍ତରରେ ଅନଶନ କରିବେ। ଦିଲ୍ଲୀ ଆପ୍‌ ଆବାହକ ଗୋପାଳ ରାଏ ବୁଧବାର ଏହି ସୂଚନା ଦେଇଛନ୍ତି।

ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଗୋପାଳ ରାଏ କହିଛନ୍ତି, ଆପ୍‌କୁ ଶେଷ କରିଦେବା ପାଇଁ ଦଳର ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ ଅନଶନ କରିବାକୁ ଆହ୍ବାନ ଦେଉଛୁ। ଗିରଫଦାରିକୁ ବିରୋଧ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଧାରଣା ଦେଇ ଅନଶନ କରିପାରିବେ। ଆପ୍‌ର ସମସ୍ତ ଏମ୍‌ପି, ବିଧାୟକ, କାଉନ୍‌ସିଲର ଓ ପଦାଧିକାରୀ ଯନ୍ତରମନ୍ତରରେ ଅନଶନ କରିବେ। ଏହି ଖୋଲା କାର୍ଯ୍ୟକ୍ରମରେ ଛାତ୍ର ସଙ୍ଗଠନ, କୃଷକ ସଙ୍ଗଠନ ଓ ବ୍ୟବସାୟୀମାନେ ସାମିଲ ହୋଇପାରିବେ।

ପ୍ରକାଶ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ନୀତି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିବାବେଳେ ସ୍ଥାନୀୟ ରାଉଜ୍‌ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାରବିଭାଗୀୟ ହାଜତ (ତିହାର ଜେଲ)କୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ଇଣ୍ଡିଗୋ ପାଇଲଟଙ୍କ ଇମୋଶନାଲ ମେସେଜ ଭାଇରାଲ, ଏମିତି କ’ଣ କହିଲେ ଯେ ଘଣ୍ଟା ଘଣ୍ଟା ଧରି ଫସିଥିବା ଯାତ୍ରୀ ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୯।୧୨: ଇଣ୍ଡିଗୋ ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ ମଧ୍ୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଯାତ୍ରୀମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ଭିଡିଓରେ ଇଣ୍ଡିଗୋ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri