ନବ ବିବାହିତ ଯୁବକଙ୍କ ହତ୍ୟାର ପର୍ଦ୍ଦାଫାଶ

ପାରଳାଖେମୁଣ୍ଡି,୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାର ନିକଟରେ ନବ ବିବାହିତ ଯୁବକ ଏମ.ଲିଙ୍ଗରାଜଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ଫାଶ କରିଛି ପୋଲିସ। ପ୍ରେମିକଙ୍କ ସହ ମିଶି ସ୍ବାମୀ ଲିଙ୍ଗରାଜଙ୍କୁ ସ୍ତ୍ରୀ କେ. ଜୟଲକ୍ଷ୍ମୀ ହତ୍ୟା କରିଛନ୍ତି। ପୋଲିସ ଜୟଲଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ନେୟାଲଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଲିଙ୍ଗରାଜଙ୍କ ସୁନାଚେନ, ମୁଦି, ବାଇକ ଓ ହତ୍ୟାରେ ବ୍ୟବହୃତ ହୋଇଥିବା ସ୍କ୍ରୁ ଡ୍ରାଇଭର ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୋମବାର ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ବାତୀ କୁମାରୀ ଏସ୍‌. ସୂଚନା ଦେଇଛନ୍ତି।

ଗୁରାଣ୍ଡି ଥାନା ଅନ୍ତର୍ଗତ ବଟିସିରିପୁର ଗ୍ରାମର ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଗତ ଫେବୃଆରୀ ୧୮ ତାରିଖରେ ତାଙ୍କର କାଶୀନଗର ବ୍ଲକ କରନିଭଦ୍ର ଗ୍ରାମର ଜୟଲକ୍ଷ୍ମୀଙ୍କ ସହ ବିବାହ ହୋଇଥିଲା। କିନ୍ତୁ ଜୟଲକ୍ଷ୍ମୀଙ୍କର ୪ ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ବତୀଲି ଗ୍ରାମର ଉପେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ବିବାହ ପରେ ମଧ୍ୟ ସେ ଉପେନ୍ଦ୍ରଙ୍କ ସହ ଫୋନରେ କଥା ହେଉଥିଲେ। ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକଙ୍କ ସହ ଯୋଜନା କରୁଥିଲେ ମଧ୍ୟ ସୁଯୋଗ ପାଉ ନ ଥିଲେ। ଗତ ୨୮ ତାରିଖରେ ଲିଙ୍ଗରାଜ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାପାଇଁ ବାଟିସିରିପୁର ଗ୍ରାମ ଅଭିମୁଖେ ବାହାରିଥିଲେ। ଜୟଲକ୍ଷ୍ମୀ ପ୍ରେମିକ ଉପେନ୍ଦ୍ରଙ୍କୁ ଟିକିନିଖି ଖବର ଦେଉଥିଲେ। ଉପେନ୍ଦ୍ର ତୋଟିଗୁମୁଡା ବିଶ୍ରାମାଗାର ନିକଟରେ ଛକି ରହିଥିଲେ। ଲିଙ୍ଗରାଜ ଆସିବାରେ ଗୋଟିଏ ସ୍କ୍ରୁ ଡ୍ରାଇଭର ଧରି ହଠାତ ତାଙ୍କୁ ଆକ୍ରମଣ କରିଥିଲେ। ଲିଙ୍ଗରାଜ ତଳେ ପଡିଯିବା ପରେ ସେ ସ୍କ୍ରୁ ଡ୍ରାଇଭରରେ ତାଙ୍କ ଛାତିକୁ ସାମନା ପଟୁ ୨୫ ଥର ଓ ପଛପଟୁ ୨୭ ଥର ଭୁଶି ହତ୍ୟା କରିଥିଲେ। ପରେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ ମୁଦି ଓ ତାଙ୍କ ବାଇକ ନେଇ ଜୟଲକ୍ଷ୍ମୀ ଓ ଉପେନ୍ଦ୍ର ଚାଲିଯାଇଥିଲେ । ପୋଲିସ ତଦନ୍ତ ସମୟରେ ଜୟଲକ୍ଷ୍ମୀଙ୍କ ଫୋନ କଲ ରେକର୍ଡ ଓ ବିଭିନ୍ନ ପରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri