ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ଜୀବନ ହରାଇଲେ ଓଡ଼ିଆ ଯୁବକ, ପାଞ୍ଚ ଦିନ ହେଲା ଅଟକି ରହିଛି ମୃତଦେହ

ଭୁବନେଶ୍ବର,୧୭।୩: ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଯୁବକ। କୋରାପୁଟ ନାରାୟଣପାଟଣାର ଜଣେ ଯୁବକ ବେଙ୍ଗାଲୁରୁରେ ପ୍ରାଣ ହରାଇଥିଲା ବେଳେ ପାଞ୍ଚ ଦିନ ହେଲା ତାଙ୍କର ମୃତଦେହ ସେଠାରେ ଅଟକି ରହିଛି। ପୁଅ ମୃତ୍ୟୁର ପାଞ୍ଚ ଦିନ ପରେ ମଧ୍ୟ ପରିବାର ଲୋକେ ଶେଷାକୃତ୍ୟ ସମ୍ପନ କରିବାକୁ ଅନାଇ ରହିଛନ୍ତି।

ଖବର ଅନୁଯାୟୀ ମୃତ ବ୍ୟକ୍ତି ଜଣକ ବାରିଗାଓଁର ରାଜୀବ ସୁନାମୁଡି ବୋଲି ଜଣାପଡିଛି। ସେ ୬ ମାସ ପୂର୍ବରୁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ହାଇୱା ଗାଡିରେ ଧକ୍କା ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତାଙ୍କ ମୃତ୍ୟୁ ହେବାର ପାଞ୍ଚ ଦିନ ବିତି ଯାଇଥିଲେ, ମଧ୍ୟ ଶବକୁ ତାଙ୍କ ଜନ୍ମସ୍ଥାନକୁ ପଠାଯାଇ ନାହିଁ। ଅନ୍ୟପକ୍ଷରେ ଶୋକସନ୍ତପ୍ତ ପରିବାର ଅତ୍ୟଧିକ ଗରିବ ଏବଂ ବେଙ୍ଗାଲୁରୁରୁ ଶବ ପରିବହନ ପାଇଁ ବ୍ୟବସ୍ଥା କରିବାକୁ ସେମାନଙ୍କର ଅସହାୟତାକୁ ଦର୍ଶାଇଛନ୍ତି। ମୃତକଙ୍କ ପରିବାର ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି ଯେ ଜିଲା ପ୍ରଶାସନ କିମ୍ବା କିଛି ଏନଜିଓ ସେମାନଙ୍କୁ ସାହାଯ୍ୟ କରନ୍ତୁ।

ମୃତକଙ୍କ ପିତା ମୋହନ ସୁନାମୁଦି କହିଛନ୍ତି, “ମୋ ପୁଅ ବେଙ୍ଗାଲୁରୁ ଯାଇଥିଲେ। କିନ୍ତୁ ଆମକୁ ସୂଚନା ଦିଆଯାଇଥିଲା ଯେ କମ୍ପାନୀ ମାଲିକଙ୍କ ହାଇୱା ସହିତ ଜଡିତ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ପରେ ଆଜି କିମ୍ବା କାଲି ଶବ ପଠାଇବାକୁ କମ୍ପାନୀ ଆମକୁ କହିଛି। ”

ମୃତଙ୍କ ମାମୁଁ ମଙ୍ଗଲ ମଣି ତୁରୁକ କହିଛନ୍ତି, “ମୋ ଭଣଜା ବେଙ୍ଗାଲୁରୁରେ ଜୀବିକା ନିର୍ବାହ କରୁଥିଲେ। ପ୍ରାୟ ଚାରି ଦିନ ପୂର୍ବେ ସେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଯେହେତୁ ତାଙ୍କ ପିତାମାତା ଅତ୍ୟନ୍ତ ଗରିବ, ସେମାନେ ଯାତ୍ରା ଏବଂ ପରିବହନ ଖର୍ଚ୍ଚ ଦେବାକୁ ଅସମର୍ଥ। ସେ କେଉଁଠାରେ କାମ କରୁଥଲା ଆମେ ତାହା ମଧ୍ୟ ଜାଣି ନାହୁଁ। ”


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri