Posted inଖେଳ

ବିଜୟର ଦ୍ୱାରଦେଶରେ ଭାରତ: ବିଜୟ ପାଇଁ ଆବଶ୍ୟକ ମାତ୍ର ଏତିକି ରନ୍‌

ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ତୃତୀୟ ଦିନରେ ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୪୦ ରନ ସଂଗ୍ରହ କରିଛି। ରୋହିତ ଶର୍ମା ୨୪ରେ ଏବଂ ଜୟସ୍ବାଲ ୧୬ ରନରେ ଅପରାଜିତ ଅଛନ୍ତି। ଜିତିବା ପାଇଁ ଭାରତକୁ ବର୍ତ୍ତମାନ ୧୫୨ ରନ ଦରକାର। ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୪୫ ରନ ପାଇଁ ଅଲଆଉଟ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଭାରତକୁ ୧୯୨ ରନ୍‌ର ବିଜୟ ଟାର୍ଗେଟ ଦେଇଛି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଭାରତ ପାଇଁ ୫ ଉଇକେଟ ନେଇଥିବାବେଳେ କୁଲଦୀପ ଯାଦବ ୪ ଉଇକେଟ ନେଇଥିଲେ। ଜାଡେଜା ଗୋଟିଏ ଉଇକେଟ ନେଇଥିଲେ। ଇଂଲଣ୍ଡ ପାଇଁ ଜ୍ୟାକ କ୍ରାଉଲି ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବେୟାରଷ୍ଟୋ ୩୦ ରନ ଇନିଂସ ଖେଳିଥିଲେ। ଏହାପୂର୍ବରୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତର ପ୍ରଥମ ଇନିଂସ ୩୦୭ ରନରେ ଅଲଆଉଟ୍‌ ହୋଇଥିଲା। ଭାରତ ପାଇଁ ଧ୍ରୁବ ଜୁରେଲ ୯୦ ରନ ସଂଗ୍ରହ କରିବା ପରେ ଶେଷ ବ୍ୟାଟ୍ସମ୍ୟାନ ଭାବରେ ଆଉଟ ହୋଇଥିଲେ। ପ୍ରଥମ ଇନିଂସ ଆଧାରରେ ଇଂଲଣ୍ଡ ଭାରତ ଉପରେ ୪୬ ରନ ଅଗ୍ରଣୀ ହାସଲ କରିଥିଲା। ଶୋଏବ ବଶୀର ଇଂଲଣ୍ଡ ପାଇଁ ଚମତ୍କାର ବୋଲିଂ କରି ୫ ଉଇକେଟ ନେବାରେ ସଫଳ ହୋଇଥିଲେ। ଭାରତ ପାଇଁ ପ୍ରଥମ ଇନିଂସରେ ଧ୍ରୁବ ୯୦ ଓ ଜୟସ୍ବାଲ ୭୩ ରନ ସ୍କୋର କରିଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ ସ୍କୋର କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri