Odisha Elections 2024

ବାଛୁରିକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୋପାଳକ

ଅନୁଗୋଳ,୬ା୨ (ଅମିତ କୁମାର ସାମଲ):୪ ଦିନ ତଳେ ଜନ୍ମ ହୋଇଥିବା ବାଛୁରିର ମଳଦ୍ୱାର ନାହିଁ। ଦିନକୁ ଦିନ ତା’ର ଯନ୍ତ୍ରଣା ବଢ଼ୁଛି। ଗୋଟିଏ ପରେ ଗୋଟିଏ ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହେବାକୁ ପଡ଼ିଛି। ପ୍ରାଣୀଧନ ଚିକିତ୍ସକମାନେ ସମୂହ ଛୁଟି ସହ ଆନ୍ଦୋଳନରେ ଥିବାରୁ ଚିକିତ୍ସା ମିଳିପାରୁ ନାହିଁ। ତେଣୁ କୁନି ବାଛୁରିଟିର ଚିକିତ୍ସା ବ୍ୟବସ୍ଥା ଜିଲାପାଳ କରନ୍ତୁ। ବାଛୁରିଟିକୁ କୋଳରେ ଧରି ବଅଁରପାଳ ବ୍ଲକ ନୂଆହତା ଗାଁର ତରୁଣ କୁମାର ସାମଲ ସୋମବାର ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଏପରି ଗୁହାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ନୂଆହତା ଗାଁର ତରୁଣ କୁମାରଙ୍କ ଉକ୍ତ ବାଛୁରିର ମଳଦ୍ୱାର ନ ଥିଲା। ଫଳରେ ମଳତ୍ୟାଗ କରି ନ ପାରି ବାଛୁରିଟି ବଡ଼ କଷ୍ଟ ପାଉଥିଲା। ଏହା ଦେଖିବା ପରେ ତରୁଣ ଚିକିତ୍ସା ନିମନ୍ତେ ଉଦ୍ୟମ କରିଥିଲେ। ନିକଟସ୍ଥ ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇଯାଇଥିଲେ। ହେଲେ ଆନ୍ଦୋଳନରେ ଥିବା ପ୍ରାଣୀ ଚିକିତ୍ସକମାନେ ବର୍ତ୍ତମାନ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ସେଠାରୁ ନିରାଶ ହେବା ପରେ ତରୁଣ ବାଛୁରକୁ ଧରି ଅନୁଗୋଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର ସେଠାରେ ମଧ୍ୟ ଚିକିତ୍ସା ମିଳିପାରି ନ ଥିଲା। ତେଣୁ ବାଛୁରିକୁ ଧରି ଦୁଃଖ ଜଣାଇବାକୁ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜନଶୁଣାଣି ପାଇଁ ଜିଲାପାଳ ତାଳଚେରରେ ଥିବା କର୍ମଚାରୀମାନେ କହିବା ପରେ ତରୁଣ ହତାଶ ହୋଇ ଫେରିଯାଇଥିଲେ। ଘଟଣା ସମ୍ପର୍କରେ ଜିଲା ପ୍ରାଣୀ
ଚିକିତ୍ସାଳୟ ଉପନିର୍ଦ୍ଦେଶକ ଡାକ୍ତର କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି ପ୍ରାଣୀଧନଙ୍କୁ ଚିକିତ୍ସା ଯୋଗାଯାଇପାରୁ ନ ଥିବାରୁ ଦୁଃଖ ଲାଗୁଛି। କିନ୍ତୁ ଏବେ ଆନ୍ଦୋଳନ ଚାଲୁଥିବାରୁ ଆମ ହାତ ବନ୍ଧା ହୋଇରହିଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଳଚେର ଜନଶୁଣାଣିରେ ଥିବାରୁ ସେଠାକୁ ନେଇ ବାଛୁରିର ଚିକିତ୍ସା କରିବାକୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଗୋ ପାଳକ ତରୁଣ କହିଛନ୍ତି, ଗୋଟିଏ ପରେ ଗୋଟିଏ ସରକାରୀ ପ୍ରାଣୀଧନ ଚିକିତ୍ସାଳୟରୁ ନିରାଶ ହୋଇ ଫେରିବା ପରେ ବାହାରେ ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଚିକିତ୍ସା କରିବାରେ ସଫଳ ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri